ବିଚାର

ସରକାରୀ ଚାକିରୀ ସୁଯୋଗ, OSSC ରେ ୬୭୩ଟି ପଦବୀ ପାଇଁ ବାହାରିଲା ନିଯୁକ୍ତି, ଏମିତି କରନ୍ତୁ ଆବେଦନ

ସରକାରୀ ଚାକିରୀ କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ! ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ପକ୍ଷରୁ ଏକ ନୂଆ ଚାକିରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁଠାରୁ ବଡ଼ କଥା ହେଉଛି ଏହା ଏକ ସ୍ଥାୟୀ ନିଯୁକ୍ତି ହୋଇଥିବା ବେଳେ ଏହାକୁ ଦଶମ ପାସ୍ କରିଥିବା ବ୍ୟକ୍ତି ବିଶେଷ ମଧ୍ୟ ଆବେଦନ କରିପାରିବେ।

Recruitment

ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ OSSC CHSL ରେ ଆୟୁର୍ବେଦିକ୍ ଆସିଷ୍ଟାଣ୍ଟ୍, ହୋମିଓପାଥିକ୍ ଆସିଷ୍ଟାଣ୍ଟ୍, ୟୁନାନି ଆସିଷ୍ଟାଣ୍ଟ୍ ଆଦି ପଦବୀ ପୂରଣ କରାଯିବ। ଏହି ପ୍ରକ୍ରିୟାରେ ୬୫୦ ରୁ ଅଧିକ ପଦବୀ ପୂରଣ କରାଯିବାକୁ ଥିବାବେଳେ ଏଥିନେଇ ଉଭୟ ପୁରୁଷ ଏବଂ ମହିଳା ଆବେଦନ କରିପାରିବେ। ଏଥିପାଇଁ ଆପଣଙ୍କୁ ଅନଲାଇନ ଆବେଦନ କରିବାକୁ ହେବ।

Ossc

ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ https://www.ossc.gov.in/Public/OSSC/Default.aspx କୁ ଯାଇ ଆବେଦନ କରିପାରିବେ। ୨୫ ଏପ୍ରିଲ ୨୦୨୪ ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ୨୭ ମେ ୨୦୨୪ ଆବେଦନ କରିବାର ଶେଷ ତାରିଖ ଅଟେ। ଖାଲି ପଡିଥିବା ପଦବୀ ଗୁଡିକ ମଧ୍ୟରେ ଆୟୁର୍ବେଦିକ୍ ଆସିଷ୍ଟାଣ୍ଟ୍ ପାଇଁ ୨୨୦ଟି ପୋଷ୍ଟ, ହୋମିଓପାଥିକ୍ ଆସିଷ୍ଟାଣ୍ଟ୍ ପାଇଁ ୨୧୬ଟି ପୋଷ୍ଟ, ୟୁନାନି ଆସିଷ୍ଟାଣ୍ଟ୍ ପାଇଁ ୦୭ଟି ପୋଷ୍ଟ, ଜୁନିୟର୍ ଫିସରିଜ୍ ଟେକ୍ନିକାଲ୍ ଆସିଷ୍ଟାଣ୍ଟ୍ ପାଇଁ ୨୧୨ଟି ପୋଷ୍ଟ, ଅମିନ ପାଇଁ ୧୬ଟି ପୋଷ୍ଟ, କେୟାର୍‌ଟେକର ପାଇଁ ୦୨ଟି ପୋଷ୍ଟ, ମୋଟ ପଦବୀ ପାଇଁ ୬୭୩ଟି ପୋଷ୍ଟ।

ଆବେଦନ କରିବା ପାଇଁ ସର୍ବନିମ୍ନ ବୟସସୀମା ୧୮ ବର୍ଷ ହୋଇଥିବା ବେଳେ ସର୍ବାଧିକ ବୟସସୀମା ୩୮ ବର୍ଷ ଅଟେ। OBC ବର୍ଗ ପାଇଁ ୦୩ ବର୍ଷ, ST/SC/Pwd/ESM ପାଇଁ ୦୫ ବର୍ଷ, PWD+SC/ST ପାଇଁ ୧୫ ବର୍ଷ ପର୍ଯ୍ୟନ୍ତ ବୟସସୀମା କୋହଳ କରାଯାଇଅଛି। ଚୟନ ହେବାପରେ Group C Level – 3 ORSP, 2017 ଓ Group B Level – 9 ORSP , 2017 ଅନୁଯାଇ ଆପଣଙ୍କୁ ଦରମା ମିଳିବ।

Job

ଶିକ୍ଷାଗତ ଯୋଗ୍ୟତା ଅନୁଯାଇ ଆୟୁର୍ବେଦିକ୍ ଆସିଷ୍ଟାଣ୍ଟ୍ / ହୋମିଓପାଥିକ୍ ଆସିଷ୍ଟାଣ୍ଟ୍ / ୟୁନାନି ଆସିଷ୍ଟାଣ୍ଟ୍ ପଦ ପାଇଁ ଆପଣ ଯୁକ୍ତ ୨ ବିଜ୍ଞାନ, ଜୁନିୟର୍ ଫିସରିଜ୍ ଟେକ୍ନିକାଲ୍ ଆସିଷ୍ଟାଣ୍ଟ୍ ପଦ ପାଇଁ ଆପଣ ଯୁକ୍ତ ୨ ଧନ୍ଦାମୂଳକ/ବିଜ୍ଞାନ, ଅମିନ ପଦ ପାଇଁ ଯୁକ୍ତ ୨ କଳା / ବିଜ୍ଞାନ / ବାଣିଜ୍ୟ ଓ କେୟାର୍‌ଟେକର ପାଇଁ ଦଶମ ପାସ୍ କରିଥିବା ଆବଶ୍ୟକ ଅଟେ। ଚୟନ ପ୍ରକ୍ରିୟାରେ ପ୍ରାଥମିକ ପରୀକ୍ଷା ପରେ ମୁଖ୍ୟ ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ହେବ। ଶେଷରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଇ ଆପଣଙ୍କୁ ନିଯୁକ୍ତି ମିଳିବ।

Related Articles

Leave a Reply

Your email address will not be published. Required fields are marked *

Back to top button