ବିଚାର

ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଏହି 3 ପ୍ରକାର ଭୋଜନ ଖାଇବା କମିଯାଏ ମଣିଷର ଆୟୁ

ବନ୍ଧୁଗଣ ନମସ୍କାର । ଭଗବାନ ଶ୍ରୀ କୃଷ୍ଣ ମନୁଷ୍ୟ ମାନଙ୍କର ଭୋଜନ କରିବା ସମ୍ବନ୍ଧ ରେ କିଛି ଅତ୍ୟନ୍ତ ହିଁ ଗୁରୁତ୍ଵପୂର୍ଣ୍ଣ ନୀତି ନିୟମ ମାନ କହି ଯାଇଛନ୍ତି ଯାହାକୁ ପାଳନ କରିବା ଦ୍ଵାର ମନୁଷ୍ୟ କୁ ତା ଜୀବନ ରେ କେବେ ମଧ୍ୟ ଅକାଳ ମୃତ୍ୟୁ ତଥା ଦରିଦ୍ରତା ର ସମ୍ମୁଖୀନ ହେବାକୁ ପଡି ନଥାଏ । ଏହି ସଂସାର ର ପ୍ରତ୍ଯେକ ମନୁଷ୍ୟ କୁ ବଞ୍ଚିବା ପାଇଁ ଅନ୍ନ ର ଆବଶ୍ୟକତା ରହିଛି । ମଣିଷ ମାନଙ୍କ ପାନ ଭିଜନ କରିବାର କିଛି ଅତ୍ୟନ୍ତ ଗୁରୁତ୍ଵ ପୂର୍ଣ୍ଣ ନିୟମ ମାନ ରହିଅଛି ।

ଯଦି କେହି ମଣିଷ ଏହି ନିୟମ ଗୁଡିକୁ ପାଳନ କରେ, ତେବେ ସେହି ମଣିଷ କୁ ଈଶ୍ଵର ଙ୍କର ବିଶେଷ କୃପା ପ୍ରାପ୍ତ ହୋଇଥାଏ । ଏହି ନିୟମ ଗୁଡିକ ମଣିଷ ମାନଙ୍କ ପାଇଁ ସବୁ ଦୃଷ୍ଟି ରୁ ମଙ୍ଗଳକାରୀ ହୋଇଥାଏ । ଯେଉଁ ମଣିଷ ଏହି ନିୟମ ଗୁଡିକୁ ପାଳନ କରିଥାଏ ସେହି ମଣିଷର ଶରୀର ସବୁବେଳେ ଶୁଦ୍ଧ ଓ ସ୍ବଚ୍ଛ ହୋଇ ରହିଥାଏ ।

ମନୁଷ୍ୟ ଯେଉଁ ପ୍ରକାରର ଭୋଜନ କରିଥାଏ, ତାକୁ ସେହି ପ୍ରକାରର ବୁଦ୍ଧି ଓ ବିଚାର ମଧ୍ୟ ପ୍ରାପ୍ତ ହୋଇଥାଏ । ମନୁଷ୍ୟ କୁ ନିଜର ଶରୀର ରକ୍ଷା କରିବା ପାଇଁ ଭୋଜନ ନିହାତି କରିବା ଆବଶ୍ୟକ । କିନ୍ତୁ ନିଜର ଇନ୍ଦ୍ରିୟ ର ଲାଳସା ରେ ପଡି ମଣିଷ କୁ ତାମସିକ ଭୋଜନ ଗ୍ରହଣ କରିବା ଉଚିତ ହୋଇ ନଥାଏ ।

କାରଣ “ଭଗବତ ଗୀତା” ଅନୁସାରେ ତାମସିକ ଭୋଜନ ଗ୍ରହଣ କରୁଥିବା ବ୍ୟକ୍ତି ର ଅତ୍ୟନ୍ତ ନିଷ୍ଠୁର ହୋଇ ଯାଇଥାଏ । ଏହାସହ ଧୀରେ ଧୀରେ ହୋଇ ସେ ମଣିଷ ନିଜର ମାନ ମର୍ଯ୍ୟାଦା ଓ ସଂସ୍କାର କୁ ମଧ୍ୟ ଭୁଲି ଯାଇ ଯାଇଥାଏ । ରାଜସ୍ଵୀକ ଭୋଜନ ଗ୍ରହଣ କରୁଥିବା ବ୍ୟକ୍ତି କ୍ରୋଧୀ, ଅଳସୁଆ ତଥା ହିଂସକ ହୋଇ ଯାଇଥାଏ ।

ଯେ ବ୍ୟକ୍ତି ଈଶ୍ଵର ଙ୍କୁ ସ୍ମରଣ କରି ସାତ୍ଵିକ ଭୋଜନ ଗ୍ରହଣ କରିଥାଏ, ସେ ବ୍ୟକ୍ତି ର ମନ ପବିତ୍ର ଓ ସୁନ୍ଦର ହୋଇ ଯାଇଥାଏ । ଏହି ଭଳି ବ୍ୟକ୍ତି ର ଶରୀରରେ ଭଗବାନ ସବୁବେଳେ ନିବାସ କରିଥାନ୍ତି । ବାସ୍ତୁଶାସ୍ତ୍ର ତଥା ବିଷ୍ଣୁ ପୁରାଣ ଅନୁସାରେ ଭୋଜନ କରିବା ସମୟରେ ମଣିଷ କୁ ଭୋଜନ କରିବା ସମୟରେ ସର୍ବ ପ୍ରଥମେ ଭୋଜନ ରୁ କିଛି ଅଂଶ ନେଇ ତାହାକୁ ତଳେ ରଖିବା ଉଚିତ ।

ତାହା ବ୍ଯତୀତ ଭୋଜନ କରିବା ସମୟରେ ଯଦି କେହି ଅତିଥି ଘରକୁ ଆସନ୍ତି, ତେବେ ସେହି ଅତିଥି ଙ୍କୁ ପ୍ରଣାମ କରି ଆସନ ଦେଇ ପ୍ରଥମେ ଭୋଜନ ଦିଅନ୍ତୁ । ଘରକୁ ଯଦି ଅତିଥି ଆସି ଭୋଜନ ନ କରି ଘରୁ ଫେରି ଯାଇଥାନ୍ତି, ତେବେ ଏହା ଘର ପାଇଁ ଅତ୍ୟନ୍ତ ଅନିଷ୍ଟ କାରୀ ହୋଇଥାଏ ।

ଶ୍ରୀ କୃଷ୍ଣ ଙ୍କ ଅନୁସାରେ ମନୁଷ୍ୟ କୁ ବାପା ଘରେ ରହିଥିବା ବିବାହିତ କନ୍ୟା, ଦୁଃଖିଆ, ଗର୍ଭଧାରଣ କରିଥିବା ସ୍ତ୍ରୀ ତଥା ବୃଦ୍ଧ ବ୍ୟକ୍ତି ଙ୍କୁ ଭୋଜନ ଖୁଆଇ ସାରିବା ପରେ ହିଁ ନିଜେ ଭୋଜନ ଗ୍ରହଣ କରିବା ଉଚିତ । ଏପରି ନ କରିଥିବା ବ୍ୟକ୍ତି ର ଭୋଜନ ମଳ ସମାନ ହୋଇଥାଏ । ଏହାସହ ସେ ବ୍ୟକ୍ତି ମୃତ୍ୟୁ ପରେ ନର୍କ କୁ ମଧ୍ୟ ଯାଇଥାଏ ।

ଯେ ବ୍ୟକ୍ତି ସ୍ନାନ ନ କରି ଭୋଜନ କରିଥାଏ, ସେ ବ୍ୟକ୍ତି ଭୋଜନ ବିଷ୍ଠାର ସମାନ ହୋଇଥାଏ । ଭୋଜନ କୁ ଏକାଗ୍ର ଚିତ୍ତ ମନ କରି ଗ୍ରହଣ କରିବା ଉଚିତ । ପ୍ରଥମେ ମିଠା, ତାହାପରେ ଲବଣ ବା ଖଟା ଓ ଶେଷ ରେ ହିଁ ରାଗ ଜାତୀୟ ଖାଦ୍ୟ ଖାଇ ଭୋଜନ ଶେଷ କରିବା ଉଚିତ ।

ଖାଦ୍ୟ ଖାଇବା ସମୟରେ ଚୁପ ହୋଇ ଖାଦ୍ୟ ଗ୍ରହଣ କରିବା ଦ୍ଵାରା ବ୍ୟକ୍ତି ସବୁ ପ୍ରକାରର ପାପ ରୁ ମୁକ୍ତ ହୋଇ ଯାଇଥାଏ । ପୂର୍ବ ଦିଗକୁ ମୁହଁ କରି ଭୋଜନ କରିବା ଦ୍ଵାରା ବ୍ୟକ୍ତି ଦୀର୍ଘାୟୁ ହୋଇଥାଏ । ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଦ୍ଵାରା କାରୋବାର ରେ ଉନ୍ନତି ହେବା ସହ ଭଲ ଚାକିରୀ ମଧ୍ୟ ପ୍ରାପ୍ତ ହୋଇଥାଏ ।

ତାହାସହ ବ୍ୟକ୍ତି କୁ ସବୁ କାର୍ଯ୍ୟ ରେ ସଫଳତା ମଧ୍ୟ ପ୍ରାପ୍ତ ହୋଇଥାଏ । ଆପଣ ମାନଙ୍କୁ ଆଜିର ଏହି ବିବରଣୀ ଟି କିପରି ଲାଗିଲା ତାହା ଜାଣିବା ପାଇଁ ଆପଣ ଆମଜୁ କମେଣ୍ଟ କରି ଜଣାଇବାକୁ ଭୁଲିବେନି ।  ଧନ୍ୟବାଦ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button