ରାଜନୀତି

ବିରୋଧୀଙ୍କୁ ଟାର୍ଗେଟ କଲେ ମୋଦି

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାରେ ଭାଗ ନେଇ ଆଜି ଲୋକସଭାକୁ ସମ୍ୱୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବିରୋଧୀଙ୍କୁ ଧୂଲେଇ ସହ ଦେଶ ପ୍ରତି ମୋଦି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇଛନ୍ତି। ମିଛ ପ୍ରଚାର ସତ୍ତ୍ୱେ ବଡ଼ ପରାଜୟ ହେଲା। ଗୃହର ବିବରଣୀରୁ ରାହୁଲଙ୍କ ଅନେକ କଥା ବାଦ୍ ଦେବା ପ୍ରତିବାଦରେ ବିରୋଧୀ ଗର୍ଜିଥିଲେ। ରାହୁଲ ବି ବାଚସ୍ପତି ଓମ୍ ବିର୍ଲାଙ୍କୁ ଅପିଲ୍ କରିଥିଲେ ଯେ, ତାଙ୍କ ମନ୍ତବ୍ୟକୁ ସମ୍ପୂର୍ଣ୍ଣ ଗୃହର ବିବରଣୀରେ ରଖାଯାଉ। ଏହାକୁ ହଟାଇବା ସଂସଦୀୟ ଲୋକତନ୍ତ୍ରର ସିନ୍ଧାନ୍ତ ବିରୋଧୀ ବୋଲି କହିଥିଲେ ରାହୁଲ। ସେପଟେ ପ୍ରଧାନମନ୍ତ୍ରୀ କହିଥିଲେ, ଆମ ପାଇଁ ଦେଶ ଓ ଭାରତ ଆଗ। ଆମର କାମ, ପଦକ୍ଷେପ ଓ ନୀତି ଏହି ଲକ୍ଷ୍ୟକୁ ପୂରଣ ଲାଗି ପ୍ରତିବଦ୍ଧ। ଦେଶର ଭଲ ପାଇଁ ଆବଶ୍ୟକୀୟ ସମସ୍ତ ସଂସ୍କାରମୂଳକ ପଦକ୍ଷେପ ନେବାକୁ ସରକାର ପ୍ରତିଶୃତିବଦ୍ଧ।

ଦୁର୍ନୀତି ବିରୋଧୀ ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି ସରକାର। ଦେଶ ଲମ୍ୱା ସମୟ ଧରି ତୁଷ୍ଟିକରଣ ରାଜନୀତିରେ ସନ୍ତୁଳିତ ହେଉଥିଲା। କିନ୍ତୁ ମୋଦି ସରକାର ସନ୍ତୁଷ୍ଟିକରଣର ବିଚାରକୁ ନେଇ ଚାଲିଛି। ମୋଦିଙ୍କ ପାଖରେ ଦୁଇଟି ଅସ୍ତ୍ର ଅଛି, ଭୟ ଓ ଭ୍ରମ ବୋଲି କହିଛନ୍ତି ବିରୋଧୀ। ଇଡି, ସିବିଆଇ, ଆଇଟିକୁ ଲଗାଇଲେ ଆଉ ଚଳିବନି। କାରଣ ଦେଶ ବଦଳୁଛି। ମଣିପୁର ଜଳିଲା। କିନ୍ତୁ ମୋଦି ନୀରବ ରହିଲେ। ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଏ କଥା ରହିଲାନି। ୬୦ହଜାର ଲୋକ ଘର ହରାଇଲେ। ୨ଶହରୁ ଅଧିକ ଲୋକଙ୍କ ଜୀବନ ଗଲା। ମଣିପୁର ଟ୍ରାଜେଡି ହିଁ ମୋଦି ସରକାରଙ୍କ ଚେତନାକୁ ସୂଚାଉଛି କି, କେମିତି ନର୍ଥ-ଇଷ୍ଟ ପ୍ରତି ବୈମାତୃକ ମନୋଭାବ ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button