ମନୋରଞ୍ଜନ

‘ଗଦର-୨’ ଦେଖିବା ପାଇଁ ସିନେମା ହଲ୍‌ରେ ପହଞ୍ଚି ହୃଦ୍‌ଘାତରେ ପ୍ରାଣ ହରାଇଲେ ୩୨ ବର୍ଷିୟ ଦର୍ଶକ – Utkal Mail


ଲଖିମପୁର ଖେରି: ଗଦର-୨ ସିନେମା‌ ଦେଖିବା ପାଇଁ ଉତ୍ତର ପ୍ରଦେଶର ଲଖିମପୁର ଖେରିସ୍ଥିତ ସିନେମା ହଲ୍‌ରେ ପହଞ୍ଚିବା ପରେ ଜଣେ ଦର୍ଶଙ୍କର ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ଏହି ଘଟଣା ଉକ୍ତ ସିନେମା ହଲ୍‌ରେ ଥିବା ‘ସିସିଟିଭି’ କ୍ୟାମେରାରେ ଉତ୍ତୋଳିତ ହୋଇଛି।

‘ସିସିଟିଭି’ ଫୁଟେଜ୍‌ରେ ଦେଖାଯାଉଛି ଅସ୍ତକ୍‌ ତିୱାରି ନାମକ ଉକ୍ତ ବ୍ୟକ୍ତି କାହା ସହିତ ଫୋନ୍‌ରେ କଥାବାର୍ତ୍ତା କରି ଶିଡ଼ି ଚଢୁଥିବା ବେଳେ ହଠାତ୍‌ ପଡ଼ିଯାଉଛନ୍ତି।

Image Courtesy of Aaj Tak

‘ଗଦର୍‌-୨’ ସିନେମା ଦେଖିବାକୁ ସହରରେ ଥିବା ‘ଫନ୍‌ ସିନେମା ହଲ୍‌’ରେ ଘଟଣାଟି ଶନିବାର ରାତି ୭.୫୦ରେ ଘଟିଛି। ଶିଡ଼ି ଚଢୁଥିବା ବେଳେ ହଠାତ୍‌ ପଡ଼ିଯିବାରୁ ଉପସ୍ଥିତ ଲୋକେ ତାଙ୍କ ପାଖକୁ ଧାଇଁ ଯାଇଥିଲେ।

ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ନୈପାଲ୍‌ ସିଂହ କହିଛନ୍ତି ଯେ, ତିୱାରିଙ୍କ ଫୋନ୍‌ ଖୋଲା ଥିବାରୁ ସେଠାରେ ଉପସ୍ଥିତ ଗାର୍ଡମ‌ାନେ ସେଥିରେ ତାଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବା କ୍ଷଣି ତାଙ୍କର ମୃତ୍ୟୁ ଘଟିଥିବା କଥା ଡାକ୍ତରମାନେ କହିଛନ୍ତି।

ଅଧିକ ତଥ୍ୟ ଜାଣିବାର ପାଇଁ ପୁଲିସ ଘଟଣାର ତଦନ୍ତ କରୁଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button