ଓଡିଶା

ମୋର ଟଙ୍କା ଦରକାର ନାହିଁ ମୋତେ ମୋର ସ୍ୱାମୀ ଦରକାର… ମୁଁ ଯଦି ପାଠ ପଢ଼ିନି, ସୁମିତ ମୋତେ କାହିଁକି ବିବାହ କଲେ ! ମୋ ପାଖରେ ମଧ୍ୟ ପ୍ରମାଣ….

ମୋର ଟଙ୍କା ଦରକାର ନାହିଁ, ମୋତେ ମୋର ସ୍ୱାମୀ ଦରକାର ! ୮୦ କୋଟି ଦେଲେ ମଧ୍ୟ ମୁଁ ସୁମିତଙ୍କୁ ଛାଡି ପାରିବ ନାହିଁ। ତେବେ ବହୁ ଚର୍ଚ୍ଚିତ କେସ ସୁମିତ ଏବଂ ତାପସ୍ୱିନୀଙ୍କୁ ନେଇ ଆଉ ଏକ ନୂଆ ମୋଡ଼ ନେଇଛି। ବର୍ତ୍ତମାନ ସମୟରେ ତାପସ୍ୱିନୀଙ୍କ ଭିଡ଼ିଓ ଭାଇରାଲ ହେଉଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ଆପଣମାନେ ଜାଣିଥିବେ ଯେ ସୁମିତ ଏବଂ ତାପସ୍ୱିନୀ ଦୁହେଁ ପରସ୍ପରକୁ ଭଲ ପାଇଥିଲେ ଏବଂ ଏହାପରେ କୋର୍ଟରେ ରେଜିଷ୍ଟର ମ୍ୟାରେଜ କରିଥିଲେ। ତେବେ ବିବାହର ମାତ୍ର ଏକ ବର୍ଷ ପୂରି ନାହିଁ ଦୁହିଁଙ୍କ ସମ୍ପର୍କ ଭିତରେ ଫାଟ ପଡ଼ିଥିଲେ।

ଜଣେ ଜୀବନ ସାଥୀ କରିବାକୁ ଜିଦ୍ ଧରି ଆଇନଗତ ଲଢେଇ ଜାରି ରଖିଛି। ଆଉ ଜଣେ କହୁଛି ଆମ ଦୁହିଁ ମନ ଆଉ ମିଶିବନି। ସେ ମୋତେ ବରବାଦ କରିଚାଲିଛି। ମୋ ପରିବାରକୁ ରାଜରାସ୍ତାକୁ ଆଣି ପକାଇଛି। ପାରିବାରିକ ବିବାଦ ଯେତେବେଳେ ବୃଦ୍ଧି ପାଇଲା ସେତେବେଳେ ଦୁହେଁ କୋର୍ଟର ଆଶ୍ରୟ ନେଇଥିଲେ। ତେବେ ମାମଲା ଯେତେ ଗମ୍ଭୀର ହେଉଥିଲା ତାହା ଗୋଟିକ ଉପରୁ ଗୋଟିଏ ଗୁମର ଫିଟିବାରେ ଲାଗିଥିଲା।

ମାନ୍ୟବର SDJM ଦୁହିଁଙ୍କୁ ଏକାଠି କରିବା ପାଇଁ ୭ ଦିନ ଏକାଠି ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେଥିପାଇଁ ପାଞ୍ଚଟି ସର୍ତ୍ତ ମଧ୍ୟ ରଖିଥିଲେ। ହେଲେ ସୁମିତ ତାପସ୍ୱିନୀଙ୍କୁ ଗେଷ୍ଟ ହାଉସରେ ଏକୁଟିଆ ଛାଡି ଦେଇ କେଉଁଆଡ଼େ ଚାଲି ଯାଇଥିଲେ। ପରବର୍ତ୍ତୀ ସମୟରେ ନିଜର ଅସୁସ୍ଥ ନେଇ ସୂଚନା ଦେଇଥିଲେ। ଏହାପରେ ସେ ଜିଲ୍ଲା କୋର୍ଟରେ ଶୁଣାଣି ପାଇଁ ଆବେଦନ କରିଥିଲେ। ତାପସ୍ୱିନୀଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ତେବେ ସେହି ଭିଡ଼ିଓଟି ୨୦୨୦ ର ବୋଲି ଜଣାପଡିଛି ଏବଂ ସେ ଭିଡ଼ିଓରେ ତାପସ୍ୱିନୀ ନିଜେ ଥିବା ମଧ୍ୟ ମାନିଛନ୍ତି।

ହେଲେ ସେ ଭିଡ଼ିଓକୁ ନେଇ ତାପସ୍ୱିନୀ କିଛି ଭିନ୍ନ ମତ ରଖିଥିଲେ। ତାପସ୍ୱିନୀ କହିଥିଲେ ସୁମିତ ଏତେ ସଚ୍ଚୋଟ୍ ଓ ସତୁଆ ହେଲେ ବାହାରକୁ କାହିଁକି ଆସୁନାହାନ୍ତି। ୮ ଲକ୍ଷ କ’ଣ ୮୦ କୋଟି ଦେଲେ ବି ଡିଭୋର୍ସ ଦେବିନି। ତାଙ୍କ ବାପା ଆମ ଦୁହିଁଙ୍କ ମଧ୍ୟ୍ୟରେ ଡିଭୋର୍ସ କରାଇବାକୁ ଚାହୁଁଥିଲେ। ଆଉ ସୁମିତଙ୍କୁ ମନ୍ତ୍ରୀଙ୍କ ଭାଣିଜୀ ସହ ବିବାହ କରାଇବା ପାଇଁ ଚାହିଁଥିଲେ ।

ଆଉ ସେହି ସମୟରେ ଆଉ ଜଣକୁ କେମିତି ବେଦୀରେ ବସି ବିବାହ କରିବ ବୋଲି କହିଥିଲି। ଗୋଟିଏ ସ୍ତ୍ରୀ କେମିତି ସ୍ୱାମୀର ବାହାଘର ଦେଖିପାରିବ। ସେହି ସମୟରେ ମୁଁ ଏହି କଥା କହିଥିଲି। ଆମେ ଆପଣଙ୍କୁ କହି ରଖୁଛୁ ଯେ ସ୍ୱାମୀଙ୍କ ସହ ରହିବା ସହ ଶାଶୂ ଘରେ ରହିବା ପାଇଁ ଦାବି କରି ଆସୁଛନ୍ତି।

ମୋ ପାଖରେ ମଧ୍ୟ ଅଜସ୍ର ଟଙ୍କା ଅଛି। ମୋ ଭାଇର ଫର୍ମ ଅଛି ଏବଂ ଆମର ବହୁତ ଗାଈ ଅଛି। ସେମାନେ ଘର ବିକି କି ଦେଲେ ମଧ୍ୟ ମୋର ମୋ ସ୍ୱାମୀ ଦରକାର। ମୋର ଟଙ୍କା ପଇସା ଦରକାର ଥିଲେ ଦାଣ୍ଡରେ ଏକ ମାସ ଧରି କାହିଁକି ବସଥାଆନ୍ତି ବୋଲି ତାପସ୍ୱିନୀ ପ୍ରଶ୍ନ ମଧ୍ୟ କରିଛନ୍ତି। କେବଳ ସେତିକି ନୁହେଁ ସେ ଏକଥା ମଧ୍ୟ କହିଛନ୍ତି ଯେ ମୋ ପାଖରେ ମଧ୍ୟ ଅନେକ ପ୍ରମାଣ ରହିଛି ମୁଁ ମିଡ଼ିଆକୁ ନୁହେଁ ବରଂ କୋର୍ଟରେ ଦେଖାଇବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button