ବିଚାର

ମହାଶିବରାତ୍ରୀ ଦିନ ଘରକୁ ନେଇ ଆସନ୍ତୁ ଏହି 5ଟି ଜିନିଷ ଓ ଖାଇ ନିଅନ୍ତୁ ଏହି 1 ଜିନିଷ, ପୂରା ବର୍ଷ ହେବ ଧନର ବର୍ଷା

ବନ୍ଧୁଗଣ ଚଳିତ ବର୍ଷ 18 ଫେବୃଆରି ଶନିବାର ଦିନ ପଡୁଛି ମହା ଶିବରାତ୍ରି । ଏହି ଦିନ ଗ୍ରହ ମାନଙ୍କର ମିଳନ କାରଣରୁ ବନୁଅଛି ମହା ସଂଯୋଗ । ଏହି କାରଣରୁ ଏହି ଦିନ ଅନେକ ପ୍ରକାରର ରାଜଯୋଗ, ସିଦ୍ଧି ନାମକ ଯୋଗ ବନୁଛି । ଏହି ଦିନ ବହୁତ ପବିତ୍ର ଅଟେ । ଜାଗର ପର୍ବ ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଏ । ଏହି ଦିନ ପ୍ରକାଶ ରୂପରେ ମହାଦେବ ପ୍ରକଟ ହୋଇଥିଲେ ଏମିତି ମାନ୍ୟତା ଅଛି ।

ଭଗବାନ ଶିବଙ୍କ ବିବାହ ମାତା ପାର୍ବତୀଙ୍କ ସହ ବିବାହ ଏହି ଦିନ ହୋଇଥିଲା । ଆସନ୍ତୁ ଜାଣିବା ମହାଶିବରାତ୍ରିରେ କେଉଁ ଜିନିଷ ଘରକୁ ଆଣିଲେ ଧନର ବର୍ଷା ହୋଇଥାଏ । ଭଗବାନ ଶିବଙ୍କ ମନ୍ଦିରରେ ସଂପୂର୍ଣ୍ଣ ପରିକ୍ରମା କରାଯାଏ ନାହି ଅଧା ପରିକ୍ରମା କରାଯାଏ । ସେଥିପାଇଁ ଆପଣ ଅଧା ପରିକ୍ରମା ନିଶ୍ଚୟ କରନ୍ତୁ । ଭୁଲରେ ବି ମହାଦେବଙ୍କୁ ତୁଳସୀ ପତ୍ର ଅର୍ପଣ କରନ୍ତୁ ନାହି ।

କିଛି ଲୋକ ଶିବଲିଙ୍ଗ ଉପରେ ସିନ୍ଦୁର, ହଳଦୀ ଅର୍ପଣ କରିଥାନ୍ତି । କିନ୍ତୁ ଏହା ସବୁ ସ୍ତ୍ରୀ ଲୋକଙ୍କ ବସ୍ତୁ ଅଟେ । କିନ୍ତୁ ମହାଦେବ ବୈରାଗ୍ୟ ଅଟନ୍ତି ତେଣୁ ଏସବୁ ଅର୍ପଣ କରିବା ଉଚିତ ନୁହେଁ । ଆମେ ଯେଉଁ ପୂଜା କରିଥାଉ ସେଥିପାଇଁ ଭଗବାନଙ୍କ ଭକ୍ତିରେ ବୁଡି ଯାଇଥାଉ । ଧଳା ବା ନାଲି ରଙ୍ଗର ବସ୍ତ୍ର ଧାରଣ କରି ପୂଜା କରିପାରିବେ । ଜାଗର ଦିନ ଶିବଲିଙ୍ଗରେ ଜଳ ଅର୍ପଣ କରିବା ସହ କ୍ଷୀର, ଦହି, ଚିନୀ, ମହୁ ଅର୍ପଣ କରିପାରିବେ ।

କିନ୍ତୁ ଶିବଲିଙ୍ଗ ଉପରେ ପ୍ରସାଦ ଜମା ବି ଅର୍ପଣ କରନ୍ତୁ ନାହି । ଶିବଲିଙ୍ଗରେ କିଛି ପ୍ରସାଦ ଅର୍ପଣ କରିଲେ ତାହାକୁ ମହାଦେବ ଗ୍ରହଣ କରନ୍ତି ନାହି । ଏହି ଦିନ ରାତିରେ ପୂଜା କରିଲେ ସୁଫଳ ମିଳିଥାଏ । ମହାଦେବଙ୍କୁ ଭୁଲରେ ବି କିଛି ଏମିତି ଫୁଲ ରହିଛି ଯାହାକୁ ଅର୍ପଣ କରିବା ଉଚିତ ନୁହେଁ । ଶିବରାତ୍ରିରେ ଭଗବାନ ଶିବଙ୍କ ସହ ମା ପାର୍ବତୀ ଙ୍କ ପୂଜା ମଧ୍ୟ କରନ୍ତୁ । ବିନା ବେଲପତ୍ରରେ ମହାଦେବଙ୍କ ପୂଜା କରିଲେ ପୂଜା ଅଧୁରା ରହିଥାଏ ।

ତେଣୁ ବେଲପତ୍ରରେ କେସର, ଚନ୍ଦନକୁ ପାଣିରେ ମିଶାଇ ଓମ ଓ ରାମ  ଲେଖି ଶିବଲିଙ୍ଗ ଉପରେ ଓମ ନମହ ଶିବାୟ ମନ୍ତ୍ର କରି ବେଲପତ୍ରକୁ ଓଲଟା କରି ଅର୍ପଣ କରନ୍ତୁ । ଭଗବାନ ଶିବଙ୍କ ପୂଜାରେ ଅକ୍ଷତ ଅର୍ପଣ କରିଲେ ଜୀବନରେ ସୁଖର ଅଭାବ ହେବ ନାହି । ଏହି ଦିନ କଳା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ । ଏହା ଦ୍ଵାରା ଭଗବାନ ଶିବ କ୍ରୋଧିତ ହୋଇଥାନ୍ତି ।

ଏହି ଦିନ ଭଗବାନ ଶିବଙ୍କର ଦମ୍ବୂରୁ ନିଶ୍ଚୟ ଆଣନ୍ତୁ ଓ ପୂଜାରେ ବଜାଇବା ଉଚିତ । ଏହା ଛଡା ମହାଦେବଙ୍କ ପରିବାର ଫୋଟୋ ଆଣି ପୂଜା କରନ୍ତୁ । ଶିବ ପୁରାଣ ଅନୁଯାୟୀ ଏକମୁଖୀ ରୁଦ୍ରାକ୍ଷ ଜାଗର ଦିନ ଘରକୁ ଆଣି ଧାରଣ କରିଲେ ଧନର ବୃଦ୍ଧି ହୋଇଥାଏ ।

ଦୁଦୁରା ଗଛର ଫୁଲ ଓ ଫଳ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ହୋଇଥିବାରୁ ଏହି ଦିନ ଦୁଦୂରା ଗଛର ଫଳକୁ ପାଟିରେ ମାରିବା ଉଚିତ ଅଟେ । କିନ୍ତୁ ଏହାର ମଞ୍ଜି ବିଷାକ୍ତ ହୋଇଥିବାରୁ ଏହାକୁ ନ ଖାଇ ଖାଲି ଚାଖି ନିଅନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button