ମନୋରଞ୍ଜନ

ନ୍ୟୁଜ୍‌ ରିଲ୍‌: ମାତୃତ୍ବକୁ ନା କହିବା ପରେ…

ଲିଉଡ୍ ସୁନ୍ଦରୀ ପୂଜା ବତ୍ରା ଯଦିଓ ଏବେ ଚର୍ଚ୍ଚାରେ ନାହାନ୍ତି, କିନ୍ତୁ ତାଙ୍କର ପ୍ରଶଂସକ ସଂଖ୍ୟା କିଛି କମ୍ ନୁହେଁ। ୧୯୭୬ ମସିହା ଅକ୍ଟୋବର ୨୭ ତାରିଖରେ ଉତ୍ତରପ୍ରଦେଶର ଫୈଜାବାଦ୍ରେ ଜନ୍ମଲାଭ କରିଥିବା ପୂଜାଙ୍କର ପରିଚୟ ଦେବାର ବିଶେଷ ଆବଶ୍ୟକତା ନାହିଁ। ସେ ତାଙ୍କ ସୌନ୍ଦର୍ଯ୍ୟ ଓ ଅଭିନୟ ଦକ୍ଷତାରେ ଲକ୍ଷ ଲକ୍ଷ ଦର୍ଶକଙ୍କ ଭଲପାଇବା ସାଉଁଟିଛନ୍ତି।

ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ଆମେ ପୂଜାଙ୍କ ବ୍ୟକ୍ତିଗତ ଜୀବନର କିଛି କଥା ଏଠାରେ ଉଲ୍ଲେଖ କରୁଛୁ।

l ଜଣେ ମଡେଲ୍ ଭାବେ ପୂଜା ତାଙ୍କ କ୍ୟାରିୟର୍ ଆରମ୍ଭ କରିଥିଲେ।
l ୧୯୯୩ ମସିହାରେ ସେ ମିସ୍ ଇଣ୍ଡିଆ ବିୟୁଟି ପାଜେଣ୍ଟ୍ ଜିତିଥିଲେ।
l ‘ବର୍ଷାତ୍’ ଫିଲ୍ମରୁ ନିଜର ଅଭିନୟ ଯାତ୍ରା ଆରମ୍ଭ କରି ‘ଭାଇ’, ‘ହସିନା ମାନ୍ ଯାଏଗି’, ‘କହିଁ ପ୍ୟାର୍ ନା ହୋ ଯାଏ’ ଓ ‘ନାୟକ’ ଆଦି ଅନେକ ସିନେମାରେ ନିଜ ଅଭିନୟର ଜଲ୍ୱା ଦେଖାଇଛନ୍ତି ସେ।
l ୨୦୦୩ ମସିହାରେ ଆମେରିକୀୟ ବ୍ୟବସାୟୀ ସୋନୁ ଅଲୁୱାଲିଆଙ୍କୁ ନିଜର ଜୀବନସାଥୀ ରୂପେ ବାଛିଥିଲେ ପୂଜା। ହେଲେ ତାଙ୍କ ସଂପର୍କ ବେଶି ଦିନ ତିଷ୍ଠି ପାରିଲାନାହିଁ। କାରଣ ତାଙ୍କ ସ୍ବାମୀ ନିଜର ବଂଶ ଆଗକୁ ନେବାକୁ ଚାହୁଁଥିବା ବେଳେ ପୂଜା ମାଆ ବନିବାକୁ ପ୍ରସ୍ତୁତ ନଥିଲେ। ଏହି କାରଣରୁ ୨୦୧୨ ମସିହାରେ ଦୁହିଁଙ୍କର ଛାଡ଼ପତ୍ର ହୋଇ ଯାଇଥିଲା।
l ସୋନୁ ଅଲୁୱାଲିଆଙ୍କଠାରୁ ଅଲଗା ହେବା ପରେ ପୂଜା ସିନେମାରେ ଖଳନାୟକ ଭୂମିକା ନିଭାଉଥିବା ନୱାବ ଶାହାଙ୍କୁ ୨୦୧୯ ମସିହାରେ ଦ୍ବିତୀୟ ବିବାହ କରିଛନ୍ତି।
l କିଛି ବର୍ଷ ହେବ ସିନେମା ଶିଳ୍ପରୁ ଦୂରେଇ ଯାଇଥିଲେ ବି ପୂଜା ଏବେ ବେଶ୍ ବିଳାସମୟ ଜୀବନଯାପନ କରୁଛନ୍ତି। ବିଜ୍ଞାପନ ଓ ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟ୍ରୁ ସେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button