ଆଦିବାସୀ ଦିବସ ପାଳନ କରିବା ସହ ବିର୍ସା ମୁଣ୍ଡାଙ୍କ ପ୍ରତି ମୂର୍ତ୍ତି ସ୍ଥାପନ

: ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତରେ ଆଦିବାସୀ ଦିବସ ପାଳନ କରିବା ସହ ବିର୍ସା ମୁଣ୍ଡାଙ୍କ ପ୍ରତି ମୂର୍ତ୍ତି ସ୍ଥାପନ କରାଯାଇଛି। କଲ୍ୟାଣସିଂହପୁର ବ୍ଲକର ଥିବା ସମସ୍ତ ଆଦିବାସୀ ଭାଇ ଭଉଣୀ ମାନେ ପୁଜାରୀଗୁଡା ପଞ୍ଚାୟତର ରେଖାଲିଗୁଡା ଛକରେ ଥିବା ବିଦ୍ୟଦର୍ଶନ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇଥିଲେ |
ସେହି ଠାରୁ ଏକ ଶୋଭାଯାତ୍ରାରେ ଧନୁ ଟାଙ୍ଗିଆ ବାଜା ବଜାଇ ନାଚ କରି ବାହାରି ସୁନାଖଣ୍ଡି ପଞ୍ଚାୟତର ଆଲଜିନିଗୁଡା ଛକ ଠାରେ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ପ୍ରତି ମୂର୍ତ୍ତି ସ୍ଥାପନ କରିବା ସହ ଉଦଘାଟନ କରିଥିଲେ | ଏହାକୁ ବ୍ଲକ କନ୍ଧ କୁଳ ଆଦିବାସୀ ସଂଘର ସଭାପତି ଶ୍ରୀ ଯୁକ୍ତ ଯୋଗେନ୍ଦ୍ର ବାଡାକା ଉଦଘାଟନ କରିଥିଲେ ଏହାପରେ ଉକ୍ତ ସ୍ଥାନରେ ବୈଠକ ବସିଥିଲା ଏଥିରେ ଆଦିବାସୀ ବିଭିନ୍ନ ପ୍ରକାର ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ |
ଏଥିରେ ନିୟମଗିରି ପାହାଡ଼ ଉପରେ ବସବାସ କରୁଥିବା ଡଙ୍ଗରିଆ ଆଦିବାସୀ ଶ୍ରୀ ଯୁକ୍ତ ଜିତୁ ଜାକେସିକା ସୁନାଖଣ୍ଡି ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ସଞ୍ଜୟ ନିଶିକା ଅଶୋକ ବିଡିକା ଶିବରାମ ସମେତ ପ୍ରତ୍ୟେକ ପଞ୍ଚାୟତର ଆସିଥିବା ଭାଇ ଭଉଣୀ ମାନେ ଉପସ୍ଥିତ ରହିଥିଲେ |ଶେଷରେ ସଭାପତି ଶ୍ରୀ ଯୁକ୍ତ ଯୋଗେନ୍ଦ୍ର ବାଡାକା ଧନ୍ୟବାଦ ଦେଇଥିଲେ