ଦେଶ ବିଦେଶ

ବିମାନରେ ପୁଣି ଯାତ୍ରୀ ବିଶୃଙ୍ଖଳା: ଇଣ୍ଡିଗୋ ଫ୍ଲାଇଟରେ ଏମର୍ଜନ୍ସି ଗେଟ୍ ଖୋଲିବା ଅଭିଯୋଗରେ ମଦ୍ୟପ ଯାତ୍ରୀ ଗିରଫ

ନୂଆଦିଲ୍ଲୀ: ପୁଣି ସାମ୍ନାକୁ ଆସିଛି ବିମାନରେ ଯାତ୍ରୀଙ୍କ ବିଶୃଙ୍ଖଳା ଘଟଣା । ମଝି ଆକାଶରେ ଜଣେ ଯାତ୍ରୀ ମଦ ନିଶାରେ ଇଣ୍ଡିଗୋ ଦିଲ୍ଲୀ-ବେଙ୍ଗାଲୁରୁ ବିମାନର ଏମର୍ଜନ୍ସି ଗେଟ୍ ଖୋଲିବାକୁ ଚେଷ୍ଟା କରି ଗିରଫ ହୋଇଛନ୍ତି । ବିମାନର କ୍ରୁ’ ଓ କ୍ୟାପଟେନଙ୍କ ସାବଧାନତା ଯୋଗୁଁ ବଡ଼ ଅଘଟଣ ଟଳିଥିଲା । ବିମାନଟି ବାଙ୍ଗାଲୋର ବିମାନ ବନ୍ଦରରେ ପହଞ୍ଚିବା ପରେ ଅଭିଯୁକ୍ତ ଯାତ୍ରୀଙ୍କୁ ସିଆଇଏସ୍ଏଫକୁ ହସ୍ତାନ୍ତର କରାଯାଇଥିଲା |

ଇଣ୍ଡିଗୋ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଦିଲ୍ଲୀ-ବେଙ୍ଗାଲୁରୁ ଇଣ୍ଡିଗୋ ବିମାନର ଏମର୍ଜନ୍ସି ଗେଟ୍ ଫ୍ଲାପ୍ ଖୋଲିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ଜଣେ ୪୦ ବର୍ଷିୟ ମଦ୍ୟପ ଯାତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ଘଟଣା ଶୁକ୍ରବାର ସକାଳ ପ୍ରାୟ ୭.୫୬ରେ ଆଇଜିଆଇ ବିମାନବନ୍ଦରରୁ ଉଡ଼ାଣ କରିଥିବା ୬ଇ ୩୦୮ ଫ୍ଲାଇଟରେ ଘଟିଥିଲା। ସମଗ୍ର ଘଟଣାର ସବିଶେଷ ତଥ୍ୟ ଦେଇ ଇଣ୍ଡିଗୋ କହିଛି ଯେ ‘ଦିଲ୍ଲୀରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ୬ଇ ୩୦୮ ବିମାନରେ ଜଣେ ଯାତ୍ରୀ ନିଶାସକ୍ତ ଅବସ୍ଥାରେ ଏମର୍ଜନ୍ସି ଗେଟ୍ ଖୋଲିବାକୁ ଚେଷ୍ଟା କରିଥିଲେ।’

ଏହି ଘଟଣା ନେଇ କ୍ରୁ’ସଦସ୍ୟ ଫ୍ଲାଇଟ୍ କ୍ୟାପଟେନଙ୍କୁ ଆଲର୍ଟ କରିଥିଲେ ଏବଂ ଯାତ୍ରୀଙ୍କୁ ମଧ୍ୟ ଚେତାବନୀ ଦିଆଯାଇଥିଲା। ବିମାନ ଓ ଯାତ୍ରୀମାନଙ୍କ ସୁରକ୍ଷା ସହ କୌଣସି ସାଲିସ୍ କରାଯାଇନଥିଲା । ବେଙ୍ଗାଲୁରୁରେ ପହଞ୍ଚିବା ପରେ ଅଭିଯୁକ୍ତ ଯାତ୍ରୀଙ୍କୁ ସିଆଇଏସ୍ଏଫକୁ ହସ୍ତାନ୍ତର କରାଯାଇଥିଲା । ଏହି ଘଟଣାର ଅଧିକ ତଦନ୍ତ ଚାଲିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button