ବିଚାର

ଘରର ପୂଜା ଘରେ ଏହି ୧ ଜିନିଷ ରଖିବା ମାତ୍ରେ ହିଁ ବନିବାକୁ ଲାଗିଥାଏ ସମସ୍ତ ଅଟକି ରହିଥିବା କାମ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରର ପୂଜା ଘରେ ଏହି ୧ ଜିନିଷ ରଖିବା ମାତ୍ରେ ହିଁ ବନିବାକୁ ଲାଗିଥାଏ ସମସ୍ତ ଅଟକି ରହିଥିବା କାମ।

ଆମର ଭାରତୀୟ ସଂସ୍କୃତିର ଛୋଟ ଏବଂ ବଡ଼ କୌଣସି ବି ପ୍ରକାରର ପୂଜା କରିବାରେ କୌଣସି ନିଶ୍ଚିତ ନିୟମ ଅଛି ଆଉ ଏହି ନିୟମକୁ ପାଳନ କରିବା ପାଇଁ ପୂଜାପାଠ କରିବା ଉଚିତ। ତେବେ ଯାଇ ଆମର ପୂଜାର କୌଣସି ଅର୍ଥ ଥାଏ। ଆଉ ଆମର ଆରୋଧନାର ଫଳ ବି ମିଳିଥାଏ। ଅନେକ ଥର ଆମେ ପୁରା ଶ୍ରଦ୍ଧା ଏବଂ ଭକ୍ତିରେ ପୂଜାପାଠ ତ କରିଥାଉ କିନ୍ତୁ ତଥାପି ଆମର ମନସ୍କାମନା ପୂରଣ ହୋଇନଥାଏ। ଆମର କଷ୍ଟର ନିବାରଣ ବି ହୋଇନଥାଏ କି ଆମକୁ ମାନସିକ ଶାନ୍ତି ବି ମିଳିନଥାଏ। ଏମିତି କାହିଁକି ହୋଇଥାଏ।

ଏହାର ପଛରେ ବି ବାସ୍ତୁଦୋଷ ହୋଇପାରେ ଏବଂ ଏହି ବାସ୍ତୁଦୋଷକୁ ଦୂର କରିବା ପାଇଁ ଆମକୁ ବାସ୍ତୁଶାସ୍ତ୍ରର କିଛି ନିୟମ କରିବା ଉଚିତ। ଆମର ଶାସ୍ତ୍ରରେ ଯେତେବି ପୂଜା ସାମଗ୍ରୀ କୁହାଯାଇଛି ସେହିସବୁ ବସ୍ତୁର ନିଜର ବିଶେଷତା ଏବଂ ମହତ୍ୱ ଥାଏ। ତାହା ଚାଉଳ ହୋଇପାରେ କୁମକୁମ ହୋଇପାରେ କିମ୍ବା ଧୂପ ଦୀପ। ଯେବେବି ଆମେ ବିଧି ବିଧାନରେ ପୂଜାପାଠ କରନ୍ତି ସେସବୁ ପୂଜା ସାମଗ୍ରୀର ଉପଯୋଗ କରିବାର ଏକ ବିଶେଷ କ୍ରମ ନିର୍ଦ୍ଧାରିତ ହୋଇଥାଏ। ଆଉ ସେହି ଅନୁସାରେ ଆମକୁ ପାଳନ କରିବା ଉଚିତ। ତେବେ ଆସନ୍ତୁ ଜାଣିନେବା। ବାସ୍ତୁଶାସ୍ତ୍ର ଅନୁସାରେ ପୂଜା ଘରେ କେଉଁ ଜିନିଷ ରଖିବା ଉଚିତ ଆସନ୍ତୁ ଜାଣିବା।

ପୂଜା କରିବା ସମୟରେ ଏହି କଥାର ଧ୍ୟାନ ରଖନ୍ତୁ କି ଆପଣଙ୍କ ମନ୍ଦିର ଇସାଣ କଣ କିମ୍ବା ଉତ୍ତର-ପୂର୍ବ କୋଣରେ ରହିବା ଉଚିତ। ସେତେବେଳେ ଯାଇ ଆପଣ ଆପଣଙ୍କର ପୂଜାର ସମ୍ପୂର୍ଣ୍ଣ ଫଳ ପ୍ରାପ୍ତ ହୋଇଥାଏ।

ପ୍ରତିଦିନ ସକାଳୁ ଉଠି ସ୍ନାନ ଶୌଚ ଆଦି ହୋଇ ତଥା ସ୍ୱଚ୍ଛ କପଡା ପିନ୍ଧି ନିୟମ ପୂର୍ବକ ପୂଜା କରିବା ଉଚିତ ଆଉ ସକାଳ ସନ୍ଧ୍ୟାରେ ଭଗବାନଙ୍କ ସାମ୍ନାରେ ଦୀପ ଜଳାଇବା ଉଚିତ। ମନ୍ଦିର କିମ୍ବା ଆଖପାଖର ଜାଗା ସଫା ସୁତରା ରଖନ୍ତୁ। ଭଗବାନଙ୍କୁ ସ୍ନାନ କରାଇ କୁମକୁମର ତିଳକ ଲଗାଇ ଫୁଲ ଚଢାଇବା ଉଚିତ। ପ୍ରତ୍ୟକ ଘରେ ପୂଜାର ନିୟମ ଅଛି। ତାଙ୍କୁ ହିଁ ଧ୍ୟାନରେ ରଖି ବିଧି ପୂର୍ବକ ପୂଜା କରନ୍ତୁ। ଭଗବାନଙ୍କର ନୈବେଦ୍ୟକୁ କେବେବି ପୂଜା ପୂର୍ବରୁ ଚାଖି ଅଇଁଠା କରିବା ଉଚିତ ନୁହେଁ। ଏହା ସହିତ ପୂଜା ସାମଗ୍ରୀ ଧୂପ ଫୁଲ ନୈବେଦ୍ୟ ପୂଜା ପୂର୍ବରୁ ସୁଙ୍ଗି ଭଗବାନଙ୍କୁ ଅର୍ପଣ କରିବା ଉଚିତ ନୁହେଁ। ଏହା ଶାସ୍ତ୍ର ଦୃଷ୍ଟିରୁ ଅନୁଚିତ ମାନାଯାଇଛି।

କିଛି ମୂର୍ତି ବି ଏମିତି ଥାଏ ଯାହାକୁ ଆମେ ପୂଜା ଘରେ କେବେବି ରଖିବା ଉଚିତ ନୁହେଁ। ଯେମିତି ଭୈରବ ଶନିଦେବ ନଟରାଜ ମା କାଳୀଙ୍କ ମୂର୍ତି ପୂଜା ଘରେ ରଖିବା ଉଚିତ ନୁହେଁ। ଅଥବା କୌଣସି ବି ଦେବତାଙ୍କ ଛିଡା ହେବା ମୂର୍ତି କିମ୍ବା କ୍ରୋଧିତ ମୂର୍ତ୍ତି କେବେବି ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଘରର ପରିବେଶ ଉଗ୍ର ହୋଇଯାଏ ଆଉ ସକାରାତ୍ମକ ଉର୍ଜା ନକରାତ୍ମକ ଉର୍ଜାରେ ପରିଣତ ହୋଇଯାଇଥାଏ। ଏହା ଦ୍ବାରା ପରିବାରରେ କ୍ଳେଶ ଏବଂ ଅଶାନ୍ତିର ବାତାବରଣ ବନି ରହିଥାଏ।

ଆପଣ ଜାଣିଥିବେ ପୂଜା ଘରେ କେଉଁ ୩ ଟି ଜିନିଷ ରଖିବା ଉଚିତ।

କଳସ। ଶାସ୍ତ୍ରରେ କଳସକୁ ପୂର୍ଣ୍ଣତାର ପ୍ରତୀକ ମାନାଯାଇଛି। ଦୀପାବଳି ପର୍ବ ହେଉ କି ନବରାତ୍ରୀର ପୂଜା ହେଉ କିମ୍ବା ଅନ୍ୟ କୌଣସି ପ୍ରକାରର ପର୍ବ ହେଉ ତଥା ମାଙ୍ଗଳିକ କାର୍ଯ୍ୟ ହେଉ। କଳସର ସ୍ଥାପନା କରିବା ବିନା ସବୁ ଅଧୁରା ମାନାଯାଇଛି। ପୂଜାର କଳସର ଉପଯୋଗ ସବୁ ଦେବତା ଦେବୀ ମାନଙ୍କୁ ଆବାହନ ପାଇଁ କରାଯାଇଥାଏ। ଭଗବାନଙ୍କ ସାମ୍ନାରେ ତମ୍ବା ଘଟିରେ ପାଣି ଭର୍ତ୍ତି କରି ରଖିଲେ ଏତେ ଶୁଭ ହୋଇଥାଏ କି ଆମେ ପ୍ରତିଦିନ ପୂଜା କରିବା ସମୟରେ ଭଗବାନଙ୍କ ସାମ୍ନାରେ ତମ୍ବାର ଘଟିରେ ପାଣି ଭର୍ତ୍ତି କରି ରଖିଲେ ତ ତାହାର ଚମତ୍କାର ପ୍ରଭାବ ଆମକୁ ଅବଶ୍ୟ ଦେଖିବାକୁ ମିଳିଥାଏ। ଏଥିପାଇଁ ଖାସ କରି ଭଗବାନଙ୍କ ସାମ୍ନାରେ ତମ୍ବା ଘଟିରେ ପାଣି ଭର୍ତ୍ତି କରି ରଖନ୍ତୁ।

କଳସରେ ସ୍ବାସ୍ତିକ ଚିହ୍ନ ବନେଇ ତାହା ଉପରେ ଚାଉଳ ଲଗାନ୍ତୁ। ଆଉ ସୁତା ବାନ୍ଧି ଦିଅନ୍ତୁ। ଆଉ କଳସରେ ଶୁଦ୍ଧ ପାଣି ଭର୍ତ୍ତି କରି ସେଥିରେ ଅଳ୍ପ ଗଙ୍ଗା ଜଳ ମିଶାଇ କଳସକୁ ଭଗବାନଙ୍କ ଡାହାଣ ପଟେ ରଖନ୍ତୁ ଏହାପରେ ଭଗବାନଙ୍କୁ ପୂଜା କରିବା ସମୟରେ କଳସର ପୂଜା କରନ୍ତୁ। ଏହାପରେ ପୁରା ଧ୍ୟାନ ଦେଇ ଭଗବାନଙ୍କ ସାମ୍ନାରେ କଳସକୁ ନମସ୍କାର କରନ୍ତୁ। ଆଉ ସବୁ ପବିତ୍ର ନଦୀର ଆବାହନ କରନ୍ତୁ ଆଉ ଏଥିରେ ଭରା ହୋଇଥିବା ପାଣି ପର ଦିନ ପୂଜା ପର୍ଯ୍ୟନ୍ତ ସେମିତି ହିଁ ରଖିବା ଉଚିତ ଆଉ ପୂଜା ଘରେ ସେହି ପାଣି ଛିଞ୍ଚି ଦିଅନ୍ତୁ ଆଉ ବଳକା ପାଣି ତୁଳସୀ ଗଛ ମୂଳରେ ଢାଳି ଦିଅନ୍ତୁ। ଏମିତି କରିଲେ ଏହି ଅଭିମନ୍ତ୍ରିତ ଜଳରେ ବାହାରୁଥିବା ସକରାତ୍ମକ ଉର୍ଜା ଘରର ବାତାବରଣକୁ ପବିତ୍ର କରିଦେଇଥାଏ। ଆଉ ସମ୍ପୂର୍ଣ୍ଣ ଘରେ ଶାନ୍ତିର ଅନୁଭବ ହୋଇଥାଏ।

ଗଙ୍ଗା ଜଳ। ଆମର ଶାସ୍ତ୍ରରେ ଗଙ୍ଗା ଜଳକୁ ଅତ୍ୟନ୍ତ ପବିତ୍ର ମାନାଯାଇଛି। ଏଥିପାଇଁ ପୂଜା ଘରେ ଗଙ୍ଗା ଜଳ ରହିବା ଅତ୍ୟନ୍ତ ଆବଶ୍ୟକ ଅଟେ। ଗଙ୍ଗା ନଦୀ ସବୁ ପାପର ନଷ୍ଟ କରୁଥିବା ତଥା ସବୁ କଷ୍ଟକୁ ଦୂର କରିଥାଏ। ଯଦି ଆପଣଙ୍କ ପୂଜା ଘରେ ଏକ ଛୋଟ ତମ୍ବା ଘଟିରେ ଗଙ୍ଗା ଜଳ ଭର୍ତି କରି ରଖିଲେ ତ ଏହା ଦ୍ବାରା ଆପଣଙ୍କ ପୂଜା ଘରର ଶୁଦ୍ଧତା ବନି ରହିଥାଏ। ଆଉ ଆପଣଙ୍କୁ ଆପଣଙ୍କ ପୂଜାର ସମ୍ପୂର୍ଣ୍ଣ ଫଳ ମିଳିଥାଏ।

ଶଙ୍ଖ। ପୂଜା ଘରେ ଶଙ୍ଖ ରହିବା ଅତ୍ୟନ୍ତ ଆବଶ୍ୟକ ଅଟେ। ଶଙ୍ଖରୁ ବାହାରୁଥିବା ଧ୍ଵନିରୁ ସମ୍ପୂର୍ଣ୍ଣ ଘରର ବାତାବରଣ ପବିତ୍ର ହୋଇଯାଇଥାଏ। ଶଙ୍ଖରୁ ବାହାରୁଥିବା ଧ୍ଵନି ସକରାତ୍ମକ ଉର୍ଜାର ସଂଚାର କରିଥାଏ। ଯାହାକୁ ଶୁଣିବା ମାତ୍ରେ ବ୍ୟକ୍ତିର ସବୁ ପ୍ରକାରର ପାପ ଏବଂ ଦୋଷ ନଷ୍ଟ ହୋଇଯାଏ। ଆଉ ବ୍ୟକ୍ତି ଉନ୍ନତିର ପଥରେ ଚାଲିଥାଏ। ଏଥିପାଇଁ ଘରେ ନିତ୍ୟ ଶଙ୍ଖର ଧ୍ଵନି ଅବଶ୍ୟ ବଜେଇବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button