କେମିତି ତିଆରି କରିବେ ସ୍ୱାଦିଷ୍ଟ ରାଜକଚୋଡି ?

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ‘ରାଜକଚୁଡି’। ତେବେ ଆସନ୍ତୁ ଜାଣିବା ଏହି ରେସିପିକୁ ବନାଇବାର ପ୍ରସ୍ତୁତି।
ତେବେ ଆବଶ୍ୟକ ସାମଗ୍ରୀ : ମଇଦା ୧ କପ୍, ସୁଜି ୧/୪ କପ୍, ବେକିଂ ସୋଡା ୨ ଚିମୁଟାଏ, ତେଲ ଆବଶ୍ୟକ ଅନୁଯାୟୀ, ସିଝା ଆଳୁ ୨, ବେସନ ଏବଂ ମୁଗ ଡାଲି ପକୋଡି ୧୦ ରୁ ୧୨, ଦହି ୧ କପ୍, ସେଓ ଭୁଜିଆ ୧/୨ କପ୍, ସିଝା ମଟର କିମ୍ବା ଚଣା ୧/୨ କପ୍, ଡାଲିମ୍ବ ମଞ୍ଜି ୧/୨ କପ୍, ମିଠା ଚଟଣୀ, ସବୁଜ ଚଟଣୀ, ଭଜା ଜୀରା ୨ ଛୋଟ ଚାମଚ, କଳା ଲୁଣ ୧ ଛୋଟ ଚାମଚ, ଲାଲ ଲଙ୍କା ପାଉଡର ୧/୨ ଛୋଟ ଚାମଚ, ଲୁଣ ସ୍ୱାଦାନୁସାରେ
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ମଇଦା, ସୁଜି ଏବଂ ବେକିଂ ସୋଡାକୁ ଏକାସାଥିରେ ମିଶାନ୍ତୁ ଏବଂ ସେଥିରେ କିଛି ପାଣି ପକାଇ ଭଲଭାବେ ଚକଟନ୍ତୁ। ଏବେ କଡାରେ ତେଲ ଗରମ କରି ଗୋଲା କରନ୍ତୁ। ଏହାପରେ ଗୋଲାକୁ ବେଲି ଛାଣି ଦିଅନ୍ତୁ। ଏହା କଚୁଡି ଭଳି ହୋଇଯିବ। ଏବେ ଏହି କଚୁଡି ମଝିରେ ହାଲକା ଖାଲ କରନ୍ତୁ। ଏବେ ଏତିରେ ଗୋଟିଏ ପକୋଡି, ସିଝା ଆଳୁ ଖଣ୍ଡ, ସିଝା ମଟର, ଭଜା ଜୀରା, ଲାଲ ଲଙ୍କା ପାଉଡର, ଲୁଣ, କଳା ଲୁଣ, ଦହି ଏବଂ ଚଟଣୀ ପକାଇ ସର୍ଭ କରନ୍ତୁ ରାଜକଚୁଡି। ନିଜ ଘରେ ଦେଖନ୍ତୁ କେମିତି ଲାଗୁଛି