ରାଜନୀତି

କାଲି ବସିବ ଦ୍ୱିତୀୟ କ୍ୟାବିନେଟ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା

ଆସନ୍ତା ବୁଧବାର ରାଜ୍ୟରେ ବସିବାକୁ ଯାଉଛି ନବଗଠିତ ବିଜେପି ସରକାରଙ୍କ ଦ୍ୱିତୀୟ କ୍ୟାବିନେଟ ବୈଠକ । ଏହି ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଦିନ ୧୧.୩୦ରେ ଅନୁଷ୍ଠିତ ହେବ ଏହି କ୍ୟାବିନେଟ ବୈଠକ।

ସୂଚନାଯୋଗ୍ୟ ଯେ ଗତ ଜୁନ୍‌‌ ୧୨ ତାରିଖରେ ମୋହନ ସରକାର ଶପଥ ଗ୍ରହଣ ଦିନ ହିଁ ପ୍ରଥମ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ୪ଟି ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବା ସହ ମୋହର ମଧ୍ୟ ବାଜିଥିଲା । ତେବେ ଏଥିରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲା, ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ, ରାଜ୍ୟରେ ସମୃଦ୍ଧ କୃଷକ ନୀତି ଅଧୀନରେ ଧାନର ଏମ୍‌ଏସ୍‌ପି ୩୧୦୦ ଟଙ୍କାକୁ ବୃଦ୍ଧି ଏବଂ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର୍‌ ପ୍ରଦାନ ନେଇ ନିଷ୍ପତ୍ତି ହୋଇଥିଲା। ଯାହା ଲାଗୁଛି ଆଗାମୀ ବୈଠକ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନା କରାଯାଇପାରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button