ରାଜନୀତି

୧୨ଜଣ ଲୋକ ଅଛନ୍ତି ପରିବାରରେ କିନ୍ତୁ ମିଳିଲା କେବଳ ୧ଭୋଟ, ନିର୍ବାଚନ ସେଣ୍ଟରରେ ହିଁ କାନ୍ଦିବାକୁ ଲାଗିଲେ ପାର୍ଥି

ବର୍ତମାନ ସମୟରେ ଗୁଜରାଟ ରାଜ୍ୟରେ ଗ୍ରାମପଞ୍ଚାୟତ ନିର୍ବାଚନ-୨୦୨୧ର ପରିଣାମ ସାମ୍ନାକୁ ଆସିଛି। ଏହି ପରିଣାମ ସାମ୍ନାକୁ ଆସିବା ପରେ ଅନେକ ପ୍ରତ୍ୟାଶୀଙ୍କ ପାଦ ତଳୁ ମାଟି ଖସି ଯାଇଛି। ଏଥିରୁ ଗୋଟିଏ ଗ୍ରାମ ପଞ୍ଚାୟତ ତ ଏମିତି ଅଟେ ଯେଉଁଠାରେ ନିର୍ବାଚନ ଲଢିବା ବାଲା ପ୍ରତ୍ୟାଶୀଙ୍କୁ ନିଜ ପରିବାର ଲୋକମାନେ ହିଁ ଧୋକା ଦେଇ ଦେଇଛନ୍ତି। ସେହି ପ୍ରତ୍ୟାଶୀଙ୍କ ପରିବାରରେ ୧୨ଜଣ ଲୋକ ଥିଲେ। କିନ୍ତୁ ତାଙ୍କୁ ସେହି ନିର୍ବାଚନ ସମୟରେ ଗୋଟିଏ ହିଁ ଭୋଟ ମିଳିଥିଲା।ସେହି ଭୋଟ ମଧ୍ୟ ତାଙ୍କର ହିଁ ଥିଲା।ଏହି ପ୍ରକାରର ମିଳିଥିବା କୋଠର ହାର ପରେ ସେ ନିଜେ ହିଁ କାନ୍ଦିବାକୁ ଲାଗିଥିଲେ। ସେଠାରେ ଏହି ଘଟଣା ସମୟରେ ଉପସ୍ଥିତ ଲୋକ ନିଜ ଦାନ୍ତ ତଳେ ଆଙ୍ଗୁଠି କାମୁଡି ଦେଇଛନ୍ତି।

ଏମିତି ଥିଲା ଗୁଜରାଟର ଗ୍ରାମପଞ୍ଚାୟତ ନିର୍ବାଚନ ପରିଣାମ

ଯେଉଁ ପ୍ରତ୍ୟାଶୀଙ୍କ ପରିବାରରେ ୧୨ଜଣ ଲୋକ ଥିଲେ ଏହା ପରେ ମଧ୍ୟ ତାଙ୍କୁ କେବଳ ଗୋଟିଏ ହିଁ ଭୋଟ ମିଳିଥିଲା।ଏହି କଥା ବିଷୟରେ ଜଣା ପଡିବା ପରେ ସୋସିଆଲ ମିଡିଆ ୟୁଜର୍ସ ତାଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିବାକୁ ଲାଗିଲେ। ଗୋଟିଏ ବଡ଼ ନ୍ୟୁଜ ପୋର୍ଟଲ ମୁତାବକ ସେହି ପ୍ରତ୍ୟାଶୀଙ୍କ ନାମ ସନ୍ତୋଷ ହଲପତି ଅଟେ। ଏମାନେ ଛାରୱାଲା ଗାଁରେ ରହୁଛନ୍ତି। ସେ ନିଜ ଗାଁର ସରପଞ୍ଚ ହେବାର ସ୍ବପ୍ନ ଦେଖୁଥିଲେ। ଯୁବା ଜୋଶରେ ସେ ନିର୍ବାଚନ ପତ୍ର ଭରି ଦେଇଥିଲେ।

ଏହାପରେ ସେ ନିଜର ବହୁତ ପ୍ରଚାର ମଧ୍ୟ କରିଥିଲେ। ସେହି ସମୟରେ ଗାଁର ଲୋକମାନେ ତାଙ୍କୁ ଭୋଟ ଦେବାପାଇଁ ଆଶ୍ୱାସନା ମଧ୍ୟ ଦେଇଥିଲେ। ସେହି କାରଣରୁ ତାଙ୍କୁ ଲାଗିବାକୁ ଲାଗିଥିଲା କି ସେ ଜିତିବେ। ହେଲେ, ଯେତେବେଳେ ସେ ମଙ୍ଗଳବାର ଦିନ କାଉଣ୍ଟିଙ୍ଗ ସେଣ୍ଟରରେ ପହଁଞ୍ଚିଥିଲେ ଏବଂ ଫଳାଫଳ ଘୋଷିତ ହେବାର ଅପେକ୍ଷା କରିବାକୁ ଲାଗିଥିଲେ..ତ ଜଣା ପଡିଥିଲା କି ତାଙ୍କୁ କେବଳ ଗୋଟିଏ ମାତ୍ର ଭୋଟ ମିଳିଛି.. ଏବଂ ସେହି ଭୋଟ ମଧ୍ୟ ନିଜର ଥିଲା।

ପରିଣାମ ଦେଖି ଲୋକମାନେ ମଧ୍ୟ ହୋଇ ଯାଇଛନ୍ତି ଆଶ୍ଚର୍ଯ୍ୟ

ଏହି ପରିଣାମ ସାମ୍ନାକୁ ଆସିବା ପରେ ପ୍ରତ୍ୟାଶୀ ସନ୍ତୋଷଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡ଼ିଆରେ ଜୋରରେ ଭାଇରାଲ ହେଉଛି।ଏହି ଭିଡିଓରେ ସେ ବହୁତ ଦୁଃଖୀ ଦେଖା ଯାଉଛନ୍ତି।ଏହା ମଧ୍ୟରେ ଜଣେ ଗ୍ରାମୀଣ କହିଛନ୍ତି କି, ଯେତେବେଳେ ଛରବାଲା ଗାଁର ନିର୍ବାଚନ ପରିଣାମ ଘୋଷିତ ହୋଇଥିଲା ତ ସନ୍ତୋଷ କାଉଣ୍ଟିଙ୍ଗ ସେଣ୍ଟରରେ ହିଁ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଥିଲେ।

ତାଙ୍କର ଏହି ପ୍ରକାରରେ କାନ୍ଦିବା ଦ୍ବାରା ସେଠାରେ ବହୁତ ଅଧିକ ଭିଡ ଏକତ୍ରିତ ହୋଇ ଯାଇଥିଲା। ଏଥିପାଇଁ ଲୋକମାନେ ତାଙ୍କୁ ଶାନ୍ତ କରିଥିଲେ ଏବଂ କହିଥିଲେ କି ହାର-ଜିତ ତ ଲାଗି ରହିଥାଏ। ହେଲେ, ଗାଁର ଲୋକମାନେ ଏହି କଥାକୁ ନେଇ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ କି, ତାଙ୍କୁ କେବଳ ଗୋଟିଏ ଭୋଟ ପ୍ରାପ୍ତ ହୋଇଥିଲା।

ବହୁତ ଡେରି ପର୍ଯ୍ୟନ୍ତ କାନ୍ଦିବାକୁ ଲାଗିଥିଲେ ସନ୍ତୋଷ

ଏଥିପାଇଁ ସନ୍ତୋଷ କାଉଣ୍ଟିଙ୍ଗ ସେଣ୍ଟରରେ ହିଁ ବହୁତ ଡେରି ପର୍ଯ୍ୟନ୍ତ କାନ୍ଦିବାକୁ ଲାଗିଥିଲେ। ସେଠାରେ ଉପସ୍ଥିତ ଲୋକମାନେ ତାଙ୍କୁ ବୁଝାସୁଝା କରି ତାଙ୍କୁ ଘରକୁ ପଠାଇ ଦେଇଥିଲେ। ତାଙ୍କର କହିବାର ଥିଲା କି, ‘ମୋ ପରିବାରରେ ୧୨ଜଣ ସଦସ୍ୟ ଅଛନ୍ତି, କିନ୍ତୁ ସେ କହୁଛନ୍ତି କି ମୋତେ କେବଳ ଗୋଟିଏ ଭୋଟ ମିଳିଛି ଏବଂ ତାହା ମଧ୍ୟ ନିଜର’ ସେ କହିଛନ୍ତି,’ଯଦି ନିଜ ପରିବାରର ହିଁ ୧୨ଭୋଟ ମଧ୍ୟ ମୋତେ ମିଳିଥାନ୍ତା ତ ମୋତେ ଏତେ ଦୁଃଖ ହୋଇନଥାନ୍ତା।’

ବର୍ତ୍ତମାନ ସନ୍ତୋଷ ବୋଧହୁଏ ଏହା ଚିନ୍ତା କରି ନିଜକୁ ଆଶ୍ୱାସନା ଦେଇ ପାରିବେ କି ନିଜ ଜିତରେ ଏତେ ଗର୍ବ କରେ ନାହିଁ ଏ ଗାଲିବ, ତୋ ଜିତ ଠାରୁ ଅଧିକ ମୋ ହାରର ଚର୍ଚ୍ଚା ହେଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button