ଦେଶ ବିଦେଶ

ୟୁପି: ବନ୍ଧକରେ ଓଡିଆ ଯୁବତୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଓଡ଼ିଆ ଝିଅକୁ ବନ୍ଧକ ରଖାଯାଇଛି। ବନ୍ଧନରୁ ମୁକୁଳିବାକୁ ଯୁବତୀ ଭିଡ଼ିଓ ଜାରି କରି ଆକୁଳ ନିବେଦନ କରିଛନ୍ତି। କାମର ପ୍ରଲୋଭନ ଦେଖାଇ ଭଦ୍ରକର ଜଣେ ଯୁବକ ଯୁବତୀଙ୍କୁ ନେଇଯାଇଥିଲେ ଉତ୍ତର ପ୍ରଦେଶ। କିନ୍ତୁ କାମ ଦେବା ବଦଳରେ ଯୁବତୀଙ୍କୁ ଏବେ ବନ୍ଧକ ରଖିଛନ୍ତି।

ଉତ୍ତର ପ୍ରଦେଶରେ ବନ୍ଧକ ଥିବା ଭିଡ଼ିଓରେ କହିଛନ୍ତି ଯୁବତୀ ଜଣକ। ଏନେଇ ଯୁବତୀ ଜଣକ ଭିଡ଼ିଓ ତାଙ୍କ ପରିବାର ଲୋକଙ୍କୁ ପଠାଇଛନ୍ତି। ଅଭିଯୋଗ ଅନୁସାରେ ଯୁବତୀ ଜଣକ ଭୁବନେଶ୍ୱରରେ ଇଭେଣ୍ଟ ମ୍ୟାନେଜମେଣ୍ଟ କାର୍ଯ୍ୟ କରୁଥିଲେ। ଭଦ୍ରକର ରାଜା ନାମକ ଯୁବକ ଭୁବନେଶ୍ବରରେ ତାଙ୍କୁ କିଛି ଲାଭ ମିଳିବ ନାହିଁ। ତାଙ୍କ ସହ ଗଲେ ସେ ଉତ୍ତର ପ୍ରଦେଶରେ ଭଲ ଜାଗାରେ କାମ ବୁଝିଦେବେ।  ଗୋଟିଏ ମାସ କାମ କରିବାକୁ ହେବ ଓ ସେଠାରେ ଦୈନିକ ୨ ହଜାର ଟଙ୍କା ହିସାବରେ ମାସକୁ ୬୦ହଜାରରୁ ଅଧିକ ଟଙ୍କା ରୋଜଗାର କରିବେ ବୋଲି ପ୍ରଲୋଭନ ଦେଖାଇଥିଲା।

ଯୁବତୀ ସେହି ଯୁବକଙ୍କ ଦ୍ବାରା ପ୍ରଭାବିତ ହୋଇଥିଲେ ଓ ତା ସହ  ଉତ୍ତର ପ୍ରଦେଶ ଚାଲିଯାଇଥିଲେ। କାମ ପାଇଁ ଅକ୍ଟୋବର 30ରୁ ନଭେମ୍ବର 30 ପଯ୍ୟନ୍ତ ଚୁକ୍ତି ହୋଇଥିଲା। ଡିସେମ୍ବର 1ରେ ଯୁବତୀ ଯେତେବେଳେ ଘରକୁ ଯିବାକୁ କହିଲେ, ରାଜା ମାଡ ମାରିବା ସହ ଗୋଟିଏ ଘରେ ବନ୍ଦୀ କରି ରଖୁଥିବା ଯୁବତୀ ଜଣକ ଭିଡ଼ିଓ ରେ କହିଛନ୍ତି। ଏନେଇ ଯୁବତୀଙ୍କ ପରିବାର ଲୋକ ଥାନାର ଦ୍ୱାରସ୍ତ ହୋଇ ଝିଅକୁ ଭଲରେ ଫେରାଇଆଣିବା ପାଇଁ ଅନୁରୋଧ କରିଛନ୍ତି ପୁଲିସକୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button