କ୍ରାଇମ

ପ୍ରେସର୍‌ କୁକର୍‌ରେ ପିଟି ‘ଲିଭ୍‌-ଇନ୍‌ ପାର୍ଟନର୍‌’ଙ୍କୁ ହତ୍ୟା କରିଥିବା ଯୁବକ ଗିରଫ – Utkal Mail


ବେଙ୍ଗାଲୁରୁ: କର୍ଣ୍ଣାଟକର ବେଗୁର୍‌ ଅନ୍ତର୍ଗତ ମାଇକୋ ଲେଆଉଟ୍‌ ଥାନା ଅଞ୍ଚଳରେ ପ୍ରେସର୍‌ କୁକର୍‌ରେ ‘ଲିଭ୍‌-ଇନ୍‌ ପାର୍ଟନର୍‌’ଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିବା ଅଭିଯୋଗରେ ଜଣେ ୨୪ ବର୍ଷିୟ ଯୁବକଙ୍କୁ ଗିରଫ କରାଯାଇଥିବା କଥା ଆଜି ପୁଲିସ କହିଛି।

ପୁଲିସ କହିବା ଅନୁସାରେ ଅଭିଯୁକ୍ତ ହେଉଛନ୍ତି ୨୪ ବର୍ଷିୟ ବୈଷ୍ଣବ ଓ ମୃତ ଯୁବତୀ ହେଉଛନ୍ତି ୨୪ ବର୍ଷୀୟ ଦେବୀ। ଉଭୟଙ୍କ ଘର କେରଳରେ। ସେମାନେ ୩ ବର୍ଷ ହେବ ଏକତ୍ର ରହୁଥିଲେ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦେବୀଙ୍କ ଭଉଣୀ କୃଷ୍ଣା ତାଙ୍କ ମୋବାଇଲ୍‌ ଫୋନ୍‌କୁ କଲ୍‌ କରି ଉତ୍ତର ନ ପାଇବାରୁ କଥା କ’ଣ ବୋଲି ବୁଝି ଆସିବାକୁ ସେମାନଙ୍କର ଜଣେ ପଡ଼ୋଶୀଙ୍କୁ ଫୋନ୍‌ କରିବାରୁ ଘଟଣା ଲୋକଲୋଚନକୁ ଆସିଥିଲା। ଦୁହେଁ ସକାଳେ ତାଙ୍କ ଘରକୁ ଆସିଥିଲେ ଓ ଯୁକ୍ତିତର୍କ କରୁଥିଲେ ବୋଲି କୃଷ୍ଣା ପୁଲିସକୁ କହିଛନ୍ତି।

ବେଙ୍ଗାଲୁରୁ ସିଟି ପୁଲିସର ଦକ୍ଷିଣ-ପୂର୍ବ ଡିଭିଜନ୍‌ର ‘ଡିସିପି’ ସି. କେ. ବାବା କହିଛନ୍ତି, ଅଳ୍ପ ଦିନ ତଳେ ଅଭିଯୁକ୍ତ ବୈଷ୍ଣବଙ୍କର ଦେବୀଙ୍କ ପ୍ରତି ସନ୍ଦେହ ହୋଇଥିଲା। ଏହି କଥାକୁ ନେଇ ଦୁହେଁ ବିବାଦ କରୁଥିଲେ। ଗତକାଲି ମଧ୍ୟ ଦୁହିଁଙ୍କ ମଧ୍ୟରେ ସେହି କାରଣରୁ ଝଗଡ଼ା ହୋଇଥିଲା। ମାରଧର ଚାଲିଥିବା ବେଳେ ଉତ୍‌କ୍ଷିପ୍ତ ହୋଇ ବୈଷ୍ଣବ ଦେବୀଙ୍କୁ ପ୍ରେସର୍‌ କୁକର୍‌ରେ ପିଟି ଥିଲେ। ଆମେ ନରହତ୍ୟା ମାମଲା ରୁଜୁ କରିଛୁ। ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ପଚରାଉଚରା ଚାଲିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button