କରୋନା

କରୋନା ପରିକ୍ଷଣ ପାଇଁ ବିଶେଷଜ୍ଞଙ୍କ ଟିମ ଚୀନ ପଠେଇବା ପାଇଁ ଚାହୁଁଛି ଆମେରିକା : ଟ୍ରମ୍ଫ

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫ କରୋନା ଭାଇରସ ପାଇଁ ଚୀନକୁ ପରିଣାମ ଭୁକ୍ତାନ ପାଇଁ ଚେତାବନୀ ଦେଲା ପରେ ନିଜ ହମଲାବାର ଆରମ୍ଭ କରିଛନ୍ତି, ଡୋନାଲଡ ଟ୍ରମ୍ଫ ଏହା ମଧ୍ୟ କହିଛନ୍ତି ଯେ ଆମେରିକା ନିଜ ବିଶେଷଜ୍ଞଙ୍କୁ ଚୀନ କରୋନା ଭାଇରସ ବିଷୟରେ ସବୁ କିଛି ଜାଣିବା ପାଇଁ ପଠେଇବାକୁ ଚାହାନ୍ତି । ଟ୍ରମ୍ଫ ଏହି କଥା ସେତେବେଳେ କହିଲେ ଯେତେବେଳେ ସାରା ଦୁନିଆରେ କରୋନା ସଂକ୍ରମଣ ଦ୍ଵାରା ମରୁଥିବା ଲୋକଙ୍କ ସଂଖ୍ୟା ଗୋଟେ ଲକ୍ଷ ୬୫ ହଜାର ଠାରୁ ଅଧିକ ହୋଇଗଲା ।

ତେବେ ଏହି ଭାଇରସ ଦ୍ଵାରା ମୃତ୍ୟୁ ହୋଇଥିବା ଲୋକଙ୍କ ସଂଖ୍ୟା ପୁରା ଦୁନିଆରେ ୧୭୦,୪୭୯ହୋଇଛି ଯେଉଁଥିରେ ୪୨,୫୧୮ ଲୋକ ଆମେରିକନ ଥିଲେ । ରବିବାର ଦିନ ୱ୍ହାଇଟ ହାଉସ ରେ ସମ୍ବାଦ ସମ୍ମେଳନ ରେ ଟ୍ରମ୍ଫ କରୋନା ଭାଇରସ ପାଇଁ କହିଥିଲେ ଯେ ସେ ଚୀନ ଠାରୁ ଖୁସି ନାହାନ୍ତି । ଗତ ବର୍ଷ ଡିସେମ୍ବର ରେ ଚୀନ ମଧ୍ୟ ଶହର ବୁହାନ ଠାରୁ ଏହି ମହାମାରୀ ଉତ୍ପନ ହୋଇଥିଲା, ରାଷ୍ଟ୍ରପତି ଟ୍ରମ୍ଫ ଏହା ମଧ୍ୟ ଜଣାଇଲେ ଯେ ସେ ବହୁତ ଆଗରୁ ଚୀନକୁ ଏହା ପଚାରୁଥିଲେ ଯେ ସେଠି କଣ ହଉଛି, ଏହା ଛଡା ଟ୍ରମ୍ଫ ଏହା ମଧ୍ୟ କହିଥିଲେ ଯେ ସେ ସେଠି ଯିବା ପାଇଁ ଚାହନ୍ତି ଏବଂ ଏହା ମଧ୍ୟ କହିଥିଲେ ଯେ ସେଠି କଣ ହଉଛି ଦେଖିବା ପାଇଁ ଚାହନ୍ତି କିନ୍ତୁ ତାଙ୍କୁ ସେଠି ଡକା ଗଲା ନାହିଁ ।

ଟ୍ରମ୍ଫ ଏହା ମଧ୍ୟ କହିଲେ ଯେ ସେ ବ୍ୟବସାୟ ବିଷୟରେ ଜାଣି ବହୁତ ଖୁସି ଥିଲେ କିନ୍ତୁ ହଟାତ ଏହି ସଂକ୍ରମଣ ବିନାଶ ବିଷୟରେ ଜାଣି ସେ ବହୁତ ଦୁଃଖୀ ହୋଇଗଲେ । ତେବେ ଆମେରିକା ଏହା ଜାଣିବା ପାଇଁ ଚେଷ୍ଟା କରୁଛନ୍ତି ଯେ ଏହି ଭୟଙ୍କର ଭାଇରସ ଚୀନ ବୁହାନ ର ଲ୍ୟାବ ଠାରୁ ବାହାରି ନାଇ ତ ? ଟ୍ରମ୍ଫ ବାରମ୍ବାର ଚୀନକୁ ଭଲ ଉପାୟ ଏବଂ ନିରାଶା ଜନକ କହୁଛନ୍ତି ତାଙ୍କ ଅନୁଯାଇ ସଙ୍କଟ ଠାରୁ ବଞ୍ଚିବା ପାଇଁ ଚୀନ କିଛି ବି ଆରମ୍ଭ କରୁ ନାହିଁ ଏହା ଛଡା କୌଣସି ଲାଭପ୍ରଦ ସାହାଯ୍ୟ ମଧ୍ୟ ଦେଖା ଯାଉ ନାହିଁ, ତେବେ ଏହା ଛଡା ଦୂରଦର୍ଶିତା ମଧ୍ୟ ଦେଖା ଯାଉ ନାହିଁ ଯାହା ଦେଖି ଏମିତି ଲାଗିଥାଏ ଯେମିତିକି କୌଣସି ଗମ୍ଭୀରତା ନାହିଁ । ସେଥିପାଇଁ ଟ୍ରମ୍ପ କହିଛନ୍ତି କି ସେ ଚୀନକୁ ନିଜର ବିଶେଷଜ୍ଞ ଟିମ ପଠାଇବାକୁ ଚାହୁଁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button