ଓଡିଶା

ପାରାଦୀପ ଜାହାଜରୁ ୨୦୦କୋଟିର କୋକେନ ଜବତ: ଷ୍ଟିଲ ପ୍ଲେଟ ଆଣି ଆସୁଥିଲା MV DEBI ଜାହାଜ – Utkal Mail



ପାରାଦୀପ: ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ଚାଞ୍ଚଲ୍ୟ । ଷ୍ଟିଲ ପ୍ଲେଟ ନେଇ ପାରାଦୀପ ଆସିଥିବା MV DEBI PANAMA ଜାହାଜରୁ ଆଜି ସକାଳେ ୨୨ଟି ସନ୍ଦିଗ୍ଧ ପ୍ୟାକେଟ ମିଳିଥିଲା । ଜାହାଜଟି ଇଣ୍ଡୋନେସିଆରୁ ଆସିଥିଲା । ଜାହାଜ ଭିତରୁ ସନ୍ଦେହଜନକ ପ୍ୟାକେଟ ମିଳିବା ଘଟଣାର ଯାଞ୍ଚ ବେଳେ ସେହି ପ୍ୟାକେଟରେ କୋକେନ ଥିବା ଜଣାପଡିଛି । ଜବତ କୋକେନର ମୁଲ୍ୟ ୨୦୦ କୋଟି ହୋଇଥିବା ଅନୁମାନ କରାଯାଉଛି ।

ସୂଚନା ଅନୁଯାୟୀ, ଜାହାଜଟି ଦୁଇ ଦିନ ତଳେ ପାରାଦୀପ ପୋର୍ଟ PICT ବର୍ଥରେ ଲାଗିଥିଲା ଜାହାଜ MV DEBI । ଇଣ୍ଡୋନେସିଆର ଗ୍ରେସିକ ପୋର୍ଟରୁ ଏହି ଜାହାଜ ଆସି ପାରାଦୀପ ପୋର୍ଟରେ ପହଞ୍ଚିଥିଲା । ପାରାଦୀପରୁ ଷ୍ଟିଲ ପ୍ଲେଟ ବୋଝେଇ ପରେ ତାହା ଡେନମାର୍କ ଅଭିମୁଖେ ଯାଇଥାନ୍ତା । ମାତ୍ର MV DEBIରେ ଷ୍ଟିଲ ପ୍ଲେଟ ବୋଝେଇ କରିବା ନିମନ୍ତେ ଗତକାଲି କ୍ରେନ୍‌ ଅପରେଟର ଜାହାଜର ଚାମ୍ବରକୁ ଯାଇଥିଲେ। ସେଠାରେ ସେ କିଛି ସନ୍ଦେହଜନକ ପଦାର୍ଥ ଦେଖିବାକୁ ପାଇଥିଲେ। ଏନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ । କଷ୍ଟମ ବିଭାଗ ଏହି ବ୍ରାଉନ ସୁଗାର ଜବତ କରିଛି।

ଏହାପରେ ଉକ୍ତ ଜାହାଜରେ କିଛି ବିସ୍ଫୋରକ ପଦାର୍ଥ ବା ବୋମା ଥିବା ଖବର ପ୍ରଚାରିତ ହେଲା। ଗତକାଲି ରାତିରେ CISF, ପାରାଦୀପ ପୁଲିସ୍‌, ଡଗ୍‌ ସ୍କ୍ୱାର୍ଡ ଓ କଷ୍ଟମ୍ସ ବିଭାଗ ଅଧିକାରୀ ପହଞ୍ଚିଥିଲେ। ଯାଞ୍ଚ ପରେ ପ୍ୟାକେଟରେ ନିଷିଦ୍ଧ ଡ୍ରଗ୍ସ କୋକେନ ଥିବା ସ୍ପଷ୍ଟ ହୋଇଛି । ସମସ୍ତ ୨୨ ପ୍ୟାକେଟରେ କୋକେନ ଥିବା କଷ୍ଟମ୍ସ ଯାଞ୍ଚରୁ ସ୍ପଷ୍ଟ ହୋଇଛି । ସେମାନେ ସମସ୍ତ ପ୍ୟାକେଟ ଯାଞ୍ଚ କରିବା ପରେ ସେଥିରେ କୋକେନ ଥିବା ସ୍ପଷ୍ଟ କରିଛନ୍ତି । ଜାହାଜରୁ ସମସ୍ତ କର୍ମଚାରୀଙ୍କୁ ବାହାର କରି ଦିଆଯାଇଥିବା ଜଣାଯାଇଛି । ତେବେ ଏହି ଘଟଣାରେ କାହାକୁ ଅଟକ ରଖାଯାଇ ନ ଥିବା ସୂଚନା ମିଳିଛି ।

 

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button