ସ୍ୱାସ୍ଥ୍ୟ

ମହିଳା ମାନଙ୍କ ଠାରେ ବଢୁଛି ସ୍ତନ କର୍କଟ, ଯଦି ଆପଣ ବି ଏହି ବଡ଼ ଭୁଲ୍ କରୁଛନ୍ତି ତେବେ ଆଜିଠୁ କରିବା ଛାଡ଼ନ୍ତୁ

ସାଧାରଣତଃ ମହିଳାଙ୍କଠାରେ ସ୍ତନ କର୍କଟ ବା ବ୍ରେଷ୍ଟ କ୍ୟାନ୍ସର ଦେଖାଯାଏ । ଆଜିକାଲି ଅସ୍ବାସ୍ଥ୍ୟକର ଜୀବନଶୈଳୀ ଯୋଗୁଁ ସାରା ବିଶ୍ବରେ ଲକ୍ଷ ଲକ୍ଷ ମହିଳା ଏହି ରୋଗରେ ପୀଡିତ । ସ୍ତନ କର୍କଟ ରୋଗ ଚିହ୍ନଟ ବିଳମ୍ବ ଏବଂ ଚିକିତ୍ସା ଅଭାବରୁ ଅନେକ ରୋଗୀର ଜୀବନ ଚାଲିଯାଇଥାଏ । ସଠିକ୍ ସମୟରେ ଚିହ୍ନଟ ହେଲେ, ଏହାର ଜଟିଳତାକୁ ରୋକାଯାଇପାରିବ । ମାତ୍ର ଅଧିକାଂଶ ମହିଳା ଆରମ୍ଭରୁ ଏହି ରୋଗ ସମ୍ପର୍କରେ ଜାଣିପାରିନଥାନ୍ତି ଏବଂ ଅବହେଳା କରିଥାନ୍ତି । ଯେଉଁଥିପାଇଁ ଚିକିତ୍ସାରେ ଜଟିଳତା ଦେଖାଯାଏ । ସ୍ତନ କର୍କଟ କେବଳ ମହିଳାଙ୍କୁ ହୁଏନି, ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ଦେଖାଯାଇଥାଏ । ତେଣୁ ସମସ୍ତେ ଏହି ରୋଗର କାରଣ ଓ ଲକ୍ଷଣ ସମ୍ପର୍କରେ ସଚେତନ ରହିବା ଆବଶ୍ୟକ ।

ସ୍ତନ କର୍କଟ ଲକ୍ଷଣ:-
ସ୍ତନ କର୍କଟ ରୋଗର ଲକ୍ଷଣ ଆରମ୍ଭରୁ ଜାଣିବା କଷ୍ଟକର । ଏହାର ଲକ୍ଷଣ ମହିଳାଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ହୋଇପାରେ। ସେଗୁଡିକ ହେଲା-
୧- ସ୍ତନ ଯନ୍ତ୍ରଣା କିମ୍ବା ଫୁଲିବା
୨- ସ୍ତନରେ ଏକ ପ୍ରକାର ଆବୁ ହେବାର ଲକ୍ଷଣ ଅନୁଭବ ହେବା
୩- ସ୍ତନର ନିପଲ୍ ଆକୃତି କିମ୍ବା ଚର୍ମରେ ପରିବର୍ତ୍ତନ ହେବା
୪- ସ୍ତନ ଅଧିକ କୁଣ୍ଡେଇ ହେବା
୫- ସ୍ତନାଗ୍ରରୁ ତରଳ ପଦାର୍ଥ ବାହାରିବା
୬- ଘା’ ହେବା ପରେ ଶୁଖିବାରେ ଅଧିକ ଦିନ ନେବା ମଧ୍ୟ କ୍ୟାନ୍ସର ହୋଇପାରେ। ଯଦି ଏହା ସ୍ତନ ସମେତ ଶରୀରର ଅନ୍ୟ କୌଣସି ଅଙ୍ଗକୁ ବ୍ୟାପିଯାଇଛି ତେବେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ବୋଲି କହିଛନ୍ତି କ୍ୟାନ୍ସର ବିଶେଷଜ୍ଞ ।

ସ୍ତନ କର୍କଟ ମୁଖ୍ୟ କାରଣ:-
ପରିବର୍ତ୍ତିତ ଜୀବନଶୈଳୀ ଲାଗି ବର୍ତ୍ତମାନ ସ୍ତନ କର୍କଟ ଚାରିଆଡେ କାୟା ମେଲାଇବାରେ ଲାଗିଛି । ଏହା ପ୍ରମୁଖ୍ୟ କାରଣ ହେଉଛି ଟାଇଟ୍ ଡ୍ରେସ୍ ପିନ୍ଧିବା। ଆଜିକାଲି ଅନେକ ଯୁବତୀ ମହିଳାମାନେ ସୁନ୍ଦର ଓ ଷ୍ଟାଇଲିସ୍ ଦେଖାଯିବା ପାଇଁ ନିଜ ସ୍ତନ ସାଇଜର ବ୍ରା ଠାରୁ ଟାଇଟ୍ ବ୍ରା ପିନ୍ଧୁଛନ୍ତି, ଯାହା କି କ୍ୟାନସର କରେଇବାରେ ସହାୟକ ହେଉଛି। ଏହାଛଡ଼ା ଅନେକ ମହିଳା ବିଶ୍ୱାସ କରନ୍ତି ଯେ ସେମାନଙ୍କ ବ୍ରା ଯେତେ ଟାଇଟ ହେବ, ସେମାନେ ଭଲ ଏବଂ ଅଧିକ ଆକର୍ଷଣୀୟ ଦେଖାଯିବେ, କିନ୍ତୁ ଏହା ଆଦୌ ସତ୍ୟ ନୁହେଁ ।

ଯଦି ଆପଣ ଏକ ଟାଇଟ୍ ବ୍ରା ପିନ୍ଧନ୍ତି, ତେବେ ଏହା ନିଶ୍ୱାସ ନେବାରେ ଅସୁବିଧା ହୋଇପାରେ । ବାସ୍ତବରେ, ଏକ ଟାଇଟ ବ୍ରା ପିନ୍ଧିବା ଆପଣଙ୍କ ଛାତି ଉପରେ ଚାପ ପକାଇଥାଏ, ଯେଉଁ କାରଣରୁ ଫୁସଫୁସ ପ୍ରଭାବିତ ହୁଏ ଏବଂ ନିଶ୍ୱାସ ନେବା କଷ୍ଟକର ହୋଇଯାଏ । ଏହା ବ୍ୟତୀତ, ଅନେକ ଅଧ୍ୟୟନରେ ରାତିସାରା ବ୍ରା ପିନ୍ଧି ଶୋଇବା ଦ୍ୱାରା ସ୍ତନ କକର୍ଟ ହେବାର ଆଶଙ୍କା ମଧ୍ୟ ସୂଚିତ କରେ । ଡାକ୍ତରମାନେ ବ୍ରା କାଢି ରାତିରେ ଶୋଇବାକୁ ପରାମର୍ଶ ଦିଅନ୍ତି, କାରଣ ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ଅନେକ କ୍ଷତିରୁ ରକ୍ଷା କରିଥାଏ ।

ଏହାଛଡ଼ା ରକ୍ତ ସମ୍ପର୍କ ଯଥା ପରିବାରରେ କୌଣସି ବ୍ଯକ୍ତିର ସ୍ତନ କର୍କଟ ହୋଇଥିବ, ସନ୍ତାନ ଜନ୍ମ ନ କରିବା, ଅଧିକ ବୟସରେ ସନ୍ତାନ ଜନ୍ମ, ଶୀଘ୍ର ଗର୍ଭଧାରଣ କରିବା, ଯେଉଁ ମହିଳାଙ୍କର ଲମ୍ବା ସମୟ ଧରି ମାସିକ ଋତୁସ୍ରାବ ହେଉନାହିଁ, ସେମାନଙ୍କୁ ସ୍ତନ କର୍କଟ ହେବାର ସମ୍ଭାବନା ରହିଛି । ଏଥିସହ ବଂଶାନୁକ୍ରମ ଭାବେ ମଧ୍ୟ ସ୍ତନ କର୍କଟ ହେବାର ସମ୍ଭାବନା ରହିଥାଏ । ହରମୋନରେ ଅସନ୍ତୁଳନ, ଅସ୍ବାସ୍ଥ୍ୟକର ଜୀବନଶୈଳୀ, ମେଦବହୁଳତା ବା ମୋଟାପଣ, ଅସନ୍ତୁଳିତ ଖାଦ୍ୟ, ଗର୍ଭନିରୋଧକ ଔଷଧ ସେବନ, ଶିଶୁକ ସ୍ତନ୍ୟପାନ ନ କରାଇବା, ମଦ୍ୟପାନ ଓ ଧୂମପାନ ଅଭ୍ୟାସ, ବ୍ୟାୟାମ ନକରିବା, ଅଧିକ ବୟସରେ ଗର୍ଭଧାରଣ କରିବା ଭଳି କାରଣ ପାଇଁ ଅନେକ ମହିଳା ସ୍ତନ କର୍କଟର ଶିକାର ହୋଇଥାନ୍ତି।

ସ୍ତନ କର୍କଟର ଚିକିତ୍ସା:-
କ୍ୟାନ୍ସର ବିଶେଷଜ୍ଞଙ୍କ କହିବା କଥା, ସ୍ତନ କର୍କଟ ସାଧାରଣତଃ ୩ଟି ବିଭାଗରେ ବିଭକ୍ତ କରାଯାଏ । ଅନ୍ୟ ସମସ୍ତ ପ୍ରକାର କର୍କଟ ରୋଗ ଭଳି ସ୍ତନ କର୍କଟର ଚିକିତ୍ସା ପାଇଁ କେମୋଥେରାପି, ରାଡ଼ିଏସନ୍ ପଦ୍ଧତି ଏବଂ ଅସ୍ତ୍ରୋପଚାର ପଦ୍ଧତି ଗ୍ରହଣ କରାଯାଏ । ଯଦି କର୍କଟ ଶେଷ ଷ୍ଟେଜରେ ପହଞ୍ଚିଥାଏ ତେବେ ରୋଗୀଙ୍କର ସ୍ତନକୁ ଅସ୍ତ୍ରୋପଚାର କରାଯାଏ । ଚିକିସା ପୂର୍ବରୁ ପ୍ରଥମେ ଜାଣିବାକୁ ହେବ କ୍ୟାନ୍ସର କେଉଁ ଷ୍ଟେଜରେ ଅଛି । ତଦନୁସାରେ ଚିକିସା କରାଯିବା ଆବଶ୍ୟକ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button