ନୀତି

ଟ୍ରେଣ୍ଡ୍‌ରେ ‘ଅନ୍‌କ୍ୟାନି ଭ୍ୟାଲି’ ମେକ୍‌ଅପ୍ – Utkal Mail


ରୋବଟମାନଙ୍କୁ ଅବିକଳ ମଣିଷ ଭଳି ରୂପ ଓ ଅଭିବ୍ୟକ୍ତି ଦେବା ପାଇଁ ଚେଷ୍ଟା କରାଯାଉଥିବା ବେଳେ ସାମାଜିକ ଗଣମାଧ୍ୟମରେ ଏହାର ଏକ ଓଲଟା ପ୍ରକ୍ରିୟା ଲୋକପ୍ରିୟ ହେବାକୁ ଲାଗିଛି। ‘ଅନ୍‌କ୍ୟାନି ଭ୍ୟାଲି’ ନାମକ ଏହି ମେକ୍‌ଅପ୍‌ କରୁଥିବା ମହିଳାମାନେ ଯଥାସମ୍ଭବ ମାନବରୂପୀ ରୋବଟ୍‌ ବା ‘ଆଣ୍ଡ୍ରୋଏଡ୍‌’ ଭଳି ଦିଶିବାକୁ ଚେଷ୍ଟା କରୁଛନ୍ତି। ପରିଣାମ ସ୍ବରୂପ ସେମାନେ ଏଭଳି ଏକ ଅପ୍ରାକୃତିକ ରୂପ ଧାରଣ କରିଥାନ୍ତି ଯାହା ଦର୍ଶକଙ୍କୁ ଅସହଜ କରିଦେଉଛି। ୧୯୭୦ ଦଶନ୍ଧିରେ ଟୋକିଓ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜିର ପ୍ରଫେସର ମାସାହିରୋ ମୋରି ‘ଅନକ୍ୟାନି ଭ୍ୟାଲି’ ନାମକ ତତ୍ତ୍ବ ପ୍ରଦାନ କରିଥିଲେ। ଏହାକୁ ବ୍ୟାଖ୍ୟା କରି ସେ ଦର୍ଶାଇଥିଲେ ଯେ ମଣିଷମାନେ ରୋବଟମାନଙ୍କୁ ମଣିଷର ରୂପ ଦେବାକୁ ପସନ୍ଦ କରନ୍ତି ସତ, କିନ୍ତୁ ତାହାର ଏକ ସୀମା ଅଛି। ଏହି ସୀମା ଲଂଘନ କରି ରୋବଟ୍‌କୁ ଯଦି ଅବିକଳ ମଣିଷର ରୂପ ଦେଇଦିଆଯାଏ ତେବେ ସେଭଳି ରୋବଟ୍‌କୁ ଦେଖି ମଣିଷ ମନରେ ଅସହଜପଣ ଓ ଘୃଣା ପରି ଭାବନା ସୃଷ୍ଟି ହୋଇଥାଏ। ପ୍ରଫେସର୍ ମୋରି ମଣିଷ ମନର ଏହି ସ୍ଥିତିକୁ ‘ଅନ୍‌କ୍ୟାନି ଭ୍ୟାଲି’ ବା ‘ରହସ୍ୟମୟ ଉପତ୍ୟକା’ ନାମକରଣ କରିଥିଲେ। ଏବେ ମହିଳାମାନେ ରୋବଟ୍‌ ଭଳି ଦିଶିବାର ଭ୍ରମ ସୃଷ୍ଟି କରି ଦର୍ଶକଙ୍କ ମନରେ ଭୟ ସୃଷ୍ଟି କରୁଛନ୍ତି। ତଥାପି ଏଭଳି ଭିଡିଓଗୁଡ଼ିକ ଲକ୍ଷ ଲକ୍ଷ ଦର୍ଶକଙ୍କୁ ଆକୃଷ୍ଟ କରୁଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button