ଦେଶ ବିଦେଶ

ବେଆଇନ ବାଣ କାରଖାନାରେ ବିସ୍ଫୋରଣ, ୭ ଆହତ

ନୂଆଦିଲ୍ଲୀ: ଅମୃତସରରେ ଏକ ଭଡା ଘରେ ଚାଲୁଥିବା ବେଆଇନ ବାଣ କାରଖାନାରେ ହୋଇଥିବା ବିସ୍ଫୋରଣରେ ୭ ଜଣ ଆହତ ହୋଇଛନ୍ତି।

ରବିବାର ସନ୍ଧ୍ୟାରେ ଅମୃତସର ସହରଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ଜାଣ୍ଡିଆଲା ସହରର ନାଗାଲ ଗୁରୁ ଗ୍ରାମରେ ଏହି ଘଟଣା ଘଟିଥିଲା।

ବାଣ ତିଆରି ପାଇଁ ବ୍ୟବହୃତ ସାମଗ୍ରୀ ବହୁ ପରିମାଣରେ ଘରେ ରଖାଯାଇଥିଲା।

ଏଥିରେ ନିଆଁ ଲାଗିଯିବାରୁ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୭ ଜଣ ଆହତ ହୋଇଥିବା ବେଳେ ଘରର କାନ୍ଥ କ୍ଷତିଗ୍ରସ୍ତ ହୋଇଯାଇଥିବା ପୋଲିସ କହିଛି।

ଆହତମାନେ ଅମୃତସରର ଏକ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button