ଜୀବନଶୈଳୀ

ଗୋଟେ ପୁଅ ପ୍ରଫେସର ତ ଆଉ ଗୋଟେ ପୁଅ ଫ୍ୟାକ୍ଟରୀ ମାଲିକ, ତଥାପି ବୃଦ୍ଧ ପିତା ଜଣଙ୍କ ଚୌକିଦାରୀ କରିବା ପାଇଁ ଅଟନ୍ତି ବାଧ୍ୟ – ପଢନ୍ତୁ ଓ ସମାଜରେ ସଚେତନତା ଆଣିବା ପାଇଁ ଗୋଟେ ଶେୟାର ନିଶ୍ଚୟ କରନ୍ତୁ

ମାତା ପିତା ଚାରୋଟି ପୁଅକୁ ରଖି ପାରିବେ କିନ୍ତୁ ଚାରୋଟି ପୁଅ ମାତା ପିତାଙ୍କୁ ରଖି ପାରିବେ ନାହିଁ । ଏହି କଥା ଆପଣ ବହୁତ ଶୁଣିଥିବେ କିନ୍ତୁ ଏହା ବର୍ତ୍ତମାନ ପ୍ରମାଣିତ ହୋଇଯାଇଛି । ଏହା ବହୁତ କଷ୍ଟ ଦେଇଥାଏ କି ଯେଉଁ ପିଲାଙ୍କୁ ଜନ୍ମ କରିଛନ୍ତି ସେମାନେ ହିଁ ଶେଷ ସମୟରେ ସାହାରା ହେବା ପରିବର୍ତ୍ତେ ତାଙ୍କୁ ଛାଡି ଦେଇଥାନ୍ତି । ମାତା ପିତା ନିଜର ନ ଖାଇ ପିଲାମାନଙ୍କ ପେଟରେ ଦାନା ଦିଅନ୍ତି, ତାଙ୍କୁ ଦେଖାଶୁଣା କରିଥାନ୍ତି କିନ୍ତୁ ସମୟ ଆସିଲେ ସେହି ପିଲାମାନେ ନିଜର ମାତା ପିତାଙ୍କୁ ଗୋଇଠା ମାରି ବାହାର କରିଦିଅନ୍ତି । କିଛି ଏମିତି ହୋଇଛି ୟୁପିରେ ରହୁଥିବା ଶ୍ରୀରାମ ଦାଙ୍ଗିଙ୍କ ସହିତ ।

ପୁଣି ବି ଏହି ବୟସରେ ଚୌକିଦାର କାମ କରିବା ପାଇଁ ବାଧ୍ୟ ଅଟନ୍ତି ଏହି ବୟସ୍କ ବ୍ୟକ୍ତି

ତାଙ୍କର ଚାରି ପୁଅ ଅଛନ୍ତି ଏବଂ ଚାରି ଜଣ ଭଲ ଜାଗାରେ କାମ କରନ୍ତି କିନ୍ତୁ ସେ ବୁଢା ବୟସରେ ଚୌକିଦାର କାମ କରିବା ପାଇଁ ବାଧ୍ୟ ଅଟନ୍ତି । ତାଙ୍କ ଚାରୋଟି ପୁଅଙ୍କର ଭଲ ଆୟ ଅଛି କିନ୍ତୁ ତାଥାପି ସେମାନେ ନିଜର ବୁଢା ମାତା ପିତାଙ୍କୁ ରଖିବାକୁ ଚାହାନ୍ତି ନାହିଁ । ଏହା ପରେ ସେହି ବୃଦ୍ଧ ଲୋକ ଯାହା କରିଲେ ତାହା କେଉଁ ପିତା ବି କରିବାକୁ ଚାହାନ୍ତି ନାହିଁ ।

ଶ୍ରୀରାମଙ୍କର ପ୍ରଥମ ପୁଅ ଶିବରାଜ ସିଂହ ନିବାସୀ ଡୀ – ୧୯ ମୁସ୍କାନ ପରିସର ଅଯୋଧ୍ଯା ବାୟପାସ ମିଲେଟ୍ରୀରୁ ସେ ରିଟାୟର ହୋଇଛନ୍ତି ଏବଂ ସେ ବର୍ତ୍ତମାନ ଅମରାବତୀରେ ପ୍ରାଇଭେଟ ଚାକିରି କରୁଛନ୍ତି ଏବଂ ସବୁ ମାସରେ ୯୫ ହଜାର ଟଙ୍କା ସାଲାରୀ ମିଳୁଛି । ବୟସ୍କଙ୍କ ଦୁତ୍ଵିୟ ପୁଅ ଓମପ୍ରକାଶ ସିଂହ ନିବାସୀ ଭିଆଇପି ବଜାର ସାଗରରେ ରୁହନ୍ତି ଏବଂ ସେଠି କୋଚିଙ୍ଗ ଚଲାନ୍ତି ଏହା ସହିତ ଇଂଦୌରରେ ୱେଲ୍ଡିଂଗ ରଡ ର ଫୈକ୍ଟ୍ରୀ ଚଲାନ୍ତି, ଯେଉଁଥିରେ ମାସକୁ ୫୦ ହଜାର ଟଙ୍କା ଆୟ ହୋଇଥାଏ ।

ତାଙ୍କର ତୃତୀୟୟ ପୁଅ ରାମବାବୁ ସିଂହ ନିବାସୀ ମେରୁଖେଡୀ ପୋଷ୍ଟ ସୋଜନା ଗୁଲାବଗଂଜ ବିଦିଶ ରେ ରୁହନ୍ତି ଏବଂ ସେଠି ତାଙ୍କର ୨୦ ଏକର ଜମି ଅଛି, ଟ୍ରାକ୍ଟର ଏବଂ ଘର ଅଛି । ତାଙ୍କର ଆୟ ମାସକୁ ୫୦ ହଜାର ଟଙ୍କା ଅଟେ, ଶ୍ରୀରାମଙ୍କର ଚତୁର୍ଥ ପୁଅ ରାମଜିରାମ ସିଂହ ନିବାସୀ ଅଯୋଧ୍ୟା ବାୟପାସରେ ଗୋଟିଏ ପ୍ରାଇଭେଟ କଲେଜର ପ୍ରଫେସର ଅଟନ୍ତି ଏବଂ ତାଙ୍କର ସାଲେରୀ ୩୦ ହଜାର ଟଙ୍କା ପ୍ରତି ମାସ ଅଟେ । କିନ୍ତୁ ଏମାନଙ୍କ ମଧ୍ୟରୁ କେହି ନିଜର ପିତାଙ୍କୁ ରଖିବା ପାଇଁ ଚାହାନ୍ତି ନାହିଁ ।

ବୟସ୍କ ବ୍ୟକ୍ତିଙ୍କୁ ସବୁ ମାସରେ ମିଳିବାର ଅଛି ଏହି ରାଶି

ହୃଦୟ ରୋଗ ଏବଂ ଡାୟବିଟିଜରେ ପୀଡିତ ଶ୍ରୀରାମ ନିଜର ଆର୍ଥିକ ସ୍ଥିତିକୁ ଚଳାଇବା ପାଇଁ ଚୌକିଦାର ଚାକିରି କରିବା ପାଇଁ ବାଧ୍ୟ ଅଟନ୍ତି । ସେ କିଛି ଦିନ ତଳେ ହିଁ ନିଜର ଭରଣ ପୋଷଣ ରାସୀ ପାଇଁ ସହରର ଏସଡୀଏମ ବନ୍ଦନା ଜୈନଙ୍କୁ ଆବେଦନ କରିଛନ୍ତି । ଏହାର ଶୁଣାଣୀ କରି ଏସଡୀଏମ ଜୈନ ଗୁରୁବାର ଦିନ ଚାରି ପୁଅଙ୍କୁ ଡ଼ାକିଥିଲେ ଏବଂ ତାଙ୍କୁ ୧୦ ହଜାର ଟଙ୍କା ସବୁ ମାସରେ ଭରଣ ପୋଷଣ ପାଇଁ ଦେବାକୁ ଆଦେଶ ଦେଇଛନ୍ତି । ଯଦି ଏହି ଆଦେଶକୁ ସେମାନେ ଉଲ୍ଲଂଘନ କରନ୍ତି ତେବ ତାଙ୍କୁ ଜେଲ ବି ହୋଇପାରେ । ବର୍ତ୍ତମାନ ଇଛା ନଥିଲେ ବି ଚାରି ପୁଅଙ୍କୁ ପିତାଙ୍କୁ ଟଙ୍କା ଦେବାକୁ ପଡିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button