ନୀତି

ଲେହେଙ୍ଗା ପିନ୍ଧି ସାଇକେଲ ଚାଳନା ସହ ସ୍କିପିଙ୍ଗ୍‌ ! – Utkal Mail


ବିଭିନ୍ନ ସମୟରେ ଇଣ୍ଟରନେଟ୍‌ରେ ବିପଦପୂର୍ଣ୍ଣ ଦୁଃସାହସିକ କରାମତି ଦେଖାଉଥିବା ଲୋକଙ୍କ ଚିତ୍ର ସାମନାକୁ ଆସିଥାଏ। ଏପରି କରିବା ପାଇଁ ଅନେକଙ୍କର ସ୍ବାଭାବିକ ଦକ୍ଷତା ଥିବା ବେଳେ କେହି କେହି ଦୁଃସାହସିକ ହେବାର ଇଚ୍ଛା ପୂରଣ ଲାଗି ଏପରି କରିଥା’ନ୍ତି। ଆଉ କିଛି ଲୋକ ସାମାଜିକ ଗଣମାଧ୍ୟମରେ ପ୍ରଭୂତ ନାଁ କମାଇବା ପାଇଁ ନିଜ ଜୀବନକୁ ସୁଦ୍ଧା ବାଜି ଲଗାଇଦେଇଥା’ନ୍ତି। ଏହି କ୍ରମରେ ଜଣେ ମହିଳା ଏକ ସାଇକେଲ ଚଳାଉଥିବା ବେଳେ ଦଉଡ଼ିଡିଆଁ (ସ୍କିପିଙ୍ଗ୍‌) ମାରିବାର ଭିଡିଓ ଖୁବ୍‌ ପ୍ରସାରିତ ହେବାରେ ଲାଗିଛି।

ବୁସ୍‌ରା ନାମ୍ନୀ ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାରକାରୀ ଛାଡ଼ିଥିବା ‘ସ୍କିପିଙ୍ଗ୍‌ ଇନ୍‌ ମାଇଁ ଷ୍ଟାଇଲ୍‌’ ଶୀର୍ଷକ ଭିଡିଓରେ ମହିଳା ଜଣକ ଲେହେଙ୍ଗା ପିନ୍ଧି ସାଇକେଲ ଚଳାଉଥିବା ଦେଖାଯାଇଛି। କିଛି ସମୟ ପରେ ସେ ଏକ ସ୍କିପିଂ ଦଉଡ଼ି ବାହାର କରି ଚଳନ୍ତା ସାଇକେଲ ଉପରେ ଦଉଡ଼ିଡିଆଁ ମାରି ଚାଲିଛନ୍ତି। ଗତ ୭ ତାରିଖରେ ଭିଡିଓଟି ଛଡ଼ାଯିବା ପରଠାରୁ ତାହାକୁ ୩୬ ଲକ୍ଷ ଦର୍ଶକ ଦେଖିସାରିବା ସହ ଅନେକ ମଧ୍ୟ ରୋଚକ ଟିପ୍ପଣୀମାନ କରିଛନ୍ତି।

ଅପରପକ୍ଷେ, ଅନେକ ଲୋକ ଏଭଳି ଦୁଃସାହସିକ କାର୍ଯ୍ୟ ବେଳେ ମହିଳାଙ୍କର ନିରାପତ୍ତା ବାବଦରେ ପ୍ରଶ୍ନ କରିଛନ୍ତି। ସଂପୃକ୍ତ ମହିଳାଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ ୧୬ ଲକ୍ଷ ଅନୁଗାମୀ ଥିବା ବେଳେ ସେ ନିଜକୁ ଜଣେ ସ୍ବପ୍ରଶିକ୍ଷିତ ନୃତ୍ୟଶିଳ୍ପୀ ବୋଲି ପରିଚୟ ଦେଇଛନ୍ତି। ସମୟ ସମୟରେ ପ୍ରଶଂସକମାନଙ୍କ ପାଇଁ ସେ ନିଜେ ନୃତ୍ୟ କଲାବେଳର ଓ ସାଇକେଲ ଚଲଳାଉଥିବାର ଭିଡିଓ ଛାଡ଼ିଥା’ନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button