ସ୍ୱାସ୍ଥ୍ୟ

ଜାଣନ୍ତୁ କଳା ତୁଳସୀ ର ଔଷଧୀୟ ଗୁଣବତ୍ତା ବିଷୟରେ ଶ୍ୱାସ ରୋଗ ଏବଂ ଅର୍ଶ୍ଵ ପରି ରୋଗକୁ ଭଲ କରିଥାଏ କଳା ତୁଳସୀ

ଯଦିଓ ବର୍ତ୍ତମାନ ଆମେ ଏକ ଅତ୍ୟଧିକ ଯୁଗରେ ନିଜର ଜୀବନ ଯାପନ କରୁଛ ,ତଥାପି ଆମେ ଆମ ପୁରାଣ ଶାସ୍ତ୍ର କୁ ଭୁଲିନାହୁଁ । ଏବେ ମଧ୍ୟ ଯେକୌଣସି ଶୁଭ କାର୍ଯ୍ୟ ସମୟରେ ଜ୍ୟତିସଜ୍ଞାନ କୁ ପ୍ରଥମେ ଧ୍ୟାନ ଦେଇଥାଉ ।ସେହିପରି ବିବାହ ସମୟରେ ମଧ୍ୟ ଆମେ ରାଶି କୁ ଧ୍ୟାନ ରେ ରଖିଥାଉ କି କେଉଁ ରାଶି ର ଝିଅ ଟି ଭଲ ହୋଇଥାଏ ।

ଆଜିର ଏହି ଅତ୍ୟାଧୁନିକ ଜଗତରେ ବିଜ୍ଞାନ ଓ ଡାକ୍ତରୀବିଜ୍ଞାନ ଏତେ ଆଗକୁ ଆସିଲାଣି ଯେ ଆମେ ଏହାର କଳ୍ପନା ମଧ୍ୟ କରିପାରିବା ନାହିଁ ।ମାତ୍ର ଏହି ଜ୍ଞାନବିଜ୍ଞାନ ମଧ୍ୟ କେବେକେଵ ହାର ମାନିଥାନ୍ତି ଆମ ପ୍ରାକୃତିକ ସମ୍ପଦ ତଥା ଆୟୁର୍ବେଦ ସମ୍ନା ରେ । ତେବେ ଆମେ ଆଜି ଆପଣଙ୍କୁ ତୁଳସୀ ଗଛ ର ଉପକାରିତା ବିଷୟରେ ଜାଣେଇବୁ ।

ତେବେ ଆମ୍ଭେ ଜାଣିଚୁ ଯେ ,ତୁଳସୀ ଗଛ ଟି ଅତ୍ୟନ୍ତ ଶୁଭ ତଥା ଔଷଧିୟ ଗୁଣବତ୍ତା ସମ୍ପୂର୍ଣ୍ଣ ହୋଇଥାଏ । ଆମ ପୁରାଣ ଅନୁସାରେ ଏହା ଭଗବାନ ଵିଷ୍ଣୁ ଙ୍କର ଅତି ପିୟ ହୋଇଥାଏ । ତେବେ ତୁଳସୀ ଗଛ ନିଜ ବାଡ଼ିରେ ଲଗେଇଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାକୁ ଲଗେଇବା ଦ୍ବାରା ଘରେ ଖରପ ନଜର ମଧ୍ୟ ପଡିନଥାଏ । ତେବେ ତୁଳସୀ ୩ ପ୍ରକାରର ହୋଇଥାଏ ଯଥା କୃଷ୍ଣ ତୁଳସୀ , ଧଳା ତୁଳସୀ ଓ ରାମ ତୁଳସୀ ।

ମାତ୍ର ଏମାନଙ୍କ ମଧ୍ୟରେ କୃଷ୍ଣ ତୁଳସୀ ଟି ସବୁଠାରୁ ଅଧିକ ଗୁଣ ଯୁକ୍ତ ହୋଇଥାଏ । ତେବେ ଆମ ଜାଣିଚୁ ଯେ , ତୁଳସୀ ଗଛ ମୂଳରେ ସବୁଦିନ ଜଳ ଅର୍ପଣ କରିବା ଦ୍ୱାରା ଘରେ ସୁଖ ଶାନ୍ତି ଭରି ହୋଇଯାଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ତୁଳସୀ ଗଛର କେତେକ ଔଷଧିୟ ଗୁଣ ବିଷୟରେ ଜଣେଇବୁ।

୧.ଛୋଟ ପିଲାଙ୍କ ପାଇଁ ଏହି କଲା ତୁଳସୀ ବହୁତ ଉପକାରୀ ହୋଇଥାଏ ।ଯଦି ଛୋଟ ପିଲାଙ୍କୁ ସବୁବେଳେ ଜ୍ୱର , ଥଣ୍ଡା ଏବଂ କାଶ ଲାଗିରହିଥାଏ ତ ଆପଣ ଦୁଇ ଟି କଲା ତୁଳସୀ ପତ୍ର କୁ ଛେଚି ତାହାର ରସ ବାହାର କରନ୍ତୁ ଏବଂ ସେଥିରେ ମହୁ ମିଶାଇ ପିଲାକୁ ଖାଇବାକୁ ଦିଅନ୍ତୁ ।ଏହା ବହୁତ ଉପକାରୀ ଅଟେ ।

୨.ପ୍ରତିଦିନ ସକାଳେ ଖାଲି ପେଟରେ ତୁଳସୀ ପତ୍ର ଖାଇବା ଦ୍ଵାରା ଏହା ଆମ ଶରୀରକୁ କୌଣସି ବି ପେଟ ଜନିତ ରୋଗ ରୁ ରକ୍ଷା କରିଥାଏ ।

୩.ଏହା ଛଡା ଯଦି ଆପଣଙ୍କ ର ପରିସ୍ରା ଜନିତ ବା ଶ୍ଵାସ ଜନିତ ସମସ୍ୟା ରହିଥାଏ ତାହେଲେ ଆପଣ ପ୍ରତିଦିନ କଳା ତୁଳସୀ ପତ୍ର କୁ ସେବନ କରନ୍ତୁ। ଏହା ଆପଣଂକୁ ଏହି ସବୁ ରୋଗ ରୁ ରକ୍ଷା କରିଥାଏ।

୪.ଖାଲି ରୋଗରୁ ରକ୍ଷା କରିବା ପାଇଁ ନୁହେଁ ବରଂ ଏହା ଆମର ସୁନ୍ଦରତା ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।ତୁଳସୀ ପତ୍ରକୁ ର ରସ ସହ ଗୋଟିଏ ଅଁଳା ଛେଚି କରି ପକାନ୍ତୁ ଏବଂ ଏହାକୁ ମିକ୍ସ କରି ମୁଣ୍ଡରେ ଲଗାଇ କିଛି ସମୟ ରଖିବା ପରେ ମୁଣ୍ଡ ଧୋଇନିଅନ୍ତୁ ଏବଂ ନଡ଼ିଆ ତେଲ ରେ ମାଲିସ କରନ୍ତୁ ।ଏହା କରିବା ଦ୍ଵାରା କେଶ ଲମ୍ବା ଓ ଘନ ହୋଇଥାଏ ।

୫.ଆପଣ ତୁଳସୀ ପତ୍ର ଏବଂ ପୁଦିନ ପତ୍ରକୁ ଏକତ୍ର ବାଟି ଏହାର ରସ୍ କୁ ମଧ୍ୟ କେଶ ରେ ଲଗାଇ ପାରିବେ। ଏହା କେଶ ଝଡ଼ିବା ବନ୍ଦ କରିବା ସହ କେଶ କୁ ମଜବୁତ କରିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button