ଜୀବନଶୈଳୀ

ନିଜର ସଚ୍ଚା ପ୍ରେମକୁ ବିବାହ କରିବା ଠିକ ନା ଭୁଲ- Krishna Vani

ନମସ୍କାର, ଆପଣ ମାନେ ତ ଜାଣିଥିବେ ବିବାହ ବନ୍ଧନ ଏମିତି ଏକ ବନ୍ଧନ ହୋଇଥାଏ ଯେଉଁଥିରେ ଏକ ଅଜଣା ପୁଅ ଓ ଝିଅ ଏକାଠି ହୋଇଥାନ୍ତି । କେତେକ ଲୋକଙ୍କ ର ପ୍ରେମ ବିବାହ ହୋଇଥାଏ ଓ ଅନ୍ୟ କେତେକ ଲୋକଙ୍କ ର ପ୍ରସ୍ତାବିତ ବିବାହ ହୋଇଥାଏ । କେତେକ ଲୋକ ନଇଁ ପ୍ରେମ ରେ ସଫଳ ହୋଇ ପାରି ନ ଥାନ୍ତି ଓ ଅନ୍ୟ କେତେକ ଲୋକ ପ୍ରେମ ରେ ସଫଳ ହୋଇ ବିବାହ ବନ୍ଧନ ରେ ବାନ୍ଧି ହୋଇଥାନ୍ତି ।

ସମସ୍ତେ ଚାହାନ୍ତି ସେ ଯାହାକୁ ବିବାହ କରିବ ସେ ବହୁତ ଭଲ ହୋଇଥିବା ଦରକାର, ସ୍ଵଭାଵ ରେ ବହୁତ ଭଲ ହୋଇଥିବା ଦରକାର, ତାଙ୍କର ମନ ଜାଣି କାମ କରୁଥିବା ଦରକାର ଏଜି ପରି ଅନେକ କିଛି ଥାଏ ଯାହା ଜଣେ ଅନ୍ୟ ଜଣଙ୍କ ଠାରୁ ଆଶା କରିଥାଏ ।

ଯେଉଁମାନେ ନିଜର ମନ ମୁତାବକ ବର ପାଇଥାନ୍ତି ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି । ତେବେ ପ୍ରେମ କରି ବିବାହ କରିବା ଟା ମନୁଷ୍ୟ ପାଇଁ ଠିକ ହୋଇଥାଏ ନା ଭୁଲ ହୋଇଥାଏ ତାହାକୁ କେମିତି ଜାଣିବା । ତେବେ ଆମେ ଆଜି ଆପଣଂକୁ ସେହି ବିଷୟ ରେ ହିଁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ପ୍ରେମ କରି ବିବାହ କରିବା ଠିକ ହୋଇଥାଏ କିମ୍ବା ଭୁଲ ହୋଇଥାଏ । ସଂସାର ରେ ଏପରି କିଛି କଥା ନାହିଁ ଯାହାର ସମାଧାନ ଭଗବାନ ଶ୍ରୀକୃଷ୍ଣ ଙ୍କ ଦ୍ୱାରା ରଚିତ ଶ୍ରୀମଦ ଭଗବତ ଗୀତା ରେ ନାହିଁ । ଭଗବତ ଗୀତା ଏପରି ଏକ ଗ୍ରଂଥ ଯେଉଁଥିରେ ସମାଜ ର ସମସ୍ତ ପ୍ରକାର ସମସ୍ୟା ର ସମାଧାନ ରହି ଅଛି ।

ତେବେ ପ୍ରେମ ସମ୍ପର୍କ ରେ ମଧ୍ୟ ଅନେକ କିଛି ଲେଖା ହୋଇ ରହିଛି । ଯେତେ ବେଳେ ମନୁଷ୍ୟ ଟି ନିଜର ଯୁବାବସ୍ଥାରେ ଥାଏ ସେ ଅନ୍ୟ ଜଣଙ୍କ ପ୍ରତି ମୋହିତ ହୋଇଥାଏ । ସେ ସମ୍ପୂର୍ଣ୍ଣ ଭାବ ରେ ତାକୁ ନିଜର ହୃଦୟ ଦେଇ ବସିଥାଏ । ଯେଉଁ ମାନଙ୍କ ପ୍ରେମ ସଫଳ ହୋଇଥାଏ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥାନ୍ତି । କିନ୍ତୁ ଏହି ବିବାହ କରିବା ପାଇଁ ମଧ୍ୟ ଅନେକ ସମସ୍ୟା ଦେଖା ଦେଇଥାଏ ।

ବିବାହ ପାଇଁ ହୁଏ ତ ପୁଅ ଓ ଝିଅ ଉଭୟ ରାଜି ହୋଇଥାଇ ପାରନ୍ତି କିନ୍ତୁ ସେମାନଙ୍କ ପିତା ମାତା ଙ୍କ ଅରାଜିକତା ଦେଖାଦେଇଥାଏ ଯାହା କି ବହୁତ ବଡ଼ ସମସ୍ୟା ହୋଇଥାଏ । କିନ୍ତୁ ସେହି ସମୟରେ ସନ୍ତାନ ମାନେ ଭାବିଥାନ୍ତି କି ନିଜର ବିବାହ ର ନିଷ୍ପତ୍ତି ନିଜେ ନେବା ହିଁ ଉଚିତ । କିନ୍ତୁ ସେହି ସମୟରେ ପିତା ମାତା ଭାବିଥାନ୍ତି ଯେ ତାଙ୍କ ସନ୍ତାନ ଏକ ଭୁଲ ନିଷ୍ପତ୍ତି ନେଇ ଯାଇଛି । ଯାହା ଦ୍ୱାରା ସେ ଭବିଷ୍ୟତ ରେ ବହୁତ ଅସୁବିଧା ର ସମ୍ମୁଖୀନ କରିପାରେ ।

ବିବାହ ପାଇଁ ନିଜର ନିଷ୍ପତ୍ତି କିମ୍ବା ନିଜ ଠାରୁ ବଡ଼ କାହାର ନିଷ୍ପତ୍ତି କୁ ମାନିବା ପୂର୍ବରୁ ପ୍ରଥମେ କିଛି କଥା ଜାଣି ରଖନ୍ତୁ । ବିବାହ କେବଳ ନିଜ ପ୍ରେମ କୁ ପାଇବା ର ଏକ ମାର୍ଗ ନୁହେଁ । ବିବାହ ମନୁଷ୍ୟ ଜୀବନ ର ଏକ ନୂତନ ରାସ୍ତା କୁ ଖୋଲି ଦେଇଥାଏ । ଯେଉଁ ରାସ୍ତା ରେ ମନୁଷ୍ୟ ପାଇଁ ଅନେକ ଗୁଡିଏ କଷ୍ଟ ରାସ୍ତା ମଧ୍ୟ ରହିଥାଏ । ବିବାହ ପରେ ଆପଣଙ୍କ ପାଇଁ ଅନେକ ଉତ୍ତରଦାୟିତ୍ୱ ମଧ୍ୟ ରହିଥାଏ ।

ଯଦି ଆପଣ ଏହି ଉତ୍ତରଦାୟିତ୍ୱ କୁ ବହୁତ ଭଲ ଭାବରେ ନିର୍ବାହ କରିପାରିବେ ତେବେ ଆପଣଙ୍କ ଦାମ୍ପତ୍ୟ ଜୀବନ ବହୁତ ଖୁସି ଓ ଶାନ୍ତି ରେ ଅତିବାହିତ କରିପାରିବେ । ଯାହା ଫଳ ରେ ଆପଣ କେବେ ମଧ୍ୟ ଅନୁତାପ କରିବେ ନାହିଁ କି ଆପଣ କିଛି ଭୁଲ ନିଷ୍ପତ୍ତି ନେଇଛନ୍ତି । ତେବେ ସବୁ ବେଳେ ସବୁ ସମୟରେ ନିଜର ଭବିଷ୍ୟତ କୁ ଆଖି ଆଗରେ ରଖି ନିଜର ନିଷ୍ପତ୍ତି ନିଅନ୍ତୁ ଯାହା ଦ୍ୱାରା ଆପଣ ବହୁତ ଖୁସି ଓ ଶାନ୍ତି ରେ ଆପଣ ନିଜର ଜୀବନ ଅତିବାହିତ କରିପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button