ଦେଶ ବିଦେଶ

ବିଭିନ୍ନ ଦେଶର ସୈନ୍ୟ ଶକ୍ତି ଜାଣିବାକୁ ଚୀନର ବେଲୁନ ଅଭିଯାନ

ୱାସିଂଟନ: ଚୀନର ସନ୍ଦିଗ୍ଧ ବେଲୁନକୁ ଆମେରିକା ତାର ବାୟୁ ସୀମା ମଧ୍ୟରେ ନଷ୍ଟ କରିଦେବା ପରେ ଦୁଇ ମହାଶକ୍ତି ମଧ୍ୟରେ ଯୁଦ୍ଧର ଆଶଙ୍କା ଦେଖାଦେଇଛି। ଏପରି ସମୟରେ ଏକ ମିଡିଆ ରିପୋର୍ଟ ଆସୁଛି କି, ଭାରତ, ଜାପାନ ସମେତ ବହୁ ଦେଶର ଗୁପ୍ତ ତଥ୍ୟ ସଂଗ୍ରହ ପାଇଁ ଚୀନ ବେଲୁନ ଉଡାଉଛି। ଏନେଇ ଆମେରିକା ଅଧିକାରୀ ଭାରତ ସମେତ ସମସ୍ତ ବନ୍ଧୁ ରାଷ୍ଟ୍ର ଏବଂ ସହଯୋଗୀମାନଙ୍କୁ ଅବଗତ କରାଇଛନ୍ତି।

ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି କି,  ଶନିବାର ଏହି ବେଲୁନକୁ ଆଟଲାଣ୍ଟିକ ମହାସାଗରର ସାଉଥ କେରୋଲାଇନା ତଟରେ  ଏକ ଯୁଦ୍ଧ ବିମାନ ମାଧ୍ୟମରେ ଆମେ ନଷ୍ଟ କରି ଦେଇଥିଲୁ। ସୋମବାର ଆମେରିକା ବିଦେଶ ମନ୍ତ୍ରୀ ୱେଣ୍ଡି ଶର୍ମନ ୪୦ ଦୂତାବସର ଅଧିକାରୀଙ୍କୁ ଗୁପ୍ତଚର ବେଲୁନ ସମ୍ପର୍କରେ ସୂଚନା ଦେଇଥିଲେ। ଆମେରିକାର ଜଣେ ବରିଷ୍ଠ ରକ୍ଷା ଅଧିକାରୀ କହିଛନ୍ତି କି, ଏହି ବେଲୁନ ଚୀନ ଜନବାଦୀ ଗଣରାଜ୍ୟ ବା ପିଆରସି ସଂଚାଳନ କରୁଛି। ଏହି ସଂସ୍ଥାକୁ ବେଲୁନ ଅଭିଯାନର ନିରୀକ୍ଷଣ ପାଇଁ ବିକଶିତ କରାଯାଇଛି ଓ ସେମାନେ ଅନ୍ୟ ଦେଶର ସମ୍ପ୍ରଭୂତାକୁ ଉଲ୍ଲଙ୍ଘନ କରୁଛନ୍ତି।

ଅନ୍ୟପଟେ, ବିଭିନ୍ନ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି କି, କିଛି ବର୍ଷ ହେବ ହୱାଇ, ଫ୍ଲୋରିଡା, ଟେକ୍ସାସ, ଗୁଆମ ଆଦି ଉପରେ ପ୍ରାୟ ୪ଟି ବେଲୁନ ଦେଖାଯାଇଥିଲା ଓ ଗତ ସପ୍ତାହରେ ମଧ୍ୟ ଏକ ବେଲୁ ଦେଖା ଯାଇଛି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ କାଳରେ ତିନୋଟି ବେଲୁନ ଉଡିବା ଘଟଣା ଦେଖାଦେଇଥିଲା। ଚୀନ ନିରୀକ୍ଷଣ ଯାନ ରୂପେ ଏହାକୁ ଚିହ୍ନଟ କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button