ବିଚାର

ସକାଳୁ ସର୍ବ ପ୍ରଥମେ କ’ଣ କରିବା ଉଚିତ ? ଯାହା ଆପଣଙ୍କ ପୁରା ଦିନକୁ ମଙ୍ଗଳମୟ କରିବ

ବନ୍ଧୁଗଣ ପ୍ରତ୍ଯେକ ବ୍ୟକ୍ତି ସକାଳୁ ରାତି ପର୍ଯ୍ୟନ୍ତ ବହୁତ ପରିଶ୍ରମ କରିଥାନ୍ତି । ଯାହା ଦ୍ଵାରା ସେମାନେ ଧନପଇସା ଅର୍ଜନ କରିବା ସହ ସମାଜରେ ମାନ ସମ୍ମାନ ମଧ୍ୟ ପ୍ରାପ୍ତି କରିପାରିବେ । ତେବେ ବ୍ୟକ୍ତି ଯେତେ ମଧ୍ୟ ପରିଶ୍ରମ କରୁ । ଯଦି ସେ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିପାରିବ ନାହିଁ । ସେ ଧନସମ୍ମାନର ଅଧିକାରୀ ହୋଇପାରିବ ନାହିଁ । ତେଣୁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଆପଣଙ୍କୁ କଣ କଣ ସବୁ କରିବାକୁ ପଡିବ ତାହା ଏଠାରେ ଜାଣନ୍ତୁ ।

ସବୁବେଳେ ସବୁ ବ୍ୟକ୍ତିଙ୍କୁ ବ୍ରାହ୍ମ ମୂହୁର୍ତ୍ତରୁ ଶୋଇକି ଉଠିବା ବହୁତ ଭଲ କଥା ଅଟେ । ବ୍ରାହ୍ମ ମୂହୁର୍ତ୍ତ ଅର୍ଥାତ ସୁର୍ଯୋଦୟ ପୂର୍ବର ସମୟରେ ଦେବତା, ମୁନିରୁଷୀ ସମସ୍ତେ ଶୋଇକି ଉଠିଥାନ୍ତି । ବ୍ରାହ୍ମ ମୁହୂର୍ତ୍ତରୁ ଯେଉଁ ମାନେ ଶୋଇକି ଉଠିଥାନ୍ତି । ସେମାନଙ୍କ ସ୍ଵାସ୍ଥ ବହୁତ ଭଲ ରହିଥାଏ । ଯଦି ବ୍ୟକ୍ତି ବାରମ୍ବାର ରୋଗ, ବେମାରୀରେ ପୀଡିତ ହେବ ନାହିଁ । ତେବେ ତାହାର ଅଯଥା ଟଙ୍କା ନିଜ ଦେହର ରୋଗ, ବେମାରୀ ପାଇଁ ଖର୍ଚ କରିବାକୁ ପଡିନଥାଏ ।

ବ୍ରାହ୍ମ ମୂହୁର୍ତ୍ତ ସମୟରୁ ଉଠିଲା ପରେ କାହାକୁ ଦେଖିବା କି ଯିବା ପୂର୍ବରୁ ପ୍ରଥମେ ନିଜ ହାତର ଦୁଇ ପାପୁଲିକୁ ଘଷି ତାହାକୁ ନିଜର ମୁହଁରେ ମାରି ପାପୁଲିକୁ ଦେଖନ୍ତୁ । କାରଣ ସମସ୍ତଙ୍କ ହାତର ପାପୁଲିରେ ମା’ ଲକ୍ଷ୍ମୀ, ମା’ ସରସ୍ଵତୀ ଓ ପ୍ରଭୁ ଗୋବିନ୍ଦ ବାସ କରିଥାନ୍ତି । ଏହା ଛଡା ସକାଳୁ ଉଠି ସର୍ବ ପ୍ରଥମେ ଗାଈ, ବେଦଜ୍ଞ ବ୍ରାହ୍ମଣ, ପ୍ରଜ୍ଵଳିତ ଅର୍ଥାତ ଜଳୁଥିବା ଦୀପ କିମ୍ବା କୌଣସି ସୁହାଗିନୀ ନାରୀ ମଧ୍ୟରୁ କାହାକୁ ବି ଦେଖିଲେ ଦେଖିଲେ ଦିନଟି ଆପଣଙ୍କର ମଙ୍ଗଳମୟ ହୋଇଥାଏ ।

ତେବେ ସେହି ସୁହାଗିନୀ ନାରୀ ଯେପରି କଳହପ୍ରିୟା ହୋଇନଥିବ । ତାପରେ ଶଯ୍ୟା ତ୍ୟାଗ କରିବା ସମୟରେ ଭୂମୀ ଉପରେ ପାଦ ପକାଇବା ପୂର୍ବରୁ ପ୍ରଥମେ ଭୂମୀ ମା’ କୁ ପ୍ରଣାମ କରନ୍ତୁ । ତାପରେ କିଛି ବି କରିବା ପୂର୍ବରୁ ପ୍ରଥମେ ନିଜ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ । କାରଣ ରାତିରେ ଶୋଇବା ସମୟରେ ଆମ ଆଖି ବନ୍ଦ ହୋଇ ରହିଥାଏ ।

ଯାହା ଦ୍ଵାରା ଆଖିର ତାପ ବଢିଯାଇଥାଏ । ଯାହା ଫଳରେ କି ଆଖି ତଳେ କଳା ପଡିବାର ସମ୍ଭାବନା ରହିଥାଏ । ତେଣୁ ଯଥା ସମ୍ଭବ ଆଖିକୁ ଖୋଲା କରି ଭଲ ଭାବେ ଆଖିକୁ ପାଣି ଛାଟି ଆଖି ଭଲ ଭାବେ ଧୋଇବା ସହ ମୁହଁକୁ ମଧ୍ୟ ଧୋଇ ତାପରେ ନିଜର ଦିନଟି ଆରମ୍ଭ କରନ୍ତୁ ।ଏହା ଦ୍ଵାରା ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବା ସହ ଦିନଟି ମଧ୍ୟ ଭଲରେ ଯାଇଥାଏ ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button