ଓଡିଶା

ଆଜି ସହିଦ ସପ୍ତାହର ଶେଷ ଦିନ: ଜିଲ୍ଲାରେ ନକ୍ସଲ ଦବଦବା ଜାହିର କରିପାରିଲେ ନାହିଁ

ମାଲକାନଗିରି: ନକ୍ସଲଙ୍କ ସହିଦ ସପ୍ତାହର ଆଜି ଥିଲା ଶେଷ ଦିନ। ଆଜି ନକ୍ସଲ ସୀମାନ୍ତ ଛତିଶଗଡ଼ରେ ନିଜର ସଂଗଠନକୁ ମଜବୁତ କରିବାକୁ ଚେଷ୍ଟା କରୁଥିବା ବେଳେ ମାଲକାନଗିରିରେ କିନ୍ତୁ ବିଫଳ ହୋଇଛନ୍ତି। ମାଲକାନଗିରି ଜିଲ୍ଲାରେ ନକ୍ସଲଙ୍କର ସ୍ଥିତି ହଜିଯାଇଛି। ଏଥିପାଇଁ ପୁଲିସ ଏବଂ ବିଏସଏଫଙ୍କ କାର୍ଯ୍ୟ ପ୍ରଶଂସନୀୟ। ଲଗାତାର ନକ୍ସଲ ଦମନରେ ଜୀବନକୁ ବାଜି ଲଗାଇ ବିଏସଏଫ ଏବଂ ପୁଲିସ ଘନ ଘନ ଚଢାଉ କରି ନକ୍ସଲଙ୍କୁ ପଛକୁ ଠେଲିବାରେ ସଫଳ ହୋଇଛନ୍ତି, ଯାହାରଫଳସ୍ବରୂପ ଆଜି ଜିଲ୍ଲାରେ ସହିଦ ସପ୍ତାହ ପାଳନ ହେଉଥିଲେ ମଧ୍ୟ ନକ୍ସଲ ପୋଷ୍ଟର କିମ୍ବା ବ୍ୟାନର ମାରିପାରିଲେ ନାହିଁ।

ଏଥିସହ ଗୋଟିଏ ବି ଗାଁରେ ନକ୍ସଲ ସହିଦ ସପ୍ତାହ ପାଳନ କରିପାରିଲେ ନାହିଁ। ଆଉ ସହିଦସ୍ତମ୍ଭ ମଧ୍ୟ ନିର୍ମାଣ କରିପାରିଲେ ନାହିଁ। ବିଶେଷକରି ଚିତ୍ରକୋଣ୍ଡାର ସ୍ବାଭିମାନ ଅଂଚଳରେ ନକ୍ସଲ ନିଜର ପତିଆରା ଜାହିର କରିଥିବା ବେଳେ ସେହି ଅଂଚଳକୁ ବିଏସଏଫ ଏବଂ ପୁଲିସ ନିଜ କବଜାକୁ ନେବା ପରେ ନକ୍ସଲ ସେଠାରୁ ହଟିଥିଲେ। ଲୋକେ ଆଜି ଶାନ୍ତିରେ ଜୀବନଯାପନ କରୁଛନ୍ତି। ଦିନ ଥିଲା ଲୋକେ ସକାଳ ପାହିଲେ ନକ୍ସଲଙ୍କ ଶିକାରରୁ ବଞ୍ଚିବା ନେଇ ଭଗବାନଙ୍କୁ ଡାକୁଥିଲେ। ଅତି ନୃସଂଶ ଭାବରେ ନକ୍ସଲ ସେହି ଅଂଚଳର ଲୋକଙ୍କୁ ହତ୍ୟା କରୁଥିଲେ। କିନ୍ତୁ ଲୋକେ ନକ୍ସଲ ସଂଗଠନ ବିରୋଧରେ ଯିବା ସହ ପୁଲିସ ଏବଂ ବିକାଶକୁ ସହଯୋଗ କଲେ, ଯଦ୍ବାରା ସେଠାରେ ଆଜି ଗମନାଗମନ, ଯୋଗାଯୋଗ ସହ ଲୋକେ ସ୍ବାଧୀନ ଭାବରେ ଚଳିତ ନିର୍ବାଚନରେ ଭୋଟ ଦେଇଥିଲେ।

ଆଜି ନକ୍ସଲ ଜିଲ୍ଲାରୁ ହଟିବା ପରେ ଜିଲ୍ଲାର ବିକାଶ ଦ୍ବିଗୁଣ ହୋଇଯାଇଛି। ଲୋକେ ବିକାଶକୁ ସମର୍ଥନ କଲେ ଆଉ ନକ୍ସଲଙ୍କୁ ଧିକ୍କାର କଲେ। ତେଣୁ ନକ୍ସଲ ପୁଣି ମାଲକାନଗିରି ଜିଲ୍ଲାରେ ନିଜର ପତିଆରା ବଢାଇବାକୁ ଚାହୁଁଥିଲେ ମଧ୍ୟ ବିଫଳ ହେଉଛନ୍ତି। ଜିଲ୍ଲାରେ ଗୁଇନ୍ଦା ବିଭାଗର ତୀକ୍ଷଣ ନଜର ନକ୍ସଲଙ୍କର ସମସ୍ତ ଗତିବିଧି ଉପରେ ରହିଛି। ଫଳରେ ନକ୍ସଲଙ୍କ ସମସ୍ତ ବିଷୟରେ ଟିକିନିଖି ପୁଲିସ ନିକଟରେ ଖବର ପହଞ୍ଚିପାରୁଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button