ଓଡିଶା

ପୁଣି ଥରେ ବିଜେପି-ବିଜେଡି ମୁହାଁମୁହିଁ, ଆଜି କେନ୍ଦ୍ରାପଡା ଜିଲ୍ଲାପରିଷଦ ଅଧ୍ୟକ୍ଷ ପାଇଁ ନିର୍ବାଚନ

ଜି କେନ୍ଦ୍ରାପଡା ଜିଲ୍ଲାପରିଷଦ ଅଧ୍ୟକ୍ଷ ସମେତ ଭାପୁର, ରାଇଘର, ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ନିର୍ବାଚନ । ଖାସକରି ବିଜେଡି-ବିଜେପି ମଧ୍ୟରେ ଏହି ପଞ୍ଚାୟତ ସମିତି ଦାଖଲ କରିବାକୁ ଆରମ୍ଭ ହୋଇଛି ଛକାପଞ୍ଚା । କେନ୍ଦ୍ରାପଡା ଜିଲ୍ଲାରେ ୩୨ଟି ଜୋନ ମଧ୍ୟରୁ ୩୧ଟି ଜିଲ୍ଲାପରିଷଦ ଜୋନ ବିଜେଡି ହାତରେ ଥିଲା। ବିଧାନସଭା ନିର୍ବାଚନ ପୂର୍ବରୁ ଜିଲ୍ଲାପରିଷଦ ସଭାପତି ଗୀତାଞ୍ଜଳି ସେଠୀ ପଦରୁ ଇସ୍ତଫା ଦେଇ କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ହୋଇଥିଲେ।

ସେହିପରି ଉପ ସଭାପତି ଅଶୋକ ପଢ଼ିହାରି ନିଜର ପଦ ଛାଡ଼ି ରାଜନଗର ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। ପଦ ଖାଲି ଥିବାରୁ କାଲି ଜିଲ୍ଲା ପରିଷଦ ସଭାପତି ପଦ ପାଇଁ ନିର୍ବାଚନ ହେବ। ବର୍ତ୍ତମାନ ଜିଲ୍ଲା ପରିଷଦରେ ବିଜେଡିର ୨୯ ସଦସ୍ୟ ଅଛନ୍ତି। ବିଜେପି ହାତରେ ମାତ୍ର ଜଣେ ଜିଲ୍ଲା ପରିଷଦ ସଦସ୍ୟ ଅଛନ୍ତି। ବିଜେଡିରେ ବିଦ୍ରୋହକୁ ରୋକିବା ପାଇଁ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକଙ୍କୁ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ଭେଟିଛନ୍ତି ଓ ଜଣ ଜଣ କରି ଆଲୋଚନା କରିଛନ୍ତି। ଜିଲ୍ଲାପରିଷଦ ସଭାନେତ୍ରୀ ପଦବୀ ଅନୁସୂଚିତ ଜାତି ବର୍ଗର ମହିଳାଙ୍କ ପାଇ ସଂରକ୍ଷିତ। ବର୍ତ୍ତମାନ ରେସରେ ଅଛନ୍ତି ୪ ଜଣ। ୫ ନମ୍ୱର୍ ଜୋନର ସଭ୍ୟ ଲିଲିତା ଦାସ, ୧୫ ନମ୍ୱର ଜୋନ ର ସଭ୍ୟା ପ୍ରିୟଦର୍ଶିନୀ ତରାଇ, ୧୬ ନମ୍ୱର୍ ଜୋନର ସଭ୍ୟା ଜ୍ୟୋତିର୍ମୟୀ ବେହେରା ଓ ୧୮ ନମ୍ୱର ଜୋନର ସଭ୍ୟା ରଶ୍ମି ମଲିକ। ବିଜେପିର ଜଣେ ସଭ୍ୟ ଥିବାରୁ ବିଜେପି ପ୍ରାର୍ଥୀ ଦେଇ ନ ପାରେ। କୋର୍ଟଙ୍କ ହସ୍ତକ୍ଷେପ ପରେ ୩ ବ୍ଳକରେ ସ୍ଥଗିତ ରହିଛି ନିର୍ବାଚନ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button