ନୀତୀଶଙ୍କର ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ଯେ ହେଲେ ସିଟ ଫାଙ୍କା ନାହିଁ: ଶାହା – Utkal Mail
ପାଟନା: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ‘ମେରୀ ମାଟି ମେରା ଦେଶ’ ଅଭିଯାନ ଚଳାଇଛି। ତେବେ ଏହି ଅଭିଯାନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିହାର ଗସ୍ତରେ ଅଛନ୍ତି। ଆଜି କେନ୍ଦ୍ର ଗୃହମନ୍ତ୍ରୀ ବିହାରର ମଧୁବାନୀରେ ଏକ ନିର୍ବାଚନୀ ସଭାରେ ଇଣ୍ଡିଆ ମେଣ୍ଟ ଉପରେ ଜୋରଦାର ଆକ୍ରମଣ କରିଛନ୍ତି | ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଘେରିଥିଲେ। ଏକ ସାଧାରଣ ସଭାରେ ସମ୍ବୋଧିତ କରି ଗୃହମନ୍ତ୍ରୀ ଶାହା କହିଛନ୍ତି, “ଏବେ ବିହାରରେ ଯେଉଁ ମେଣ୍ଟ ଅଛି ସେଥିରେ ସ୍ୱାର୍ଥ ଜଡିତ ଅଛି |
ଲାଲୁ ଜୀ ତାଙ୍କ ପୁଅକୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି ଏବଂ ନୀତୀଶ ଜୀ ପ୍ରତ୍ୟେକ ଥର ଭଳି ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି। ହେଲେ ନୀତୀଶ ବାବୁ ଏତିକି ଜାଣନ୍ତୁ, ଆପଣ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ | କାରଣ ପ୍ରଧାନମନ୍ତ୍ରୀ ଆସନ ଫାଙ୍କା ନାହିଁ | ଆଉ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ପୁଣିଥରେ ସେହି ଆସନରେ ବସିବେ | ସେହିପରି ଶାହା କହିଛନ୍ତି, “ଏହି ଲୋକମାନେ ପୁନର୍ବାର ବିହାରକୁ ଜଙ୍ଗଲରାଜ ଆଡକୁ ନେଇଯାଉଛନ୍ତି |
ଏମାନେ ବିହାରରେ ଜଂଗଲରାଜ ଚଳାଇବା ସହ ଯେଭଳି ସୁରକ୍ଷିତ ରହିପାରିବ ନାହିଁ ସେଦିଗରେ କାର୍ଯ୍ୟ କରୁଛନ୍ତି | ସେ କହିଛନ୍ତି ଯେ ଲାଲୁ-ନୀତୀଶ ସରକାରଙ୍କ ଅଧୀନରେ ବିହାରରେ ପ୍ରତିଦିନ ଅପରାଧିକ ଘଟଣା ଘଟୁଛି। ବିହାର ଜଙ୍ଗଲ ରାଜ ଆଡକୁ ଯାଉଛି। ଲାଲୁ ଯାଦବ ପୁନର୍ବାର ସକ୍ରିୟ ହୋଇଥିବାବେଳେ ନୀତୀଶ କୁମାର ନିଷ୍କ୍ରିୟ ହୋଇଯାଇଛନ୍ତି | ଲାଲୁ ସକ୍ରିୟ ହେବା ଅର୍ଥ ଅନୁମାନ କରନ୍ତୁ କ’ଣ ହେବ?