ଜୀବନଶୈଳୀ

ଶରୀରକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ, କେବେବି ଅଟକାନ୍ତୁ ନାହିଁ ବୀର୍ଯ୍ୟବେଗକୁ ନଚେତ…

ଭଲ ସ୍ୱାସ୍ଥ୍ୟ ପାଇଁ ଯୋଗ ଅଭ୍ୟାସ ବହୁତ ଆବଶ୍ୟକ ଅଟେ କିନ୍ତୁ ଏହା ଛଡା କିଛି ସାମାନ୍ୟ ନିୟମ ଏବଂ ସୁବିଧା ପାଳନ କରିବା ମଧ୍ୟ ଆବଶ୍ୟକ ଅଟେ । ଏହି ଆବଶ୍ୟକ ଦିନଚର୍ଯ୍ୟା ନିୟମ ଏବଂ ଉପାୟ ପାଳନ କରିବା ଦ୍ଵାରା ଆପଣଙ୍କ ଦିନ ଶୁଭ ଏବଂ ସୁଖମୟ ହୋଇଥାଏ ଏବଂ ଆମେ ଲମ୍ବା ସମୟ ପର୍ଯ୍ୟନ୍ତ ପାଇଁ ଯୁବା ରହିବାରେ ସକ୍ଷମ ହୋଇଥାଉ । ତେବେ ଆଜି ଆମେ ଆପଣଙ୍କୁ ସ୍ୱାସ୍ଥ୍ୟ ବିଷୟରେ ଏମିତି କିଛି କହିବାକୁ ଯାଉଛୁ ଯାହା ଫଳରେ ଆପଣ ନିଜକୁ ସୁରକ୍ଷିତ ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ ଯୁବା ରଖିବାରେ ସାହାଯ୍ୟ କରିପାରିବେ ।

ସୂର୍ଯ୍ୟ ଉଦୟ ଠାରୁ ପୂର୍ବ ଉଠିବା ଆମ ସଂସ୍କୃତିର ବିଧାନ ଅଟେ, ସେଥିପାଇଁ ରାତିରେ ଜଲ୍ଦି ଶୋଇବା ଅଭ୍ଯାସ କରନ୍ତୁ ଏବଂ ସକାଳେ ଜଲ୍ଦି ଉଠିବା ପାଇଁ ଚେଷ୍ଟା କରନ୍ତୁ, ସକାଳେ ଉଠି ଆଗ ତମ୍ବା ବାସନରେ ରଖା ହୋଇଥିବା ରାତିର ପାଣି ସେବନ କରନ୍ତୁ ଏହା ପରେ ନିଜ ନୀତି ଦିନ କାମ କରନ୍ତୁ, ଥଣ୍ଡା ଦିନରେ ପାଣି ଟିକେ ଉଷୁମ କରି ପିଇବା ଉଚିତ ନଚେତ ଦେହ ଖରାପ ହୋଇପାରେ । ସୂର୍ଯ୍ୟ ଉଦୟ ଆଗରୁ ଗାଧୁଆ ସାରି ଖୋଲା ଜାଗାରେ ବସି ଯୋଗ ଅଭ୍ୟାସ କରିବା ଉଚିତ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଆବଶ୍ୟକ ଅଟେ ।

ଘରର ସବୁ କାମ ନିଜେ କରିବା ପାଇଁ ଅଭ୍ୟାସ କରନ୍ତୁ ପ୍ରାୟତଃ କାମ ଚାଲିଚାଲି କରନ୍ତୁ, ସିଢି ରେ ଯାଆନ୍ତୁ ଶାରୀରିକ ପରିଶ୍ରମ କରନ୍ତୁ ଏବଂ କେବଳ ଭୋଜନ ସେତେବେଳେ କରନ୍ତୁ ଯେତେବେଳେ ଆପଣଙ୍କୁ ଭୋକ ଲାଗିବ । ଆପଣଙ୍କୁ ଯେତେ ଭୋକ ଲାଗିଛି ତା ଠାରୁ କମ ଭୋଜନ କରିବା ଉଚିତ, ଦିନ ସାରା କିଛି କିଛି ଖାଇବା ଅଭ୍ୟାସ ଛାଡି ଦିଅନ୍ତୁ ।

ଖାଦ୍ୟ ଭଲ ଭାବରେ ଚୋବେଇ ଚୋବେଇ ଖାଆନ୍ତୁ, ଖିର, ସୁପ, ଛାଛ, ଜୁସ ଇତ୍ୟାଦି ତରଳ ଜିନିଷ ସବୁଠାରୁ ଅଧିକ ସେବନ କରନ୍ତୁ । ବୟସ ବଢିବା ସହ ବହୁତ ପ୍ରକାର ଭାବନା ମନକୁ ଆସିଥାଏ ଯେମିତିକି କ୍ରୋଧ, ଚିନ୍ତା, ସଂଯମ, ସନ୍ତୁଳନ ଇତ୍ୟାଦି ମନ ଭାବ ବଢିବାକୁ ଲାଗିଥାଏ । ଏହା ସହ ଅନ୍ୟ ଶାରୀରିକ ଭାବନା ମଧ୍ୟ ବଢିବାକୁ ଲାଗିଥାଏ । ବଡ ହେଲା ପରେ ଜିଭ ଜୀବନରେ ବହୁତ ମହତ୍ଵପୂର୍ଣ ହୋଇଥାଏ ଖାଇବା ପାଇଁ ମଧ୍ୟ ଏବଂ କଥା କହିବା ପାଇଁ ମଧ୍ୟ ଭାବି ଚିନ୍ତି କହିବାକୁ ପଡିଥାଏ ।

ଶରୀରର ପ୍ରାକୃତିକ ବେଗକୁ କେବେବି ରୋକନ୍ତୁ ନାହିଁ, ବେଳେବେଳେ ବ୍ୟକ୍ତି ଶରୀରର ପ୍ରାକୃତିକ ବେଗକୁ ବାରମ୍ବାର ଅଟକେଇବାକୁ ଚେଷ୍ଟା କରିଥାଏ । ଯାହା ପାଇଁ ଶରୀରରେ ଅନେକ ସମସ୍ୟା ଉତ୍ପନ ହୋଇଥାଏ । ଅର୍ଥାତ ଶରୀରର କୌଣସିବି ପ୍ରାକୃତିକ ବେଗକୁ ଅଟକାଇବା କଥା ନୁହେଁ । ମଳବେଗ ଅର୍ଥାତ ମଳ ମୁତ୍ରର ପ୍ରାକୃତିକ ବେଗକୁ ରୋକିଲେ ପେଟର ତଳ ଭାଗରେ ଦରଜ, କବ୍ଜ, ଗ୍ୟାସ ଆଦି ସମସ୍ୟା ଦେଖାଦିଏ । ସେହିପରି ବୀର୍ଯ୍ୟ ବେଗକୁ ରୋକିଲେ ପେଣ୍ଡୁ, ଅଣ୍ଡାକୋଷ, କିଡନୀ ବା ମୂତ୍ରାଶୟରେ ଯନ୍ତ୍ରଣା ବା ଦରଜ ହୋଇପାରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button