ପ୍ରଥମ ବିବାହ ବାର୍ଷିକୀରେ ସ୍ବାମୀଙ୍କୁ ଏପରି ଉପହାର ଦେଲେ ପତ୍ନୀ, ଭାଇରାଲ୍ ହେଲା ଫଟୋ – Utkal Mail
ନୂଆଦିଲ୍ଳୀ: ପ୍ରଥମ ବିବାହ ବାର୍ଷିକୀ ପ୍ରତ୍ୟେକ ଦମ୍ପତିଙ୍କ ପାଇଁ ବେଶ୍ ସ୍ୱତନ୍ତ୍ର ହୋଇଥାଏ। ତେଣୁ ଏହି ଦିନ ଦମ୍ପତି ପରସ୍ପରଙ୍କ ପାଇଁ କିଛି ନା କିଛି ସ୍ବତନ୍ତ୍ର କରିବାକୁ ଚିନ୍ତା କରିଥାନ୍ତି। ଏହି ଦିନକୁ ସ୍ମରଣୀୟ କରିବା ପାଇଁ ପରସ୍ପରକୁ ବିଶେଷ ଉପହାର ମଧ୍ୟ ଦିଅନ୍ତି। କେହି ପତ୍ନୀ ନିଜ ସ୍ବାମୀଙ୍କୁ ସାର୍ଟ ଦେଇଥାନ୍ତି ତ ପୁଣି କେହି ଘଣ୍ଟା, ପର୍ସ, ସୁନା ଆଦି ଉପହାର ଆକାରରେ ଦେଇଥାନ୍ତି। ହେଲେ ଆପଣ କେବେ ପ୍ରଥମ ବାର୍ଷିକୀରେ କେହି ପତ୍ନୀ ତାଙ୍କ ସ୍ବାମୀଙ୍କୁ କାର୍ ଟାୟାର ଉପହାର ଦେବା କଥା ଦେଖିଛନ୍ତି କି?
ନା, ନା ଏପରି କେବେ ବି ଦେଖିନଥିବେ। ସୋସିଆଲ ମିଡିଆରେ ଏହି ଚିତ୍ର ଏବେ ଖୁୁବ୍ ଲୋକପ୍ରିୟ ହୋଇ ଚାଲିଛି। ଏହି ଫଟୋରେ ଦେଖିବାକୁ ମିଳିଛି ଯେ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ବିବାହର ପ୍ରଥମ ବାର୍ଷିକୀରେ ଟାୟାରର ଏକ ସେଟ୍ ଉପହାର ଦେଇଛନ୍ତି, ଯାହାକି ନିହାତି ଭାବେ ଆଶ୍ଚର୍ଯ୍ୟ କରିବା ପରି ଏକ କଥା। ଏହାକୁ ନେଇ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ଲେଖିଛନ୍ତି।
A wife’s present 🎁 to her husband on their 1st Wedding Anniversary. pic.twitter.com/BEdrDCI0rl
— Life in Saudi Arabia (@LifeSaudiArabia) November 20, 2023
ଏହି ଫଟୋଟି ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ ହ୍ୟାଣ୍ଡେଲରେ @ ଲାଇଫ୍ ଇନ୍ ସାଉଦୀ ଆରବରେ ନଭେମ୍ବର ୨୦ ତାରିଖରେ ପୋଷ୍ଟ କରାଯାଇଥିଲା। ଏହାର କ୍ୟାପସନରେ ଲେଖାଯାଇଛି, ‘‘ବିବାହର ପ୍ରଥମ ବାର୍ଷିକୀରେ ସ୍ୱାମୀଙ୍କ ପାଇଁ ପତ୍ନୀଙ୍କ ଉପହାର।’’ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ତାଙ୍କର ଚିନ୍ତାଧାରା ‘ଆଉଟ୍ ଅଫ୍ ବକ୍ସ’! ଅନ୍ୟ ଜଣେ ଲେଖିଛନ୍ତି ଯେ ‘କୌଣସି ପତ୍ନୀ ଏପରି ଉପହାର ବିଷୟରେ ଭାବି ନଥିବେ’।