ଦେଶ ବିଦେଶ

ଛତିଶଗଡ଼ରେ ୩୦୦ ୟୁନିଟ୍ ବିଜୁଳି ମାଗଣା ଦେବୁ, ବକେୟା ବିଲ୍ ମାଫ୍ : କେଜ୍ରିଓ୍ବାଲ୍ – Utkal Mail


ନୂଆଦିଲ୍ଲୀ : ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ସବୁ ଦଳର ନେତାମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆମ୍ ଆଦମୀ ପାର୍ଟି ର ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି। ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଶନିବାର ଛତିଶଗଡ଼ ଗସ୍ତରେ ଯାଇ ନିଜ ଦଳ ପକ୍ଷରୁ ଅନେକ ବଡ଼ ବଡ଼ ଘୋଷଣା କରିଛନ୍ତି ।

କେଜ୍ରିଓ୍ବାଲ କହିଛନ୍ତି ଯେ ଦିଲ୍ଲୀ ଓ ପଂଜାବ ପରି ଛତିଶଗଡ଼ରେ ବି ମାସକୁ ୩୦୦ ୟୁନିଟ ବିଜୁଳି ମାଗଣା ଦିଆଯିବ । ଗ୍ରାମାଞ୍ଚଳରେ ୨୪ ଘଣ୍ଟା ବିଜୁଳି ରହିବ ଓ ପୁରୁଣା ବକେୟା ବିଲ୍ ଛାଡ଼ କରାଯିବ ।

ସେହିପରି ପ୍ରତ୍ୟେକ ବେରୋଜଗାରଙ୍କୁ ରୋଜଗାର ଯୋଗାଇ ଦିଆଯିବ । ଚାକିରି ନମିଳିବା ପର୍ଯ୍ୟନ୍ତ ପ୍ରତ୍ୟେକ ବେକାରଙ୍କୁ ମାସିକ ୩୦୦୦ ଟଙ୍କା ବେକାରୀ ଭତ୍ତା ଦିଆଯିବ । ପାଖାପାଖି ୧୦ ଲକ୍ଷ ବେକାରଙ୍କୁ ସରକାରୀ ଚାକିରିରେ ନିଯୁକ୍ତି ଦିଆଯିବ। ନିଯୁକ୍ତି ଓ ସ୍ୱଚ୍ଛତା କ୍ଷେତ୍ରରେ ସୁପାରିସ ଆଣି ଚାକିରିରେ ଦୁର୍ନୀତି ଦୂର କରାଯିବ, ସାଧାରଣ ଲୋକଙ୍କୁ ଚାକିରି ସୁଯୋଗ ଦିଆଯିବ। ଅନ୍ଯପକ୍ଷରେ ୧୮ ବର୍ଷରୁ ଅଧିକ ସବୁ ମହିଳାଙ୍କୁ ମାସକୁ ୧୦୦୦ ଟଙ୍କା ଲେଖାଏଁ ସ୍ତ୍ରୀ ସମ୍ମାନ ରାଶି ଦିଆଯିବ । ଏହା ଛଡ଼ା ଦଳ ପକ୍ଷରୁ ଶିକ୍ଷା ଗ୍ୟାରେଣ୍ଟି, ସ୍ବାସ୍ଥ୍ୟ ଗ୍ୟାରେଣ୍ଟି ଓ ତୀର୍ଥଯାତ୍ରା ଗ୍ୟାରେଣ୍ଟି ସଂପର୍କରେ ଘୋଷଣା କରାଯାଇଛି ।

 

 




Related Articles

Leave a Reply

Your email address will not be published. Required fields are marked *

Back to top button