ମନୋରଞ୍ଜନ

ନିଜ ବିବାହର ଡକ୍ୟୁମେଣ୍ଟ୍ରି ରିଲିଜ୍ କରିବେ ରିଚା-ଅଲୀ, ଏହା ରହିବ ଫିଲ୍ମର ନାମ – Utkal Mail


ମୁମ୍ବାଇ: ଗତ କିଛି ବର୍ଷ ମଧ୍ୟରେ ବଲିଉଡ ଇଣ୍ଡଷ୍ଟ୍ରିର ଅନେକ କଳାକାର ବିବାହ କରିଛନ୍ତି। ୨୦୧୮ମସିହାରେ ବିରାଟ-ଅନୁଷ୍କା, ପ୍ରିୟଙ୍କା ଚୋପ୍ରା-ନିକ ଜୋନାସ ବିବାହ କରିଥିଲେ। ଏଥି ସହିତ, ୨୦୨୧ ମସିହାରେ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବିବାହ ହୋଇଥିଲା। ଏଥି ସହିତ ରଣବୀର କପୁର-ଆଲିଆ ଭଟ୍ଟ ଗତ ବର୍ଷ ବିବାହ କରିଥିବା ବେଳେ ଅନେକ କଳାକାର ୨୦୨୩ ମସିହାରେ ବିବାହ କରିଥିବା ଦେଖିବାକୁ ମିଳିଛି। ବିବାହ ପରେ ଏହି ସବୁ କଳାକାରଙ୍କ ଫଟୋକୁ ନେଇ ଚର୍ଚ୍ଚା ହୋଇଥାଏ। କିଏ କିଭଳି ପୋଷାକ ପିନ୍ଧିଛନ୍ତି, କିଭଳି ଗହଣା ପିନ୍ଧିଛନ୍ତି ଓ କିଭଳି ଫଟୋ ଉଠାଇଛନ୍ତି, ତାହା ଦେଖିବାକୁ ସେମାନଙ୍କ ପ୍ରଶଂସକ ଅନାଇ ବସିଥାନ୍ତି।

ଏବେ ନିଜ ପ୍ରଶଂସକଙ୍କ ପାଇଁ ବଲିଉଡ ଦମ୍ପତି ରିଚା ଚଢ଼ା ଓ ଅଲୀ ଫୈଜଲ ନିଜ ବିବାହର ଡକ୍ୟୁମେଣ୍ଟ୍ରି ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଡକ୍ୟୁମେଣ୍ଟ୍ରିର ନାମ ରହିବା ‘RiAality’। ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଛନ୍ତି ଯେ, ବିବାହକୁ ପ୍ରାୟତଃ ପରୀର କାହାଣୀ ଭାବରେ ଚିତ୍ରିତ କରାଯାଇଥାଏ, କିନ୍ତୁ ବାସ୍ତବତା ହେଉଛି ଭିନ୍ନ ଭିନ୍ନ ଅନୁଭବର ମିଶ୍ରଣ। ଖୁସି, ଚାପ, ଉତ୍ସାହ ଏବଂ ଏହା ମଧ୍ୟରେ ଥିବା ସବୁକିଛି। ଆମର ଡକ୍ୟୁମେଣ୍ଟ୍ରି ‘RiAality’ ଏକ ହୃଦୟସ୍ପର୍ଶୀ କାହାଣୀ। ଆମେ ଆମର ବିବାହ ଅଭିଜ୍ଞତାକୁ ପ୍ରକୃତ ମହତ୍ତ୍ବ ଦେବାକୁ ଚେଷ୍ଟା କରିଛୁ। ‘RiAality’ ହେଉଛି ଏକ ଦର୍ପଣ ଯାହା ଗ୍ଲାମର ପଛରେ ବାସ୍ତବତା ଦେଖାଏ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button