କ୍ରୀଡା

ଫିଫା ବିଶ୍ୱକପ୍‌ରେ ଆଜି ହାଇପ୍ରୋଫାଇଲ୍‌ ମ୍ୟାଚ୍‌ : ଜର୍ମାନୀକୁ ଭେଟିବ ମେସ୍କିକୋ

ଆଜି ଫିଫା ବିଶ୍ୱକପ୍‌ରେ ଦର୍ଶକ ଦେଖିବେ ଏକ ହାଇପ୍ରୋଫାଇଲ୍‌ ମ୍ୟାଚ୍‌। ଗ୍ରୁପ୍‌ ଏରେ ମୁକାବିଲା ହେବ ଦୁଇ ଶକ୍ତିଶାଳୀ ଦଳ ଜର୍ମାନୀ ଓ ମେସ୍କିକୋ ମଧ୍ୟରେ। ଗତଥରର ଚାମ୍ପିଆନ୍‌ ତଥା ୪ଥର ବିଶ୍ୱକପ୍‌ ଜିତିଥିବା ଜର୍ମାନୀ ଏଥର ମଧ୍ୟ ଟାଇଟଲ ପାଇଁ ଲଢେଇ କରିବ। ଏଥର ଜର୍ମାନୀ ଚାମ୍ପିଆନ୍‌ ହେଲେ ବ୍ରାଜିଲ୍‌ ସହ ସମକକ୍ଷ ହୋଇ ରେକର୍ଡ ୫ଥର ଚାମ୍ପିଆନ୍‌ ହେବେ। ଦଳରେ ୧୦ଟି ବିଶ୍ୱକପ୍‌ ଗୋଲ୍‌ ଦେିଥିବା ଥମାସ୍‌ ମ୍ୟୁଲରଙ୍କ ସହ ମେସୁଟ୍‌ ଓଜିଲଙ୍କ ପରି ନାମୀ ଖେଳାଳି ଅଛନ୍ତି। ଗତ ୬ଟି ବିଶ୍ୱକପ୍‌ର ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ମେସ୍କିକୋ। ସେପଟେ ଗତକାଲି ଆଇସଲାଣ୍ଡ ସହ ମ୍ୟାଚ୍‌ ଡ୍ର ରଖିଛି ଆର୍ଜେଣ୍ଚିନା। ୧-୧ ଗୋଲ୍‌ରେ ମ୍ୟାଚ୍‌ ଡ୍ର ରହିଛି। ସେହିପରି ଗ୍ରୁପ୍‌ ଡି ମ୍ୟାଚ୍‌ରେ ନାଇଜେରିଆକୁ ହରାଇ କ୍ରୋଏସିଆ ବିଜୟୀ ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button