ଶିକ୍ଷା

ମଧ୍ୟପ୍ରଦେଶ ଏ ଜଣେ ଚାଷି ଦାନ କଲେ ୧.୫ କୋଟି ଟଙ୍କାର ଜମି – ଯାହାଫଳରେ ପଢିପାରିବେ ଗାଁର ପିଲାମାନେ

ବର୍ତମାନ ସ୍କୁଲ ରହିଛି ପାଖାପାଖି ୪୦୦ ପିଲା ପଢୁଛନ୍ତି । ଏହିପରି ୩ ବର୍ଷ ପୂର୍ବରୁ ନଟେରନ ଶାସକିୟ କଲେଜ ପାଇଁ ଜମି ମିଳୁନଥିଲା । ମଧ୍ୟ ପ୍ରଦେଶ, ବିଦିଶା ନିଜେ ଭଲ ଶିକ୍ଷା ହାସଲ କରିନଥିବା ଅଷ୍ଟମ ପାସ କୃଷକ କମଳ ସିଂ ଧାକଡ, ଗାଁ ପିଲାଙ୍କୁ ଭଲ ଶିକ୍ଷା ଦେବା ପାଇଁ ଗାଁରେ ସ୍କୁଲ କଲେଜ ନିର୍ମାଣ ପାଇଁ ନିଜର ଏକରୁ ଅଧିକ କୋଟି ଟଙ୍କାର ୧୭ ବିଘା  ଜମି ଦାନ କରିଦେଇଥିଲେ । ଆଜି ସେଇ ଜମିରେ ମାଡଲ ସ୍କୁଲ ଓ ଶାସକିୟ କଲେଜ ସଂଚାଳିତ ହେଉଛି ।

ମଧ୍ୟ ପ୍ରଦେଶର ବିଦିଶା ଜିଲ୍ଲାର ନଟେରନ ତହସିଲ ସ୍ଥିତ ସେଉକେ ଗାଁର କୃଷକ ସେହିସମୟରେ କେନ୍ଦ୍ରୀୟ ଯୋଜନା ତରଫରୁ ନଟେରନ ରେ ମାଡଲ ସ୍କୁଲ ମଞ୍ଜୁର ହୋଇଥିଲା କିନ୍ତୁ ଏସବୁ ପାଇଁ ଜମି ନଥିଲା ।

୨୦୧୩ ରେ ଦାନ କରିଥିଲେ ୫ ବୀଘା ଜମି-

ଗାଁ ରେ କେହି ଜମି ଦେବାକୁ ରାଜିହେଇନଥିଲେ, ଯେତେବଳେ ସେ ଜାଣିକମଳ ସିଂ ଧାକଡ ଆଜି ପୁରା ଅଞ୍ଚଳରେ ଆଦର୍ଶ ହୋଇଯାଇଛନ୍ତି । ୫୧ ବର୍ଷର କମଳ ସିଂ ୨୦୧୦ ରେ ସେଉକେ ଗ୍ରାମ ପଞ୍ଚୟତର ସରପଞ୍ଚ ଥିଲେ । ଲେ ନିଜର ୫ ବୀଘା ଜମି ଦାନ କରିବାକୁ ପ୍ରଶାସନଙ୍କୁ କହିଥିଲେ । ୨୦୧୩ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ ଏକ ଯାତ୍ରାରେ ଆସିଥିଲେ,ସେ ତାଙ୍କୁ ଦାନପତ୍ର ଦେଇଥିଲେ ।

ଏହିପରି ୩ ବର୍ଷ ପୂର୍ବରୁ ସେଠାରେ କଲେଜ ପାଇ ଜମି ମିଳୁନଥିଲା, ସେ ୧୨ ଵିଘା ଜମି କଲେଜ ପାଇଁ ଦେଇ ଦେଇଥିଲେ । ଏବେ ସ୍କୁଲରେ ୪୦୦ ପିଲା ପାଠ ପଢୁଛନ୍ତି । ଏବେ ସେଠି ସମ୍ପୂର୍ଣ ଭବନ ପ୍ରସ୍ତୁତ ହୋଇସାରିଛି । ସେ ମଧ୍ୟ ମାର୍କେଟିଂ ସୋସାଇଟି ପାଇ ଗୋଟେ ଵୀଘା ଏବଂ କୋର୍ଟ ଭବନ ପାଇ ଆଉ ୫ ବିଘା ଦାନ କରିଛନ୍ତି । ଏଯାଏ ୨୩ ଟି ଜମି ଦାନ କରିଥିଲେ ସେଥିରୁ ୧୭ ଟି ସ୍କୁଲ କଲେଜ ପାଇ ଦେଇଥିଲେ ।

ତାଙ୍କ ପରିବାର ର ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ ଅଷ୍ଟମ ଯାଏ ପଢିଥିଲେ । ପ୍ରଥମ ଥର ଦାନ କଲାବେଳେ ତାଙ୍କ ବାପା ଜୀବିତ ଥିଲେ, ସେ ନିଜ ପୁଅର ନିର୍ଣ୍ଣୟରେ ଖୁସି ପ୍ରକାଶ କରିଥିଲେ । ସେ କହିଛନ୍ତିକି ଜମି ଦାନ ପଛରେ ତାଙ୍କ ମୁଖ୍ୟ କାରଣ ଗାଁ ପିଲାଙ୍କୁ ଭଲ ଶିକ୍ଷା ମିଳିବ । ତାଙ୍କ ବାପା ଭାଇ ଏଥିରେ ଆପତ୍ତି କରିନଥିଲେ । ଯେତେବଳେ ଦେଖନ୍ତି ଗାଁପିଲା ଭଲ ସ୍କୁଲ କଲେଜରେ ପଢୁଛନ୍ତି ତାଙ୍କୁ ବହୁତ ଖୁସି ଲାଗେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button