ଜୀବନଶୈଳୀ

Dream Astrology: ଦେଖୁଛନ୍ତି କି ଏହି ସ୍ବପ୍ନ? ମିଳିବ ଶୁଭ ଖବର…

Dream Astrology: ଜୀବନର ଆଇନା ହେଉଛି ସ୍ବପ୍ନ। ସ୍ବପ୍ନ ଶାସ୍ତ୍ର ପୂରାପୂରି ସ୍ବପ୍ନ ଉପରେ ଆଧାରିତ। ଏହି ଶାସ୍ତ୍ରରେ ସ୍ବପ୍ନ ବିଷୟରେ ଲେଖାଯାଇଛି।

ତେବେ ଆସନ୍ତୁ ଜାଣିବା ସ୍ବପ୍ନରେ ଜୀବଜନ୍ତୁଙ୍କୁ ଦେଖିବା ଶୁଭ ନା ଅଶୁଭ। ମାନ୍ୟତା ଅନୁସାରେ ସ୍ବପ୍ନରେ କିଛି ଜୀବଜନ୍ତୁଙ୍କୁ ଦେଖିଲେ ଖାସ୍‌ ଯୋଗ ହୋଇଥାଏ।

ହାତୀ- ହାତୀକୁ ଐଶ୍ବର୍ଯ୍ୟର ପ୍ରତୀକ ରୂପେ ମନାଯାଏ। ଯଦି ସ୍ବପ୍ନରେ କେହି ହାତୀ ଦେଖନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ ଫଳ ଦେଇଥାଏ। ହାତୀ ସ୍ବପ୍ନରେ ଦେଖିଥିବା ବ୍ୟକ୍ତିଙ୍କୁ ଜୀବନରେ ଉନ୍ନତି ମିଳିଥାଏ। ସୁଖ ସମୃଦ୍ଧି ପ୍ରାପ୍ତ ହୋଇଙଥାଏ। କୁହାଯାଏ ହାତୀ ସ୍ବପ୍ନ ଦେଖିବା ପରେ ମାତା ଲକ୍ଷ୍ମୀଙ୍କୁ ହାତୀର ପ୍ରତିମା ଅର୍ପଣ କରିବା ଆବଶ୍ୟକ।

ପେଚା- ସ୍ବପ୍ନରେ ପେଚା ଦେଖିବା ଅତ୍ୟନ୍ତ ଶୁଭ। ପେଚା ମା’ ଲକ୍ଷ୍ମୀଙ୍କର ବାହନ। ପେଚା ଦେଖିବା ଦ୍ବାରା ଧନ-ଧାନ୍ୟ ମିଳିଥାଏ। ମା’ ଲକ୍ଷ୍ମୀଙ୍କ କୃପା ବନି ରହିଥାଏ। ସ୍ବପ୍ନରେ ପେଚା ଦେଖିବା ପରେ ମାତା ଲକ୍ଷ୍ମୀଙ୍କୁ ଲାଲ ବସ୍ତ୍ର ଅର୍ପଣ କରିବା ବହୁତ ଶୁଭ ହୋଇଥାଏ।

ଗାଈ- ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନରେ ଗାଈ ଦେଖିବା ବହୁତ ଶୁଭ ହୋଇଥାଏ। କୁହାଯାଏ ସ୍ବପ୍ନରେ ଗାଈକୁ ଦେଖିଲେ ଭାଗ୍ୟ ଖୋଲିଥାଏ। ଗାଈ ଅର୍ଥାତ୍‌ ଗୋମାତାଙ୍କଠାରେ ୩୩ କୋଟି ଦେବୀଦେବତା ବାସ କରିଥା’ନ୍ତି। ଗାଈଙ୍କୁ ସ୍ବପ୍ନରେ ଦେଖିବା ଅର୍ଥ ଈଶ୍ବରଙ୍କ କୃପା ମିଳିଥାଏ।

ଠେକୁଆ- ସ୍ବପ୍ନରେ ଠେକୁଆକୁ ଦେଖିବା ଅତ୍ୟନ୍ତ ଶୁଭ। ଏହା ଦ୍ବାରା ଜୀବନରେ ପ୍ରେମ ବଢିଥାଏ। ନିଜ ଜୀବନସାଥୀ ସହିତ ସମ୍ପର୍କ ମଜବୁତ୍‌ ହୋଇଥାଏ। ଏତଦ୍‌ବ୍ୟତୀତ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିଥାଏ।

ଝିଟିପିଟି- ସ୍ବପ୍ନରେ ଝିଟିପିଟି ଦେଖିବା ଅତ୍ୟନ୍ତ ଶୁଭ। କୁହାଯାଏ ଝିଟିପିଟିକୁ ସ୍ବପ୍ନରେ ଦେଖିବା ଦ୍ବାରା ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହୋଇଥାଏ। ଏହା ସହିତ ଋଣ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

କାଳ ନାଗ- ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନରେ କଳା ନାଗ ଦେଖିବା ଶୁଭ ସଂକେତ। ଏହା ଦ୍ବାରା ଆପଣଙ୍କ ଯଶ ସମ୍ମାନ ବୃଦ୍ଧି ହୋଇଥାଏ। ମାନ-ସମ୍ମାନ ବଢିଥାଏ। ମନୋସ୍କାମନା ଜଲ୍‌ଦି ପୂର୍ଣ୍ଣ ହେବ ବୋଲି ଏହା ଦର୍ଶାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button