ବ୍ୟବସାୟ

ପୁରୁଣା ମିଗ୍‌-୨୧ ଓ ୨୩କୁ ପର୍ଯ୍ୟାୟକ୍ରମେ ହଟାଇବ ବାୟୁସେନା; ଆଉ ୧୦୦ଟି ନୂଆ ତେଜସ୍ ଲଢ଼ୁଆ ବିମାନ କିଣିବ – Utkal Mail


ନୂଆଦିଲ୍ଲୀ: ନିଜର ପୁରୁଣା ମିଗ୍‌ ସିରିଜ୍‌ ଯୁଦ୍ଧ ବିମାନକୁ ବଦଳାଇବାକୁ ଭାରତୀୟ ବାୟୁସେନା (ଆଇଏଏଫ୍‌) ନିଷ୍ପତ୍ତି ନେଇଛି। ଏଥିସହ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍‌ (ହାଲ୍‌) ଠାରୁ ପ୍ରାୟ ୧୦୦ଟି ଅତିରିକ୍ତ ହାଲୁକା ଲଢ଼ୁଆ ଯୁଦ୍ଧ ବିମାନ (ଏଲ୍‌ସିଏ) ତେଜସ୍‌ ମାର୍କ-୧ଏ ପାଇଁ ଅର୍ଡର ଦେବାକୁ ଯାଉଛି। ସ୍ୱଦେଶୀ ଏରୋସ୍ପେସ୍‌ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ   ମିଗ୍‌-୨୧, ୨୩ ଏବଂ ୨୭ ଲଢ଼ୁଆ ବିମାନ ଫ୍ଲିଟ୍‌ର ପୁରୁଣା ବିମାନକୁ ବଦଳାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

‘ମିଗ୍‌-୨୧, ମିଗ୍‌-୨୩ ଏବଂ ମିଗ୍‌-୨୭ ବିମାନ ସମେତ ବୃହତ୍‌ ମିଗ୍‌ ସିରିଜ୍‌ ଫ୍ଲିଟ୍‌କୁ ବଦଳାଇବା ପାଇଁ ଏଲ୍‌ସିଏକୁ ବିକଶିତ କରାଯାଇଥିଲା। ଏହି ସବୁ ବିମାନକୁ ପର୍ଯ୍ୟାୟକ୍ରମେ ବାହାର କରିବା ସହ ଆମ ପାଖରେ ପର୍ଯ୍ୟାପ୍ତ ସଂଖ୍ୟକ ଏଲସିଏ ଶ୍ରେଣୀର ବିମାନ ରହିବା ଜରୁରୀ। ତେଣୁ ୮୩ଟି ଏଲସିଏ ମାର୍କ ୧ଏ କୁ ବାଦ୍‌ ଦେଲେ ଆମେ ଆହୁରି ୧୦୦ଟି ବିମାନ ପାଇଁ ଅର୍ଡର କରିଛୁ,’ ବୋଲି ଏୟାର ଚିଫ୍‌ ମାର୍ଶାଲ ଭିଆର୍‌ ଚୌଧୁରୀ କହିଛନ୍ତି।

ଏୟାର ଚିଫ୍‌ ମାର୍ଶାଲ ଚୌଧୁରୀ ବର୍ତ୍ତମାନ ଏୟାରବସ୍‌ ଦ୍ୱାରା ନିର୍ମିତ ପ୍ରଥମ ସି-୨୯୫ ପରିବହନ ବିମାନ ଗ୍ରହଣ କରିବା ପାଇଁ ସ୍ପେନ୍‌ ଗସ୍ତରେ ଅଛନ୍ତି। ଦକ୍ଷିଣ ସ୍ପେନର ସେଭିଲ ସହରରେ ଥିବା ଏରୋସ୍ପେସ୍‌ କମ୍ପାନିର ଉତ୍ପାଦନ କେନ୍ଦ୍ରରେ ଚୌଧୁରୀ ଏହି ବିମାନ ଗ୍ରହଣ କରିଛନ୍ତି।

ତେଜସ୍ ଲଢୁଆ ବିମାନ

ତେଜସ୍‌ ମାର୍କ-୧ଏ ହେଉଛି ସ୍ୱଦେଶୀ ଜ୍ଞାନକୌଶଳରେ ଡିଜାଇନ୍‌, ବିକଶିତ ଏବଂ ନିର୍ମିତ ଆଧୁନିକ ୪ପ୍ଲସ୍‌ ଜେନେରେସନ୍‌ ଲଢୁଆ ବିମାନ, ଯେଉଁଥିରେ ୬୫ ପ୍ରତିଶତରୁ ଅଧିକ ସ୍ୱଦେଶୀ ଉପାଦାନ ରହିଛି। ତେଜସ୍‌ ଏମକେ-୧ଏ ହେଉଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସକ୍ରିୟ ଇଲେକ୍ଟ୍ରୋନିକ୍‌ ସ୍କାନ୍‌ ଆରେ (ଏଇଏସଏ) ରାଡାର, ବିୟଣ୍ଡ ଭିଜୁଆଲ ରେଞ୍ଜ (ବିଭିଆର) କ୍ଷେପଣାସ୍ତ୍ର, ଆଧୁନିକ ଇଲେକ୍ଟ୍ରୋନିକ୍‌ ୱାରଫେୟାର (ଇଡବ୍ଲ୍ୟୁ) ସୁଇଟ୍‌ ଯାହାର ଏୟାର-ଟୁ-ଏୟାର ରିଫୁଏଲିଂ (ଏଏଆର) କ୍ଷମତା ରହିଛି।

ଏହି କ୍ରୟକୁ କେନ୍ଦ୍ରର ‘ଆତ୍ମନିର୍ଭର ଭାରତ’ ଚିନ୍ତାଧାରାର ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ କରାଯାଉଛି, ଯେଉଁଥିରେ ସ୍ୱଦେଶୀ କ୍ଷେତ୍ରକୁ ଟେକ୍ନୋଲୋଜିଭିତ୍ତିକ ଏବଂ ପ୍ରତିଯୋଗିତାମୂଳକ ପ୍ରତିରକ୍ଷା ଶିଳ୍ପରେ ପ୍ରବେଶ କରିବାର ସୁବିଧା ପ୍ରଦାନ କରାଯାଇଛି।




Related Articles

Leave a Reply

Your email address will not be published. Required fields are marked *

Back to top button