ଦେଶ ବିଦେଶ

ସି-୨୯୫ ଭାରତ ପାଇଁ ଗେମ୍‌ଚେଞ୍ଜର୍‌

ଦୋଦରା: ଭାରତୀୟ ବାୟୁସେନାରେ ସି-୨୯୫ ବିମାନ ସାମିଲ ହେବା ଦ୍ବାରା ପ୍ରତିରକ୍ଷା ବ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି ଆସିବ। ସ୍ପେନ୍ର ଏୟାରବସ୍ ଡିଫେନ୍ସ ଆଣ୍ଡ୍ ସ୍ପେସ୍ ସହଯୋଗରେ ନିର୍ମାଣ ହେଉଥିବା ଏହି ବିମାନ ଏକାଧିକ କାର୍ଯ୍ୟ କରିବାକୁ ସକ୍ଷମ। ସୈନ୍ୟ ପରିବହନ ଠାରୁ ଆରମ୍ଭ କରି ସାମଗ୍ରୀ ପରିବହନ ଏବଂ ସମୁଦ୍ରରେ ପଇଁତରା ଆଦି କାର୍ଯ୍ୟ କରିପାରିବ।

ସୋଭିଏତ୍ ରୁଷ୍ରୁ ଆସିଥିବା ଏଏନ-୩୨ ଏବଂ ହାଲ୍ର ଏଭ୍ରୋ-୭୪୮ ବିମାନର ବ୍ୟବହାରକୁ ବନ୍ଦ କରାଯିବ। ବିମାନଟି ଘଣ୍ଟାପ୍ରତି ସର୍ବାଧିକ ୪୮୨ କିମି ବେଗରେ ଯାତ୍ରା କରିପାରିବ। ୯ ଟନ୍ ପର୍ଯ୍ୟନ୍ତ ସାମଗ୍ରୀ କିମ୍ବା ୭୧ ଜଣ ସୈନ୍ୟ କିମ୍ବା ୪୮ ଜଣ ପାରାଟ୍ରୁପରଙ୍କୁ ଏହା ନେଇ ପାରିବ। ଆବଶ୍ୟକ ସ୍ଥାନରେ ଏହା ଆକାଶ ମାର୍ଗରୁ ସାମଗ୍ରୀ ତଳକୁ ପକାଇ ପାରିବ।

ବର୍ତ୍ତମାନ ସୁଦ୍ଧା ଭାରତୀୟ ବାୟୁସେନାକୁ ୫ଟି ସି-୨୯୫ ବିମାନ ମିଳିସାରିଛି। ପ୍ରଥମ ସି-୨୯୫ ବିମାନ ୨୦୨୩ ସେପ୍ଟେମ୍ବରରେ ଭାରତରେ ପହଞ୍ଚିଥିଲା। ତେବେ ଭାରତରେ ଏହାର ପ୍ରଥମ ବିମାନ ୨୦୨୬ ସେପ୍ଟେମ୍ବରରେ ଉତ୍ପାଦନ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଅନ୍ୟ ବିମାନଗୁଡ଼ିକ ୨୦୩୧ ଅଗଷ୍ଟ ସୁଦ୍ଧା ମିଳିବାର ସମ୍ଭାବନା ଅଛି। ଏହି କାରଖାନା ସ୍ଥାପନ ଫଳରେ ୩୦୦୦ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ୧୫ ହଜାରରୁ ଅଧିକ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଗୋଟିଏ ବିମାନ ନିର୍ମାଣ ପାଇଁ ୧ ନିୟୁତ ଘଣ୍ଟାରୁ ଅଧିକ ଶ୍ରମ ଆବଶ୍ୟକ। ଏହାଦ୍ବାରା କୁଶଳୀ ଶ୍ରମିକଙ୍କ ଚାହିଦା ବଢ଼ିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button