ଓଡିଶା

ଖଲ୍ଲିକୋଟର ପ୍ରସିଦ୍ଧ ତନ୍ତ୍ରପୀଠ ମା’ ନାରାୟଣୀ

ମ ରାଜ୍ୟରେ ଅବସ୍ଥିତ ଥିବା ପ୍ରସିଦ୍ଧ ତନ୍ତ୍ର ପୀଠ ମାନଙ୍କ ମଧ୍ୟରେ ଗଞ୍ଜାମ-ଖୋର୍ଦ୍ଧା ଜିଲ୍ଲାର ସୀମାବର୍ତ୍ତୀ ଖଲ୍ଲିକୋଟ ଅଞ୍ଚଳରେ ଜଙ୍ଗଲ ମଧ୍ୟରେ ବିରାଜିତ ମା’ ନାରାୟଣୀଙ୍କ ମନ୍ଦିର ଅନ୍ୟତମ ।ଏହି ତନ୍ତ୍ର ପୀଠ ଏକ ପର୍ଯ୍ୟଟନସ୍ଥଳୀ ମଧ୍ୟ ଯାହାକୁ ନୀଳାମ୍ଭୁ ଚିଲିକା ,ଭାଲେରୀ ପାହାଡ଼,ପ୍ରାକୃତିକ ଓ ଆଧ୍ୟାତ୍ମିକ ସୌନ୍ଦର୍ଯ୍ୟ ଘେରି ରହିଛି ।

କାହିଁ କେଉଁ ଅନାଦି କାଳରୁ ତନ୍ତ୍ର ସାଧନା ନିମନ୍ତେ ପ୍ରସିଦ୍ଧି ଲାଭ କରିଛି ମା’ ଙ୍କର ଏହି ମନ୍ଦିର।

କିମ୍ବଦନ୍ତୀ ଅନୁଯାୟୀ କଲ୍ଲିକୋଟ ଗଡ଼ର ତତ୍କାଳୀନ ରାଜା ନାରାୟଣ ମର୍ଦ୍ଦରାଜ ମୃଗୟା ଶୀକାର ନିମନ୍ତେ ନିଜର ସୈନ୍ୟସାମନ୍ତ ଧରି ଭାଲେରୀ ପାହାଡ଼ ଘଞ୍ଚ ଜଙ୍ଗଲରେ ଭ୍ରମଣ କଲାବେଳେ ଉକ୍ତ ପାହାଡ଼ରୁ ଝରି ଆସୁଥିବା ଦେବୀ ଝର ନିକଟରେ ମା’ ଚଣ୍ଡୀ ଓ ମହାପ୍ରଭୁ ବୁଢା ଲିଙ୍ଗେଶ୍ୱରଙ୍କୁ ଦର୍ଶନ କରିଥିଲେ । ସେହି ନିକଟରେ ରାତ୍ରିଯାପନ ସମୟରେ ମା’ ନାରାୟଣୀ ଅଷ୍ଟଭୁଜା ରୁପରେ ସଶରୀରେ ତାଙ୍କୁ ଦର୍ଶନ ଦେଇଥିଲେ । ରାଜାଙ୍କ ନିଦେ୍ର୍ଦଶକ୍ରମେ ସେଠାରେ ଏକ ମନ୍ଦିର ନିର୍ମାଣ ହୋଇଥୀଲା ।ମନ୍ଦିରର ବିଶେଷତ୍ୱ ହେଉଛି ମନ୍ଦିର ଚୁଡ଼ା ନିର୍ମାଣ ହୋଇନାହିଁ । ମା’ଙ୍କ ମୂର୍ତ୍ତି ସମ୍ମୁଖରେ ଶିବ ଲିଙ୍ଗ ପୂଜା ପାଉଛନ୍ତି ଯାହା ଶୈବ ଓ ଶାକ୍ତ ତତ୍ତ୍ୱର ସମନ୍ୱୟକୁ ଦର୍ଶାଇଥାଏ । ପୀଠର ଉପର ଭାଗରେ ପୂଜା ପାଆନ୍ତି ମା’ ବନଦୁର୍ଗା । ପୀଠର ଅନତୀ ଦୂରରେ ମା’ ମଙ୍ଗଳା ମଧ୍ୟ ରହିଛନ୍ତି । ସେଠାରେ ଥିବା କାମିନୀ ଗଛରେ ନିଜ ମନସ୍କାମନା ପୂରଣ ଲାଗି ଭକ୍ତମାନେ ନାଲି କନା ଓ ଶଙ୍ଖା ବାନ୍ଧିଥାନ୍ତି । ଏପରି କଲେ ମନସ୍କାମନା ପୂରଣ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି ।

ମା’ ନାରାୟଣୀଙ୍କ ପୀଠ ତନ୍ତ୍ରପୀଠ ହେଇଥିବାରୁ ମେଷ ସଂକ୍ରାନ୍ତି ଓ ରଜ ସଂକ୍ରାନ୍ତି ଅବସରରେ ସ୍ୱତନ୍ତ୍ର ପୂଜା କରାଯାଇଥାଏ । ଦୁର୍ଗା ପୂଜା ଅବସରରେ ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦା ତିଥିରୁ ସ୍ୱତନ୍ତ୍ର ପୂଜା ଆରମ୍ଭ ହୋଇ ନଅଦିନ ବ୍ୟାପୀ ପାଳିତ ହୁଏ । ନବରାତ୍ର ପାଇଁ ସମ୍ପୁର୍ଣ୍ଣ ତାନ୍ତ୍ରିକ ପଦ୍ଧତିରେ ହେଉଥିବା ସୂର୍ଯ୍ୟପୂଜା, ଯନ୍ତ୍ର ପୂଜାଠାରୁ ଆରମ୍ଭ କରି ଚଣ୍ଡୀପୂଜା ଆଦି ଷୋଡଶ ଉପଚାରରେ ପୂଜାବିଧି କରାଯାଏ । ଅଷ୍ଟମୀଯୁକ୍ତ ନବମୀ ତିଥିରେ ସନ୍ଧି ପୂଜା ସମୟରେ ନିଶାର୍ଦ୍ଧରେ ଗୋଟିଏ ଛାଗ ବଳି ଦିଆଯାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button