କ୍ରାଇମ

ହଜାରେ କୋଟିର କ୍ରିପ୍ଟୋ ଠକେଇ ମାମଲା‌: ଦୁଇ ଠକଙ୍କୁ ପୁଣି ରିମାଣ୍ଡରେ, ଆଣିବ ଇଓଡବ୍ଲୁ – Utkal Mail


ଭୁବନେଶ୍ବର: କ୍ରିପ୍ଟୋ ଇନଭେଷ୍ଟମେଣ୍ଟ ନାଁରେ ହଜାରେ କୋଟି ଟଙ୍କାର ଠକେଇ ଘଟଣାରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିଛି ଇଓଡବ୍ଲୁ (ଅର୍ଥନୈତିକ ଅପରାଧ ଶାଖା)। ଏ ଦୁଇ ଅଭିଯୁକ୍ତ ହେଲେ ଗୁରୁତେଜ ସିଂ ସିଦ୍ଧୁ ଓ ନିରୋଦ ଦାସ। ଏମାନଙ୍କୁ ପୁଣି ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ଇଓଡବ୍ଲ୍ୟୁ। ପୂର୍ବରୁ ଉଭୟଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଓପିଆଇଡି କୋର୍ଟରେ ଆବେଦନ କରିଥିଲା ଇଓଡବ୍ଲୁ। ତେବେ ୩ ଦିନ ହିଁ ମଞ୍ଜୁର କରିଥିଲେ କୋର୍ଟ।

ସୂଚନାନୁସାରେ, ଇଓଡବ୍ଲୁ ପାଖକୁ ଭଦ୍ରକ, ବାଲେଶ୍ବର, ଭୁବନେଶ୍ବର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲାରେ କ୍ରିପ୍ଟୋ କରେନ୍ସି କାରବାରରେ ଠକେଇ ହେଉଥିବା ଅଭିଯୋଗ ଆସିଥିଲା। ତଦନ୍ତ ସମୟରେ ଏସ୍‌ଟିଏ ସଂସ୍ଥାର କାରନାମା ପଦାକୁ ଆସିଥିଲା। ଏଥିରେ ସାରା ଦେଶରେ ପ୍ରାୟ ୨ ଲକ୍ଷ ସଦସ୍ୟ ରହିଥିବା ବେଳେ ଓଡ଼ିଶାରେ ସଦସ୍ୟଙ୍କ ସଂଖ୍ୟା ଥିଲା ୧୦ ହଜାରରୁ ଅଧିକ। ଏହା ଜରିଆରେ ପ୍ରାୟ ହଜାରେ କୋଟି ଟଙ୍କାର କାରବାର ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ସୂଚନା ମିଳିଛି। ଏହି ସଂସ୍ଥା ଓଡ଼ିଶା ସମେତ ପଞ୍ଜାବ, ରାଜସ୍ଥାନ, ବିହାର, ଝାଡ଼ଖଣ୍ଡ, ହରିୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଆସାମରେ କାରବାର ମେଲାଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button