ଓଡିଶା

Jharkhand Assembly Election: ଜେଏମଏମର ମତଦାନ ସମୟ ହ୍ରାସ କରାଯାଇଥିବା ଅଭିଯୋଗକୁ ଖଣ୍ଡନ କଲେ ଇସିଆଇ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ । ଏହି ପର୍ଯ୍ୟାୟରେ ଆସନ୍ତା ନଭେମ୍ବର ୨୦ ତାରିଖରେ ୩୮ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ । ଚଳିତ ମାସ ୨୯ ତାରିଖ ପାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି ।

ପ୍ରାର୍ଥମାନେ ଦିନ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ନାମାଙ୍କନପତ୍ର ଦାଖଲ କରିପାରିବେ ।

ଅକ୍ଟୋବର ୩୦ରେ ପ୍ରାର୍ôଥପତ୍ର ଯାଞ୍ଚ ହେବାକୁ ଥିବା ବେଳେ ନଭେମ୍ବର ୧ ତାରିଖ ପାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୧୩ରେ ଅନୁଷ୍ଠିତ ହେବ । ଉଭୟ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ନଭେମ୍ବର ୨୩ରୁ ଭୋଟ୍ ଗଣତି ହେବ । ଇତିମଧ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ପାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି । ଏ ପର୍ଯ୍ୟନ୍ତ ୨୫ ଜଣ ପ୍ରାର୍ଥ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଅକ୍ଟୋବର ୨୫ ତାରିଖ ପାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି ।

ଅନ୍ୟପଟେ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଗ୍ରାମାଞ୍ଚଳ ଗୁଡ଼ିକରେ ମତଦାନ ସମୟ ହ୍ରାସ କରାଯାଇଥିବା ଅଭିଯୋଗକୁ ନିର୍ବାଚନ ଆୟୋଗ ଖଣ୍ଡନ କରିଛନ୍ତି । ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ନେତା ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ ଏହି ଅଭିଯୋଗ କରିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀ କେ. ରବିକୁମାର କହିଛନ୍ତି, ନକ୍ସଲ ପ୍ରଭାବିତ ଅଞ୍ଚଳରେ ଥିବା ୯୮୧ଟି ବୁଥ୍‌ରେ ସକାଳ ୭ଟାରୁ ଅପରାହ୍ଣ ୪ଟା ପର‌୍ୟ୍ୟନ୍ତ ମତଦାନ ଲାଗି ସମୟଧାର‌ କରାଯାଇଛି ।

ଅବଶିଷ୍ଟ ବୁଥ୍ ଗୁଡ଼ିକରେ ସନ୍ଧ୍ୟା ୫ଟା ପର‌୍ୟ୍ୟନ୍ତ ମତଦାନ ହେବ । ସେ କହିଛନ୍ତି, ଝାଡ଼ଖଣ୍ଡରେ ମୋଟ୍ ୨୯ ହଜାର ୫୬୨ଟି ମତଦାନ ରହିଛି । ସେଗୁଡ଼ିକ ମଧ୍ୟରୁ ୨୪ ହଜାର ୫୨୦ଟି ମତଦାନ କେନ୍ଦ୍ର ଗ୍ରାମାଞ୍ଚଳରେ ଏବଂ ୫ହଜାର ୪୨ଟି ମତଦାନ କେନ୍ଦ୍ର ସହରାଞ୍ଚଳରେ ରହିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button