ଓଡିଶା

କ୍ୟାମେରା ମ୍ୟାନ ହତ୍ୟା ଘଟଣା, ଦେଖନ୍ତୁ ଏକ୍ସକ୍ଲୁସିଭ ଫୋଟ, ଯାହା ଉଡ଼ାଇ ଦେଲା ସମସ୍ତଙ୍କ ହୋସ :-

ବର୍ତ୍ତମାନ ସମୟରେ ଓଡ଼ିଶାରେ ବହୁ ଚର୍ଚ୍ଚିତ ଖବର ମଧ୍ୟରୁ ଗୋଟିଏ ହେଉଛି କ୍ୟାମେରା ମ୍ୟାନ ମାନସ ଙ୍କ ହତ୍ୟା ଘଟଣା । ଯାହାକି ସବୁଠି ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିଲେ ହେଁ ଅନେକ ରହସ୍ୟ ଖୋଲିଛି । ଦେଖନ୍ତୁ ଏକ୍ସକ୍ଲୁସିଭ ଫୋଟ ଯେଉଁଥିରୁ ଅନେକ ରହସ୍ୟ ଜଣା ପଡ଼ିଛି । ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେଣୁ ଏହି ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ବହୁଚର୍ଚ୍ଚିତ କ୍ୟାମେରା ମ୍ୟାନ ହତ୍ୟାକାଣ୍ଡ ଯାହାକି ଏକ ବୃଦ୍ଧାଶ୍ରମ ର ଉପର ମହଲା ଠାରୁ ଆରମ୍ଭ ହୋଇଥିଲା ତାହା କୌଣସି ଏକ ସାଧାରଣ ଘଟଣା ନୁହେଁ କାରଣ ଷ୍ଟୋରି ଶୁଟିଂ ଏବଂ ନ୍ୟୁଜ ପୋର୍ଟାଲ ନାମରେ କିଛି ଅଲଗା କାରନାମା ଚାଲିଥିଲା ସେଠାରେ । ଯାହାକି ଆଜି ଏକ ଫୋଟ ମାଧ୍ୟମରେ ଜଣା ପଡ଼ିଛି ।ଏଥିରେ ବଡ଼ ବଡ଼ ରାଜନେତା ଏବଂ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଜଡ଼ିତ ଥିବା କଥା ଜଣା ପଡ଼ିଛି ।

ତେବେ ବାସ୍ତବ କଥା ଏହା ଯେ ସେହି ବୃଦ୍ଧାଶ୍ରମ ର ଉପରା ମହଲା ରେ କ୍ୟାମେରା ମ୍ୟାନ ମାନସ ଏବଂ ନ୍ୟୁଜ ପୋର୍ଟାଲ ର ମାଲିକାଣି ନ୍ୟୁଜ ପୋର୍ଟାଲ ନାମରେ ବ୍ଲୁ ଫିଲ୍ମ ଉତ୍ତୋଳନ କରୁଥିଲେ । ତେବେ ଏଇ ଘଟଣାକୁ ନେଇ ରାଜ୍ୟରେ ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ତେବେ ଏବେ ସୁଦ୍ଧା ଜଣା ପଡ଼ିଥିବା ଘଟଣା ଅନୁଯାୟୀ ମାନସ ଙ୍କ ପାଖରେ ସେହ ବ୍ଲୁ ଫିଲ୍ମର କିଛି ଭିଡ଼ିଓ ଏବଂ ଫୋଟ ଥିଲା ଯାହାକୁ ନ୍ୟୁଜ ପୋର୍ଟାଲ ମାଲିକାଣୀ ଦେବାକୁ କହିବାରୁ ମାନସ ମନା କରିଥିଲେ ଏବଂ ଘରକୁ ପଳାଇ ଯାଇଥିଲେ । ଏହି ଘଟଣା ୭ ତାରିଖର । ପରେ ୱେବ ପୋର୍ଟାଲ ମାଲିକାଣୀ ଜଣକ ଅନ୍ୟ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ମାନସ ସ୍ୱାଇଁ ଙ୍କୁ ଖୋଜିବା ପାଇଁ ପଠାଇଥିଲେ ।

ପରେ ସେ ଚାନ୍ଦବାଲି ନିକଟରେ ଏକ ବିବାହ ଉତ୍ସବରେ ଥିବା କଥା ଜଣା ପଡ଼ିଥିଲା । ମାନସ ଙ୍କୁ ଉଠାଇ ଆଣି ତାଙ୍କର ହତ୍ୟା କରାଯାଇଥିଲା । ଯାହା ବର୍ତ୍ତମାନ ଜଣା ପଡ଼ିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ୱେବ ପୋର୍ଟାଲ ମାଲିକାଣୀ ଫେରାର ଅଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button