ଜୀବନଶୈଳୀ

ଚୁମା ଚାଟିରେ କପୁଲଙ୍କ ରେକର୍ଡ ନିଶା: କେଉଁଠି କିଏ କେମିତି କଲା ଜାଣନ୍ତୁ

ଏ ଦୁନିଆରେ ଅଜବ ଗଜବ ଘଟଣା ପ୍ରତି ସେକେଣ୍ଡରେ ଘଟିଥାଏ କହିଲେ ଚଳେ । କିଏ ନେମ୍ ଫେମ୍ ପାଇଁ ତ କିଏ ପୁଣି ଭାଇରାଲ ହେବାକୁ ସବୁ କିଛି କରିବାକୁ ଆଗ୍ରହ ଦେଖାଇଥାନ୍ତି । ଆଜି ଆମେ ଏମିତି କିଛି ଖବର ଆପଣଙ୍କୁ ଦେବାକୁ ଯାଉଛୁ ଯାହାକୁ  ପଢ଼ିଲା ଓ ଜାଣିବା ପରେ କହିବେ ସତରେ କଣ ଏମିତି ବି ହୁଏ ?

ଆପଣ ଜାଣିଛନ୍ତି କି ଦିର୍ଘଗାମୀ ଚୁମ୍ବନ (Longest Kissing Record) ପ୍ରତିଯୋଗିତା ବିଷୟରେ। ଯଦି ଜାଣି ନାହାଁନ୍ତି ,ତେବେ, ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ । ଦିର୍ଘଗାମୀ ଚୁମ୍ବନ ପ୍ରତିଯୋଗିତା ଗିନିଜ୍ ଓ୍ବାର୍ଲଡ଼ ରେକର୍ଡସ୍‌ (Guinness World Record) ଭଳି ପ୍ରତିଯୋଗିତା ହେଉଥିଲା। ଆଉ ଟ୍ରଫି ଜିତୁ ଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ସହ କୋଟି କୋଟି ଟଙ୍କା ମଧ୍ୟ ମିଳୁଥିଲା। କିନ୍ତୁ ୨୦୧୩ରେ ଗିନିଜ୍ ଓ୍ବାର୍ଲଡ଼ ରେକର୍ଡସ୍‌ ଏହି ପ୍ରତିଯୋଗିତାକୁ ବନ୍ଦ କରିଦେଲା(longest kiss world record)। କାରଣ ଏହି ପ୍ରତିଯୋଗିତା ଅତ୍ୟନ୍ତ ବିପଦଜନ୍ନକ ହୋଇପଡିଥିଲା । ପ୍ରତିଯୋଗିତାରେ ଭାଗ ନେଉଥିବା ପ୍ରତିଯୋଗୀ କିଛି ନିୟମ ନ ମାନିବା ଏହାର ଏକ କାରଣ ଥିଲା ବୋଲି କୁହାଯାଉଛି।

ଏହି କାରଣ ପାଇଁ ବନ୍ଦ ହେଲା ଦିର୍ଘଗାମୀ ଚୁମ୍ବନ ପ୍ରତିଯୋଗିତା:

-ଗିନିଜ୍ ଓ୍ବାର୍ଲଡ଼ ରେକର୍ଡସ୍‌ ର ସୂଚନା ଅନୁଯାୟୀ,ଚୁମ୍ବନ ନିରନ୍ତର ହେବା ଆବଶ୍ୟକ ଏବଂ ଓଠ ସବୁବେଳେ ସ୍ପର୍ଶ କରିବା ଆବଶ୍ୟକ । ଯଦି ପରପ୍ପରର ଓଠ ନ ଲାଗେ ତେବେ ,ଏହି ଦମ୍ପତି ଅଯୋଗ୍ୟ ହେବେ। ପ୍ରତିଯୋଗୀମାନଙ୍କୁ ପ୍ରତିଯୋଗିତା ସମୟରେ କିଛି ତରଳ ପଦାର୍ଥ ଖାଇବାର ଅନୁମତି ରହିଛି । କିନ୍ତୁ ପରପ୍ପରର ଓଠ ଯେପରି ଛାଡିବ ନାହିଁ।

-ପ୍ରତିଯୋଗିତା ସମୟରେ ଦମ୍ପତିମାନେ ସବୁବେଳେ ସକ୍ରିୟ ରହିବା ଉଚିତ୍ ।

– ଏବଂ ଏହି ପ୍ରତିଯୋଗିତାରେ ଦମ୍ପତିମାନଙ୍କୁ ବ୍ରେକ୍ ମିଳି ନ ଥାଏ ।

– ଯଦି ପ୍ରତିଯୋଗୀ ଜଣକ ଜଣେ ମହିଳା ହୋଇଥିବା ତେବେ, ସେ ଏହି ସମୟରେ ପ୍ୟାଡ୍ ମଧ୍ୟ ଚେଞ୍ଚ କରିପାରିବେ ନାହିଁ ।
ପ୍ରତିଯୋଗୀତା ଏତେ ଖତରନାକ୍ ଥିଲା ଯେ, ପ୍ରତିଯୋଗୀମାନଙ୍କୁ ରାତିରେ ଶୋଇବାକୁ ମଧ୍ୟ ଅନୁମତି ଦିଆଯାଉ ନଥିଲା। ନ ଶୋଇବା କାରଣରୁ କେତେକ ପ୍ରତିଯୋଗୀଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଥିଲା । ଆଉ କେତେକ ପ୍ରତିଯୋଗୀଙ୍କ ଏଥିରେ ଦମ୍ ଦେଖାଉଥିଲେ।

୧୯୯୯ ମସିହାରେ, ଇସ୍ରାଏଲର ରେକର୍ଡଧାରୀ କରିମିଟ୍ ଟୁବେବେରା ଏବଂ ଡୋର ଅର୍ପାଜ୍ ଏକ ଦମ୍ପତି ୩୦ ଘଣ୍ଟା ୪୫ ମିନିଟ୍ ଚୁମ୍ବନ ଦେବା ପରେ ଗୁରୁତର ହୋଇପଡିଥିଲେ। ଯଦିଓ ସେମାନେ ଏହି ପ୍ରତିଯୋଗିତା ଜିତିଥିଲେ । କିନ୍ତୁ ସେମାନଙ୍କ ଅବସ୍ଥା ଖରାପ ଥିବାରୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସା କରାଯାଇଥିଲା । କରିମିଟ୍ ଏବଂ ଡୋର ସାରା ବିଶ୍ୱରେ ଏଭଳି ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଥିଲେ।  ଏବଂ ୨୫୦୦ ଡଲାର (୨,୦୬,୭୭୫ଟଙ୍କା) ନଗଦ ଜିତିଥିଲେ ।

୨୦୦୪ ପୁଣି ଥରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତା। ୩୭ ବର୍ଷୀୟ ଆଣ୍ଡ୍ରେୟା ସାର୍ଟି (ଇଟାଲୀ) ତାଙ୍କ ଗର୍ଲଫ୍ରେଣ୍ଡ ଆନ୍ନା ଚେନ୍ (ଥାଇଲ୍ୟାଣ୍ଡ)ଙ୍କୁ  ୩୧ ଘଣ୍ଟା ୧୮ ମିନିଟ୍ ପାଇଁ ଚୁମ୍ବନ ଦେଇଥିଲ। ଫଳରେ ଏହି ଦମ୍ପତିଙ୍କ ଅବସ୍ଥା ଖରାପ ହୋଇଯାଇଥିଲା । ଫଳରେ ତାଙ୍କୁ ମେଡିକାଲ ଯିବାକୁ ପଡିଥିଲା। ସେହିପରି ୨୦୧୧ରେ ଜଣେ ମହିଳା ପ୍ରତିଯୋଗିତାରେ ମାତ୍ର ୩୦ ମିନିଟ୍ ପରେ ପାସ୍ କରିଥିଲେ ।

୨୦୧୩ ରେ ଜଣେ ଥାଇ ଦମ୍ପତି ଏକକାଚାଇ ଏବଂ ଲକ୍ଷ୍ମଣ ତିରାନାରାଟ ଦୀର୍ଘତମ ଚୁମ୍ବନ ପାଇଁ ବିଶ୍ୱ ରେକର୍ଡ କରିଥିଲେ।  ସେମାନଙ୍କର ଚୁମ୍ବନ ୫୮ ଘଣ୍ଟା ୩୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଯେଉଁଥି ପାଇଁ ସେମାନଙ୍କୁ କୋଟି କୋଟି ଟଙ୍କା ଦିଆଯାଇଥିଲା । ଏବଂ ପୁରସ୍କାର ସ୍ବରୂପ ଦୁଇଟି ହୀରା ମୁଦି ପାଇଥିଲେ। ଯାହା ଦୀର୍ଘତମ ଚୁମ୍ବନ ମାରାଥନ୍ ସହିତ ଗିନିଜ୍ ୱାର୍ଲ୍ଡ ରେକର୍ଡ ଦୀର୍ଘତମ ଚୁମ୍ବନ ବିଶ୍ୱ ରେକର୍ଡରେ ସ୍ଥାନ ପାଇଥିଲା।

 

Related Articles

Leave a Reply

Your email address will not be published. Required fields are marked *

Back to top button