ଜୀବନଶୈଳୀ

କଣ ପାଇଁ କିଛି ଲୋକ ନେଇଥାନ୍ତି ସିଂହର ଗର୍ଜନ ଏବଂ ବମ ଧମାକାର ଶବ୍ଦ ପରି ଘୁଙ୍ଗୁଡି, ଜାଣନ୍ତୁ କଣ ଏହାର କାରଣ

ଆପଣ ଦେଖିଥିବେ କେତେକ ଲୋକ ରାତିରେ ଜୋର ଜୋର ଘୁଙ୍ଗୁଡି ମାରିଥାନ୍ତି, ଅଧିକାଂଶ ଘରେ କେହି ନା କେହି ଘୁଙ୍ଗୁଡି ମାରନ୍ତି । ଏହା ସମସ୍ତଙ୍କ ନିଦକୁ ଭାଙ୍ଗିଥାଏ । ଏମିତିରେ ଘୁଙ୍ଗୁଡି ଏକ ଚିନ୍ତାର କାରଣ ହୋଇଥାଏ କିନ୍ତୁ ଆମେ ଏହାକୁ ହାଲ୍କା ରେ ନେବା ଉଚିତ ନୁହେଁ । ବାପା ଏବଂ ଅଜା ମାନଙ୍କର ଘୁଙ୍ଗୁଡି ତ ଏତେ ଅଧିକ ହୋଇଥାଏ ଯେ ଏହା ସିଂହର ଗର୍ଜନ କୁ ବି ପଛରେ ପକାଇ ଦେଇଥାଏ ।

ଘୁଙ୍ଗୁଡି କଣ ହୋଇଥାଏ ?

ସୋଇଥିବା ସମୟରେ ନିଶ୍ଵାସ ନେବା ସହିତ ଯେତବେଳେ ଜୋର ଶବ୍ଦ ଏବଂ ଭାଇବ୍ରେସନ ହେଇଥାଏ ତାହାକୁ ଘୁଙ୍ଗୁଡି କୁହାଯାଏ । ଘୁଙ୍ଗୁଡିର ଶବ୍ଦ ସେତେବେଳେ ହୋଇଥାଏ, ଯେତବେଳେ ପବନର ବହି ଗଳାର ଥିବା ଗାତରେ ପହଞ୍ଚି କମ୍ପନ ସୃଷ୍ଟି କରିଥାଏ । ଘୁଙ୍ଗୁଡି ନିଶ୍ଵାସ ଭିତରକୁ ନେବା ସମୟରେ ଆସିଥାଏ । ନାକ ବା ମୁହଁ କେଉଁ ଥିରୁ ବି ଘୁଙ୍ଗୁଡିର ଶବ୍ଦ ଆସିଥାଏ ।

କଣ ପାଇ ଆସିଥାଏ ଘୁଙ୍ଗୁଡି ?

ଏମିତି କୁହାଯାଇଥାଏ କି ବହୁତ ଥକି ଯାଇଥିଲେ ଘୁଙ୍ଗୁଡି ଆସିଥାଏ । କିନ୍ତୁ ସୋଇଥିବା ସମୟରେ ନିଶ୍ଵାସ ନେବାରେ ଅସୁବିଧା ହେବା ଘୁଙ୍ଗୁଡିର ମୁଖ୍ୟ କାରଣ ଅଟେ ।

ଏକ ରିପୋଟ ଆନୁସାରେ ନାକ ଏବଂ ଗଲା ର କାରଣରୁ ଘୁଙ୍ଗୁଡି ଆସିଥାଏ । ନିଦରେ ଆମେ ଆମର ବେକର ମାଂସପେଶୀ କୁ ରିଲାକ୍ସ କରିଥାଉ କିନ୍ତୁ କେବେ କେବେ ଏହା ଏତେ ରିଲାକ୍ସ ହୋଇଯାଏ କି ଉପରେ ପବନ ଆସିବା ବନ୍ଦ ହୋଇଯାଇଥାଏ ।  ଯେତବେଳେ ଏମିତି ହୋଇଥାଏ କି ସେ ବ୍ଯକ୍ତିର ଶରୀରକୁ ଆବଶ୍ୟକ ଅମ୍ଳଜାନ ମିଳିନଥାଏ । ଏମିତି ପରିଷ୍ଟିତିରେ ମତିଷ୍କ ଶରୀରକୁ ଉଠାଇବା ପାଇଁ ସିଗନାଲ ପଠାଇଥାଏ ଏବଂ ଏହି କାରଣରୁ ବି କେତେଥର ଆମ ନିଦ ରାତିରେ ଭାଙ୍ଗି ଯାଇଥାଏ ।

କଣ ପାଇଁ କିଛି ଲୋକ ଘୁଙ୍ଗୁଡି ମାରିଥାନ୍ତି ଏବଂ କିଛି ଲୋକ ଘୁଙ୍ଗୁଡି ମାରି ନଥାନ୍ତି ?

ଯେଉଁ ଲୋକଙ୍କର ଟଂସିଲ ବଢିଯାଇଥାଏ ଏବଂ ଜିଭ ବଡ ହୋଇଥାଏ ସେମାନଙ୍କୁ ଘୁଙ୍ଗୁଡି ଆସିବାର ଅଧିକ ସମ୍ଭାବନା ରହିଥାଏ । ନାକ ଏବଂ ଜିଭର ଆକାର ବି ଘୁଙ୍ଗୁଡିର କାରଣ ହେଇପାରେ । ଏକ ରିପୋର୍ଟ ଅନୁସାରେ ୪୦% ଯୁବକ ଘୁଙ୍ଗୁଡି ମାରିଥାନ୍ତି ।

ଜିଭ ଏବଂ ଗଳାର ମାଂସପେଶୀ ଗୁଡିକ କମଜୋର ହେବା କାରଣରୁ ଝୁଲିବା ପରି ଲାଗିଥାଏ ତେଣୁ ରାସ୍ତାରେ ବାଧା ଆସିଥାଏ । ଏହା ଅଧିକ ଆଲକୋହଲ ବା ନିଦ ବଟିକା ଖାଇବା କାରଣରୁ ହେଇଥାଏ । ଏହା ସହିତ ବୟସ ବଢିବା ରୁ ବି ମାଂସପେଶୀ ଉପରେ ପରଦା ପଡିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button