ଦେଶ ବିଦେଶ

ଏବେ ଏତେ ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ଦର କି ଆପଣ ଶୁଣିଲେ ଖୁସିରେ ନାଚି ଉଠିବେ – ଆହୁରି ୬ ଟଙ୍କା ଶସ୍ତା ହେବ ତେଲ ଦର

ପୁଣି ଆପଣଙ୍କ ପାଇଁ ଖୁସି ଖବର । ବର୍ତମାନ ସମୟରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଲଗାତାର କମିବାରେ ଲାଗିଛି । ଏହାର ସବୁଠୁ ମୁଖ୍ୟ କାରଣ ଆନ୍ତର୍ଜାତିକ ବଜ଼ାର ରେ ତୈଳ ଦର କମିବାକୁ ଲାଗିଛି । ପ୍ରାୟ ସବୁଦିନ ବହୁଥିବା ତୈଳ ଦର କୁ ପୁଣି କମ କରିଛନ୍ତି ସରକାର । ଯାହାକି ଖାଉଟି ମନକୁ ଏହାର ବୃଦ୍ଧି ରୁ ରକ୍ଷା ମିଳିଛି । ପେଟ୍ରୋଲ ଓ ଡିଜେଲ ଦର ବୁଧବାର ଦିନ ପୁଣି କମିଛି ଦିଲ୍ଲୀରେ ପେଟ୍ରୋଲ ଦର ୬୯ ଟଙ୍କା ୭୬ ପଇସା ଓ ଡିଜେଲ ର ଦାମ ୬୩ ଟଙ୍କା ୬୩ ପଇସାରୁ ୬୬ ଟଙ୍କା ୭୯ ପଇସା ଭିତରେ ରହିଛି ।

ତେବେ ଆଗାମୀ ଦିନରେ ଏହା ଜଣ ପଡିବ ଯେ କମିବା ନ ପୁଣି ବଢି ଲୋକଙ୍କ ପାକେଟ ପୁଣି ଖାଲି କରିବ ଏହି ତୈଳ ଦର । ତେବେ ଆପଣଙ୍କ ମତରେ ତୈଳ ଦର କମିବା ନେଇ କଣ ଆଶା କର ଯାଉଛି ଓ ବାସ୍ତବରେ ତୈଳ ଦାମ କେତେ ହେଲେ ଜଣେ ସାଧାରଣ ଖାଉଟି ସନ୍ତୋଷ ପ୍ରକାଶ କରି ପାରିବ ?ଆଗାମୀ ଦିନ କୁ ଅପେକ୍ଷା ରହିଲା ।

ଆନ୍ତଃରାଷ୍ଟୀର୍ୟ ବଜାର ରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୫୦ ଡଲାରରୁ କମ୍ ହେଇଯାଇଛି । ଏହାର ପ୍ରଭାବ ସିଧା ସଳଖ ଖାଉଟି ଉପରେ ପଡିଛି ଓ ବର୍ତମାନ ସମୟରେ ଏଭଳି ଏକ ଖୁସି ଖବର ଆସଛି ଯାହାକି ଗତ ୫ ବର୍ଷ ହେଲା ହେଇ ନଥିଲା । ବର୍ତମାନ ତୈଳ ଦାମ ସବୁଠୁ ଶସ୍ତା କୁ ଆସଛି । ୨୦୧୭ ଜୁଲାଇ ମାସ ପରେ ପ୍ରଥମ ଥର ପାଇଁ ଅଶୋଧିତ ତୈଳର ଦର ବ୍ୟାରେଲ ପିଛା ୫୦ ଡଲାରରୁ ତଳକୁ ଖସି ଆସିଛି। ଏହାର ପ୍ରଭାବ ଭାରତ ଉପରେ ପଡ଼ିବା ସ୍ପଷ୍ଟ। ଅନ୍ତରାଷ୍ଟ୍ରୀୟ ବଜାରରେ ତୈଳ ଦର ହ୍ରାସ ପାଉଥିବାରୁ ତେଲ ଦର ପାଖାପାଖି ୬ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି।

ତେବେ ସୂଚନା ଅନୁଯାଇ ରୁଷର ଶକ୍ତି ମନ୍ତ୍ରୀ ଆଲେକଜେଣ୍ଡର ନୋବାକ ନିବେଶକଙ୍କୁ ଭରସା ଦେଇଛନ୍ତି ଯେ ଓପେକ ଏବଂ ଏହାର ସହଯୋଗୀ ଦେଶ ମଧ୍ୟରେ ତେଲ ଉତ୍ପାଦନ କମାଇବା ନେଇ ହୋଇଥିବା ସହମତି ପାଇଁ ୨୦୧୯ ପ୍ରଥମ ୬ ମାସରେ ତୈଳ ବଜାରର ସ୍ଥିତିରେ ସୁଧାର ହେବ। ତେବେ ଏହାର ପ୍ରଭାବ ରେ ଆଗାମୀ ଦିନରେ ଏହାର ମୂଲ୍ୟ ଆହୁରି କମ ହେବ ବୋଲି ଆସ କର ଯାଉଛି ।

ତେବେ ବର୍ତମାନ ସମୟରେ ଆନ୍ତର୍ଜାତିକ ବଜ଼ାର ରେ ତୈଳ ଦାମ ଯେଉଁ ମାତ୍ର ରେ କମୁଚି ଭାରତର ତୈଳ କମ୍ପାନୀ ମାନେ ସେହି ମାତ୍ର ରେ ଏହାକୁ କମୋଉନଥିବାର ଦେଖା ଯାଉଛି । ଯାହାକି ଏକ ଚିଂତା ର ବିଷୟ । ତେବେ ଦେଖିବାକୁ ରହିଲା ସରକାର ଆଗାମୀ ଦିନରେ ଏ ବିଷୟରେ କଣ ପଦକ୍ଷେପ ନେଉଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button