ଓଡିଶା
କିଟ୍ ଓ କିସ୍ର ବିଭିନ୍ନ ଛକ ସ୍ଥାନରେ ଜଳଛତ୍ର ଉଦଘାଟନ କଲେ ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : ଓଡ଼ିଆ ନବବର୍ଷ ଓ ମହା ବିଷୁବ ସଂକ୍ରାନ୍ତି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା କିଟ୍ ଓ କିସ୍ର ବିଭିନ୍ନ ଛକ ସ୍ଥାନରେ ଜଳଛତ୍ର ଉଦଘାଟିତ। ପ୍ରତିବର୍ଷ ଶ୍ରୀ ସାମନ୍ତଙ୍କ ଉଦ୍ୟମ କ୍ରମେ ପଣା ସଂକ୍ରାନ୍ତିଠାରୁ କିଟ୍ ଓ କିସ୍ର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯାଇ ଜନସାଧାରଣଙ୍କୁ ଦହିପାଣି ବଣ୍ଟନର ବ୍ୟବସ୍ଥା କରାଯାଇଥାଏ । ଚଳିତବର୍ଷ ମଧ୍ୟ କିଟ୍ ଓ କିସ୍ର ୫ରୁ ଉର୍ଦ୍ଧ ବିଭିନ୍ନ ସ୍ଥାନରେ ଖୋଲାଯାଇଥିବା ଜଳଛତ୍ରକୁ ଶ୍ରୀ ସାମନ୍ତ ଉଦ୍ଘାଟନ କରିଥିଲେ। ଖରାକୁ ଲକ୍ଷ୍ୟକରି ଆସନ୍ତା ଦେଢ଼ମାସ ପର୍ଯ୍ୟନ୍ତ ଏହି ଜଳଛତ୍ର ଗୁଡ଼ିକରେ ଦହିପାଣି ବଣ୍ଟନର ବ୍ୟବସ୍ଥା କରାଯିବ ।