ଓଡିଶା

ସରିଗଲା ଓଡିଶା ପ୍ରସିଦ୍ଧ କଟକ ବାଲିଯାତ୍ରା, ଶେଷ ଦିନରେ ଲକ୍ଷ ଲକ୍ଷ ଲୋକଙ୍କର ହୋଇଥିଲା ସମାଗମ

କଟକ: ପ୍ରତି ବର୍ଷ କିଛି ନୂତନ ଆକର୍ଷଣ ନେଇ ଆସିଥାଏ ଏହି ଐତିହାସିକ ବାଲିଯାତ୍ରା। ଲକ୍ଷ ଲକ୍ଷ ଲୋକଙ୍କର ହୋଇଥାଏ ସମାଗମ, କୋଟି କୋଟି ଟଙ୍କାର ହୁଏ କିନ ବିକା। ସବୁ ବର୍ଷ ଏହା ଗୋଟେ ରୁ ଦୁଇ ଦିନ ବଢିଥାଏ ଲୋକଙ୍କ ମନ ଖୁସି କରିବା ପାଇଁ। ଏଥର ଏହା ଦୀର୍ଘ ୧୧ ଦିନ ଧରି ହୋଇଥିଲା, ସେଥିରେ ମଧ୍ୟ ଲୋକ ସମାଗମ କିଛି କମ ନଥିଲା।

ବାଲିଯାତ୍ରାର ଶେଷ ଦିନ ରବିବାର ପଡ଼ିଥିବାରୁ ଯାତ୍ରା ପଡ଼ିଆରେ ପ୍ରବଳ ଲୋକଙ୍କ ସମାଗମ ହୋଇଥିଲା। ଖାଦ୍ୟ ପେୟ, ଦୋଳି ଖେଳ ସାଙ୍ଗକୁ ଲୋକମାନେ ଯାତ୍ରା ପଡ଼ିଆରୁ ଘରକରଣା ସାମଗ୍ରୀ କିଣି ନେଇଥିଲେ। ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାର ସାମଗ୍ରୀ ମିଳୁଥିବାରୁ ଏହାକୁ ଲୋକେ ହାତଛଡ଼ା କରିନଥିଲେ।ଶେଷ ଦିନରେ ବାଲିଯାତ୍ରାରେ ଭଲ ବ୍ୟବସାୟ ହୋଇଥିବା ଜଣାପଡ଼ିଛି। ଶେଷ ହେଲା ଐତିହାସିକ କଟକ ବାଲିଯାତ୍ରା। ଅନ୍ୟପଟେ, ବାଲିଯାତ୍ରାର ଶେଷ ଦିନ ଥିବାରୁ ବ୍ୟବସାୟୀ ମାନେ ମଧ୍ୟ ଆକର୍ଶଣୀୟ ଅଫର ଦେଇ ଗ୍ରାହକଙ୍କୁ ଆକୃଷ୍ଟ କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button