ନୀତି

କେତେ ପାଇବା କଥା: ‘‌ଇସ୍ରୋ’ ମୁଖ୍ୟଙ୍କ ମାସିକ ଦରମା ଉପରେ ସାମାଜିକ ଗଣମାଧ୍ୟମରେ ବିତର୍କ – Utkal Mail


ନୂଆଦିଲ୍ଲୀ: ‘ଇସ୍ରୋ’ ମୁଖ୍ୟ ଏସ୍‌. ସୋମନାଥନ୍‌ଙ୍କ ମାସିକ ଦରମା ସଂକ୍ରାନ୍ତରେ ‘ରାମ ପ୍ରସାଦ ଗୋଏଙ୍କା ଗ୍ରୁପ୍’ର ମୁଖ୍ୟ ହର୍ଷ ଗୋଏଙ୍କା ‘ଏକ୍ସ୍‌’ରେ କରିଥିବା ପୋଷ୍ଟ୍‌ ଯୋଗୁଁ ସମ୍ପ୍ରତି ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ମଧ୍ୟରେ ବିତର୍କ ଲାଗିଛି।

ସୋମବାର ଅପରାହ୍ଣର ଗୋଏଙ୍କା ‘ଏକ୍ସ’ କରି ଲେଖିଛନ୍ତି: ‘ଇସ୍ରୋ’ର ଅଧ୍ୟକ୍ଷ ସୋମନାଥଙ୍କ ମାସିକ ବେତନ ହେଉଛି ୨.୫ ଲକ୍ଷ ଟଙ୍କା। ଏହା କ’ଣ ଉଚିତ ପ୍ରାପ୍ୟ? ଏଥିରୁ ବୁଝନ୍ତୁ ତାଙ୍କ ଭଳି ବ୍ୟକ୍ତି ଅର୍ଥ ନୁହେଁ, ଅନ୍ୟ କିଛିଦ୍ବାରା ଅନୁପ୍ରେରିତ। ବିଜ୍ଞାନ ଓ ଗବେଷଣା, ଦେଶର ଗୌରବ ପାଇଁ ଅବଦାନ ଏବଂ ଲକ୍ଷ୍ୟ ହାସଲ ଦିଗରେ ଆତ୍ମତୃପ୍ତି ଭଳି ଆବେଗ ‌ପୂରଣ ପାଇଁ ସେ ଭଳି ଲୋକେ ଏମିତି କରନ୍ତି। ତାଙ୍କ ଭଳି ନିଷ୍ଠାବାନ ଲୋକଙ୍କ ଆଗରେ ମୁଁ ନତମସ୍ତକ।

ହର୍ଷ ଗୋଏଙ୍କାର ଏହି ପୋଷ୍ଟ୍‌ ଉପରେ ଅନେକ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ପ୍ରତିକ୍ରିୟା ବ୍ୟକ୍ତ କରି ଏକ ପ୍ରକାର ବିତର୍କ ଆରମ୍ଭ କରି ଦେଇଛନ୍ତି। ଜଣେ ‘ଏକ୍ସ୍‌’ ବ୍ୟବହାରକାରୀ ଲେଖିଛନ୍ତି: ‘ଇସ୍ରୋ’ ମୁଖ୍ୟଙ୍କ ମାସିକ ଦରମା ଅନ୍ୟୂନ ୫ ଲକ୍ଷ ଟଙ୍କା ହେବା କଥା।

Harsh Goenka Image Courtesy of NDTV

ଆଉ ଜଣେ ବ୍ୟବହାରକାରୀ ଗୋଏଙ୍କାଙ୍କୁ ପଚାରିଛନ୍ତି, ଆପଣ ‘‌ଇସ୍ରୋ’ର ମାଲିକ ହୋଇଥିଲେ, ‘ଇସ୍ରୋ’ ମୁଖ୍ୟଙ୍କୁ କେତେ ଟଙ୍କା ଦେଇ ଥାଆନ୍ତେ?

ପ୍ରତ୍ୟୁତ୍ତରରେ ଗୋଏଙ୍କା ଲେଖିଛନ୍ତି: ୫ କୋଟି ଟଙ୍କା।

ପୁଣି ଜଣେ ‘ଏକ୍ସ’ ବ୍ୟବହାରକାରୀ ଲେଖିଛନ୍ତି, ବାସ୍ତବିକ, ‘ଇସ୍ରୋ’ ଅଧ୍ୟକ୍ଷ ସୋମନାଥଙ୍କ ଭଳି ବ୍ୟକ୍ତିମାନଙ୍କ ଉତ୍ସର୍ଗ ଓ ଆବେଗ ଅକଳନୀୟ। ସେମାନଙ୍କ କାର୍ଯ୍ୟ ଅର୍ଥଦ୍ବାରା କଳନା କରାଯାଇ ପାରିବ ନାହିଁ। ତାଙ୍କର ଏହି କାର୍ଯ୍ୟ ବିଜ୍ଞାନ, ଗବେଷଣା ଓ ଦେଶର ଉନ୍ନତି ପ୍ରତି ଗଭୀର ନିଷ୍ଠା ଉପରେ ପର୍ଯ୍ୟବେଶିତ। ସେମାନେ ପ୍ରକୃତ ପ୍ରେରଣା, ସମାଜ ପ୍ରତି ସେମାନଙ୍କର ଅବଦନା ଅମୂଲ୍ୟ।

ବିଜ୍ଞାନ ପ୍ରତି ଆବେଗ ପାଇଁବୈଜ୍ଞାନିକ, ଇଞ୍ଜିନିୟର୍‌ ଓ ଗବେଷକମାନଙ୍କୁ ଆଉ ଜଣେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ପ୍ରଶଂସା କରିଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button