ସ୍ୱାସ୍ଥ୍ୟ

ଫୁଠୁଥିବା ଚାଉଳର ପାଣିରୁ ଶରୀରକୁ ମିଳେ ଏହିସବୁ ଫାଇଦା, ଯାହାକୁ ଜାଣି ଆପଣ ବି ହେବେ ଆଶ୍ଚର୍ଯ୍ୟ

ଧାନ ମଞ୍ଜିକୁ ଚାଉଳ କୁହାଯାଏ, ଏହା ଧାନ ଉପର ଚୋପା ଛଡେଇଲା ପରେ ପ୍ରାପ୍ତ ହୋଇଥାଏ, ଚାଉଳ ପୂର୍ବ ଜଗତ ରେ ପ୍ରମୁଖ ରୂପରେ ଖିଆ ଯାଏ । ଭାରତରେ ଭାତ, ଖେଚେଡି ସହ ଅନ୍ୟ କେତୋଟି ଖାଦ୍ଯ ଚାଉଳ ଦ୍ଵାରା ବନା ଯାଏ । ଚାଉଳ ସେବନ ଦକ୍ଷିଣ ଭାରତ ଓ ପୂର୍ବ-ଦକ୍ଷିଣ ଭାରତ ଠାରୁ ଅଧିକ ଉତ୍ତର ଭାରତରେ ଅଧିକ ହୋଇଥାଏ । ସମସ୍ତେ ଖାଇବାରେ ଭାତ ବହୁତ ପସନ୍ଦ କରନ୍ତି, କିନ୍ତୁ କଣ ଆପଣ କେବେ ଫୁଟୁଥିବା ଚାଉଳ ପାଣି ସେବନ କରିଛନ୍ତି ?

Image Courtesy: Google

ଫୁଟୁଥିବା ଚାଉଳ ପାଣି ଆମ ଶରୀର ପାଇଁ ବହୁତ ଲାଭକାରୀ ଅଟେ, ଅଧିକାଂଶ ମହିଳାମାନେ ଖାଇବା ସ୍ଵାଦିଷ୍ଟ ବନେଇବା ପାଇଁ ଏହି ପାଣି ଫୋପାଡି ଦିଅନ୍ତି ।ଚାଉଳ ବନେଇଲା ବେଳେ ଗାଢା ପାଣି ବହୁତ ଲାଭକାରୀ ଅଟେ, ଏଥିରେ ପ୍ରୋଟିନ, ବିଟାମିନ ଓ ମିନିରଲ୍ସ ଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ଅଟେ । ଯେଉଁ ଲୋକଙ୍କୁ ପ୍ରାୟତଃ ପେଟ ସମସ୍ୟା ହୋଇଥାଏ ତାଙ୍କୁ ଚାଉଳ ପାଣି ସେବନ କରିବା ଉଚିତ ଅଟେ ।

ଏହା ଦ୍ଵାରା ଖାଇବା ସହଜ ରେ ହଜମ ହୋଇଥାଏ । ଚାଉଳ ପାଣି ଡାଇରିୟା ଓ ପେଟ ଖରାପ ରେ ଆରାମ ଦେଇଥାଏ, ଆପଣ ଯଦି ଚାହନ୍ତି ତେବେ ଅଧା ଚାମଚ ଜୀରା ଭାଜିକି, ସୁଆଦ ଅନୁଯାଇ କଳା ଲୁଣ, ଟିକେ ଗୋଲମରୀଚ ପାଉଡର ଚାଉଳ ପାଣି ରେ ପକାନ୍ତୁ ଏହା ଦ୍ଵାରା ଚାଉଳ ପାଣି ସ୍ଵାଦିଷ୍ଟ ହୋଇଥାଏ ଓ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ମଧ୍ୟ ହୋଇଥାଏ ।

Image Courtesy: Google

ଚାଉଳ ପାଣି ରେ କାର୍ବୋହାଇଡ୍ରେଟ ଅଧିକ ମାତ୍ରା ରେ ଥାଏ ସେଥିପାଇଁ ଚାଉଳ ପାଣି ସେବନ ଦ୍ଵାରା ଶରୀର ରେ ଊର୍ଜା ସଂଚାର ତୁରନ୍ତ ହୋଇଥାଏ ସେଥିପାଇଁ ଥକା ଲାଗିଲେ ଚାଉଳ ପାଣି ସେବନ କରିବା ଆବଶ୍ୟକ ଅଟେ । ତ୍ଵଚା କୋମଳ ଓ ସୁନ୍ଦର କରିବା ପାଇଁ ପ୍ରତି ଦିନ ଚାଉଳ ପାଣି ତୁଳା ରେ ଲଗେଇ ଚେହେରା ରେ ଲଗାନ୍ତୁ ଓ ୧୫-୨୦ ମିନିଟ ପରେ ଧୋଇ ଦିଅନ୍ତୁ ଏହା ଦ୍ଵାରା ଆପଣଙ୍କ ଚେହେରା ସୁନ୍ଦର ହବା ସହ କୋମଳ ହୋଇଥାଏ ।

Image Courtesy: Google

ଚାଉଳ ପାଣି ଶରୀର ସୁନ୍ଦର କରିବା ସହ ଶରୀର ଶକ୍ତିଶାଳି କରିଥାଏ, ଓ ବୁଦ୍ଧି ସକ୍ରିୟ କରିବାରେ ସାହାଜ୍ଯ କରିଥାଏ କେବଳ ଏତିକି ନୁହ ଚାଉଳ ପାଣି ବିପି କଣ୍ଟ୍ରୋଲ କରିବାରେ ସାହାଜ୍ଯ କରିଥାଏ । ଚାଉଳ ପାଣି ଦ୍ଵାରା ଓଜନ ମଧ୍ୟ କମିଠାଏ, ଏହା ପାଇଁ ଖାଇବାର ଅଧ ଘଣ୍ଟା ଆଗରୁ ଗୋଟେ ଗ୍ଳାସ ଚାଉଳ ପାଇଁ ପିୟନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button