ଜୀବନଶୈଳୀ

କେତେ ବେଳେ ସ୍ଵପ୍ନ ଦେଖିଲେ ସତ ହୁଏ ? Swapna Shastra

ବନ୍ଧୁଗଣ ସ୍ଵପ୍ନ ହେଉଛି ଏକ ଅଦଭୁତ ଅତାମା । ସ୍ଵପ୍ନ ଦ୍ଵାରା ଆମେ ସମସ୍ତ ପ୍ରତେଖ ଓ ପରୋକ୍ଷ ଦ୍ଵାରା କଥା ହୋଇଥାଉ । ସ୍ଵପ୍ନ ରେ ଆମେ ନିଜକୁ ନିଜେ ଭୁଲି ଯାଇଥାଉ । ସ୍ଵପ୍ନ ଦେଖିବା ଦ୍ଵାରା କିଛି ସ୍ଵପ୍ନ ବାସ୍ତବରେ ପରିଣତ ହୋଇଥାଏ । ଆଉ କିଛି ସ୍ଵପ୍ନ ଆମକୁ କିଛି ବାର୍ତ୍ତା ଦେଇଥାଏ ଯାହା ଆମର ନିକଟ ଭବିଷ୍ୟତକୁ ନେଇ ଜଡିତ ରହିଥାଏ । ଆଉ କିଛି ସ୍ଵପ୍ନ ବିବାହିତ ଯୁବକ ଯୁବତୀ ଙ୍କୁ ନେଇ ଯେଉଁ ଘଟଣା ଗୁଡିକ ଘଟିଥାଏ ତାହା ମାନସପଟକୁ ଆଣି ସତ୍ୟ ରୂପ ନେଇଥାଏ ।

ଆଜି ଆମେ ଆପଣଙ୍କୁ କେତେବେଳେ ସ୍ଵପ୍ନ ଦେଖିଲେ ସତ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ମଣିଷ ନିଦ୍ରା ଅବସ୍ଥାରେ ଅନେକ ପ୍ରକାରର ସ୍ଵପ୍ନ ଦେଖିଥାଏ । କିଛି ସ୍ଵପ୍ନ ସତ ହୋଇଥାଏ ତ ଆଉ କିଛି ସତ ହୁଏ ନାହି । କଥା ରେ ଅଛି ଭୋର ସମୟରେ ଦେଖିଥିବା ସ୍ଵପ୍ନା ସତ ହୋଇଥାଏ । ରାତିର ଦ୍ଵିତୀୟ ପ୍ରହରୀ ଠାରୁ ଚତୁର୍ଥ ପ୍ରହରୀ ସମୟରେ ଦେଖିଥିବା ସ୍ଵପ୍ନ ସତ ହୋଇଥାଏ । ଦକ୍ଷିଣ କଡ ମାରି ରାତିରେ ଶୋଇବା ସମୟରେ ସ୍ଵପ୍ନ ଦେଖିଲେ ସେହି ସ୍ଵପ୍ନ ବହୁ କ୍ଷେତ୍ରରେ ସତ ହୋଇଥାଏ ।

ବିଳମ୍ବିତ ରାତିରେ ଶଯ୍ୟା ଗ୍ରହ ସମୟରେ ଯେଉଁ ସ୍ଵପ୍ନ ମନକୁ ଆସିଥାଏ ସେ ସ୍ଵପ୍ନ ଅମଙ୍ଗଳକର ସୂଚନା ଦେଇଥାଏ । ଦେହ ଖରାପ ରହିବା ଦ୍ଵାରା ଅନେକ ସ୍ଵପ୍ନ ମନକୁ ଆସିଥାଏ । ପ୍ରାଚିନ କାଳରେ ରୁଷି ମୁନି ମାନେ ନିଜର ଯୋଗ ବଳରେ ସ୍ଵପ୍ନ ବିଷୟରେ ଜାଣି ପାରୁଥିଲେ । ତେବେ ମା ପାର୍ବତୀ ହେଉଛନ୍ତି ସ୍ଵପ୍ନ ର ମୂଳ ଦେବତା । ପ୍ରତେକ ରାତିରେ ଶୂନ୍ୟ ଆକାଶରେ ପରି ରୂପରେ ଉଡି ଉଡି ରାଜଭ୍ରମଣ କରିଥାନ୍ତି ମା ପାର୍ବତୀ । ତାଙ୍କରି ଅଙ୍ଗ ରୁ ସ୍ଵପ୍ନ କୁମାରୀ ଜାତ ହୋଇଥାନ୍ତି ।

ପୁରାଣ ଅନୁଯାୟୀ ମହାଦେବ ଙ୍କୁ ଥରେ ମା ପାର୍ବତୀ ପ୍ରଶ୍ନ କରିଥିଲେ ସ୍ଵପ୍ନ କୁମାରୀ ଙ୍କୁ ନେଇ । କଣ ସ୍ଵପ୍ନ କୁମାରି ଯେଉଁ ସ୍ଵପ୍ନ ଦେଖାଇଥାନ୍ତି ତାହା ସତ୍ୟ କି ? ଏରହାର ଉତ୍ତର ରେ ସଦାଶିବ କହିଥିଲେ ସ୍ଵପ୍ନ ୨ ପ୍ରକାରର ହୋଇଥାଏ ଯଥା କୁସ୍ଵପ୍ନ ଓ ସୁସ୍ଵପ୍ନ । ଯେଉଁ ବ୍ୟକ୍ତି ଆଧ୍ୟାତ୍ମିକ ଚେତନାରେ ସ୍ଵପ୍ନ ଦେଖିଥାଏ ତାହା ସତ୍ୟ ପ୍ରମାଣିତ ହୋଇଥାଏ । ଆଉ ଯେଉଁ ବ୍ୟକ୍ତି କୁକର୍ମ କରି ସ୍ଵପ୍ନ ଦେଖିଥାଏ ତାହା ମିଥ୍ୟା ପ୍ରମାଣିତ ହୋଇଥାଏ ।

ତେବେ ମାତା ପାର୍ବତୀ ଙ୍କ ଅଙ୍ଗ ରୁ ଜାତ ସ୍ଵପ୍ନ କୁମାରୀ ମଣିଷ ଶୋଇବା ଅବସ୍ଥାରେ ଆସି ସ୍ଵପ୍ନ ଦେଖାଇ ଥାନ୍ତି । ତେବେ ଆପଣ ମାନେ ଜାଣିଲେ ତ କେଉଁ ସମୟରେ କେଉଁ ସ୍ଵପ୍ନ ଦେଖିଲେ ସତ ପ୍ରମାଣିତ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button