କ୍ରୀଡା

ହକି ବିଶ୍ବକପ ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ବିରାଟ କୋହଲି

ନୂଆଦିଲ୍ଲୀ: ଆଜିଠାରୁ ଓଡ଼ିଶାରେ ଆରମ୍ଭ ହେଉଛି ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ ୨୦୨୩ | ଟ୍ରଫି ପାଇଁ ମୋଟ ୧୬ଟି ଦଳ ମଧ୍ୟରେ ହେବ ରୋମାଞ୍ଚକ ଲଢେ଼ଇ । ଏହ ୧୬ ଦଳକୁ ୪ଟି ପୁଲରେ ବିଭକ୍ତ କରାଯାଇଛି | ଇଂଲଣ୍ଡ, ସ୍ପେନ୍ ଏବଂ ୱେଲ୍ସ ସହିତ ଭାରତ ପୁଲ୍ ଡି’ରେ ଅଛି। ହରମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆଜି ସ୍ପେନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ୪୮ ବର୍ଷର ପଦକ ମରୁଡ଼ିର ଅବସାନ ଘଟାଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ | ଭାରତ କେବଳ ଥରେ ୧୯୭୫ରେ କୁଆଲାଲମ୍ପୁରରେ ବିଶ୍ୱକପ ଟ୍ରଫି ଜିତିଥିଲା।

ବିଶ୍ବକପ୍ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ଦଳ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି |

 

ଭାରତୀୟ କ୍ରିକେଟରଙ୍କ ଉପରେ ମଧ୍ୟ ଚଢ଼ିଛି ହକି ଫିଭର୍। ଭେଟେରାନ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଶୁକ୍ରବାର ଟ୍ବିଟ୍ କରି ଭାରତୀୟ ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । କୋହଲି ଲେଖିଛନ୍ତି ‘ବିଶ୍ୱକପ ପାଇଁ ଭାରତୀୟ ପୁରୁଷ ହକି ଦଳକୁ ମୋର ଶୁଭେଚ୍ଛା। ଖେଳ ଏବଂ ଉପଭୋଗ କର | ଆମେ ସମସ୍ତେ ଟିମକୁ ସମର୍ଥନ କରୁଛୁ | ଶୁଭକାମନା। ‘

ଭାରତୀୟ ମହିଳା କ୍ରିକେଟ୍ ଦଳର ଷ୍ଟାର୍ ଖେଳାଳି ବ୍ୟାଟ୍ସମ୍ୟାନ୍ ଜେମିମା ରଡ୍ରିଗ୍ବେଜ୍ ମଧ୍ୟ ହରମନପ୍ରୀତ ଆଣ୍ଡ୍ କୋ’ଙ୍କୁ ଶୁଭକାମନା ଜଣାଇଛନ୍ତି । ଜେମିମା ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ସେ ଭାରତୀୟ ଦଳର ଜର୍ସି ସହିତ ହକି ବିଶ୍ୱକପ ପାଇଁ ପ୍ରସ୍ତୁତ ଅଛନ୍ତି। ସେ ଭିଡିଓର କ୍ୟାପସନରେ ଲେଖିଛନ୍ତି, ” ଜିତିବ ଭାଇ ଜିତିବ, ଇଣ୍ଡିଆ ଜିତିବ !! ମୁଁ ହକି ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ଚିୟର କରିବାକୁ ବ୍ୟଗ୍ର !!

କୋହଲିଙ୍କ ବ୍ୟତୀତ ଜେମିମା, ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ଜାଡେଜା ଟ୍ୱିଟରରେ ଲେଖିଛନ୍ତି, ‘ଆମର ପୁରୁଷ ହକି ଦଳ ବିଶ୍ୱକପ ପାଇଁ ପ୍ରସ୍ତୁତ। ଟୁର୍ନାମେଣ୍ଟ ପାଇଁ ଦଳକୁ ଶୁଭେଚ୍ଛା | କ୍ରିଷ୍ଣା ମଧ୍ୟ ଟିମ୍ ଇଣ୍ଡିଆକୁ ଶୁଭକାମନା ଜଣାଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button